/odishatv-khabar/media/post_attachments/uploadimage/library/16_9/16_9_0/DA_hike_1729520163.jpg)
DA hike
ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହା ଫଳରେ ସରକାରୀ କର୍ମଚାରୀଙ୍କ ଡିଏ ୫୦ରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୨୪ ଜୁଲାଇ ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ । ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ ।
ଏହାସହିତ ପେନସନଭୋଗୀଙ୍କ ଟିଆଇରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନସନରେ ଏହି ବର୍ଦ୍ଧିତ ଟିଆଇ ପାଇବେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସାଢ଼େ ୭ ଲକ୍ଷ କର୍ମଚାରୀ ଓ ପେନସନ୍ ଭୋଗୀ ଉପକୃତ ହେବେ । ସେପଟେ ଗତ କିଛିଦିନ ତଳେ କେନ୍ଦ୍ର ସରକାର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ ।
ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ବଢ଼ିଲା DA । କେନ୍ଦ୍ର କର୍ମଚାରୀଙ୍କ DA ବଢ଼ାଇଲେ ସରକାର । ଡିଏ ୩% ବଢ଼ିବା ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ସରକାରୀ କର୍ମଚାରୀଙ୍କ ସହ ପେନ୍ସନ୍ ଭୋଗୀ ମଧ୍ୟ ଉପକୃତ ହେବେ । ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର । ଏହି ବୃଦ୍ଧି ସହ କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA ୫୩%କୁ ବୃଦ୍ଧି ହୋଇଛି । କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ କର୍ମଚାରୀ ଏହି ସୁବିଧା ପାଇବେ ।
ଏହାର ଅର୍ଥ ଅକ୍ଟୋବର ମାସର ଦରମା DA ସହ ମିଳିବ । ଏହା ସହ ତିନି ମାସର ବକେୟା ଭତ୍ତା ମଧ୍ୟ ମିଳିବ । ଏହି ଘୋଷଣା ପରେ ପେନସନ ପାଉଥିବା ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ଉପକୃତ ହେବେ । ସେମାନଙ୍କର ମଧ୍ୟ DA ବୃଦ୍ଧି କରାଯାଇଛି ।
କେମିତି ହୁଏ DA ହିସାବ ?
ସର୍ବଭାରତୀୟ ଗ୍ରାହକ ଦର ସୂଚକାଙ୍କ ଜରିଆରେ DAର ହିସାବ କରାଯାଏ । ଏହି ସୂଚକାଙ୍କ ଖୁଚୁରା ବଜାରର ମୂଲ୍ୟକୁ ଟ୍ରାକ କରି DA ବୃଦ୍ଧି ନେଇ ନିଷ୍ପତ୍ତି ନିଏ । DA ବର୍ଷକୁ ଦୁଇ ଥର ସଂଶୋଧିତ କରାଯାଏ । କର୍ମଚାରୀଙ୍କୁ ସେମାନଙ୍କ ଜୀବନ ଧାରଣ କ୍ଷମତାରେ ଆର୍ଥିକ ସହାୟତା ପାଇଁ DAର ବ୍ୟବସ୍ଥା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)