ବାତ୍ୟା ପାଇଁ ଧାମରା ବନ୍ଦରରେ ଫସିଲା ୨ ଟ୍ରଲର । ଫସିଥିବା ଟ୍ରଲର ଦୁଇଟି ପଶ୍ଚିମବଙ୍ଗର ସୂଚନା ।
ଦିନ ୧ଟା ସୁଦ୍ଧା ଗଛ ପଡିଥିବା ସମସ୍ତ ରାସ୍ତାରୁ ଅବରୋଧ ହଟିବ ଏବଂ ସଂଧ୍ୟା ସୁଦ୍ଧା ସବୁ ଅଞ୍ଚଳକୁ ବିଜୁଳି ଯୋଗାଣ ସ୍ବାଭାବିକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ବିଭିନ୍ନ ଇଲାକାରେ ଟଳିପଡ଼ିଥିଲା ଗଛଲତା। ଅବରୋଧ ରହିଥିଲା ରାସ୍ତାଘାଟ। ସବୁଠି ତୁରନ୍ତ ପହଞ୍ଚି ରାତି ତମାମ ଗଛଲତାକୁ କାଟି ରାସ୍ତା ଅବରୋଧ ହଟାଇଛି ଅଗ୍ନିଶମ ଟିମ୍।
ପାଣିପାଗ ବିଭାଗର କହିବା କଥା, ଲ୍ୟାଣ୍ଡଫଲ୍ ପରେ ବର୍ଷା ପରିମାଣ ଅଧିକ ରହିବ। ପ୍ରବଳ ବର୍ଷା ହେଲେ ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରେ।
ଆଜି ସକାଳ ୮ଟାରୁ ଭୁବନେଶ୍ବରରେ ବିମାନସେବା ସ୍ବାଭାବିକ ହେବ । ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଜାରି ।
Cyclone Dana: ମଧ୍ୟରାତ୍ରରୁ ତାଣ୍ଡବ ରଚିଥିବା ବାତ୍ୟା ଦାନା ବହୁ ଅଞ୍ଚଳରେ ନିଜର ତାଉ ଦେଖାଇଛି। ଏବେ ଶେଷ ପର୍ଯ୍ୟାୟରେ ରହିଛି ଭୀଷଣ ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଏବେ ପାରାଦୀପ ଠାରୁ ୮୦ କିଲୋମିଟର ଏବଂ ଧାମରା ଠାରୁ ୧୧୦ କିଲୋମିଟର ଦୂରରେ ରହିଛି ଏହି ସାମୁଦ୍ରିକ ଝଡ଼ । ଘଣ୍ଟାକୁ ୧୦ରୁ ୧୨ କିମି ବେଗରେ ଆଗକୁ ବଢୁଛି ।
ମୋଦି ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
ଜଷ୍ଟିସ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ସଞ୍ଜୀବ ଖାନ୍ନାଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ବାତ୍ୟା ସ୍ଥଳଭାଗ ଅତିକ୍ରମ କଲା ପରେ ଏହା କ୍ରମଶଃ ଦୁର୍ବଳ ହୋଇ ଡିପ୍-ଡିପ୍ରେସନ ଓ ଲଘୁଚାପରେ ପରିଣତ ହୋଇ ଅଧାରୁ ଅଧିକ ଓଡ଼ିଶାକୁ ଗ୍ରାସିବ।
ଲାଣ୍ଡଫଲ ପୂର୍ବରୁ ତୋଡ଼ ଦେଖାଇଛି ବାତ୍ୟା ଦାନା । ଉପକୂଳ ଓଡ଼ିଶା ବିଶେଷ କରି କେନ୍ଦ୍ରାପଡ଼ା, ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା, ପବନ ସାଙ୍ଗକୁ ଅଶାନ୍ତ ହୋଇ ଉଠିଛି ସମୁଦ୍ର ।
ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଗ୍ରାଉଣ୍ଡ ଜିରୋରେ ବଡ଼ ତୟାରୀ । କେନ୍ଦ୍ରାପଡ଼ାରୁ ଭଦ୍ରକ, ବାଲେଶ୍ୱରରୁ ଜଗତସିଂହପୁର ।
ଆଜି ଲୋକସେବା ଭବନରେ SRC, ରାଜସ୍ବମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପଦର୍କ୍ଷେପ ଉପରେ ସମୀକ୍ଷା କରିଛନ୍ତି ସିଏମ୍ ।
ଜାଣନ୍ତୁ ବିପର୍ଯ୍ୟୟ ପର୍ଯ୍ୟଟନ କ’ଣ? ବିପଜ୍ଜନକ ସମୟରେ କାହିଁକି ବା କେହି ବୁଲିବାକୁ ଚାହାଁନ୍ତି? ଲୋକମାନେ ବିପର୍ଯ୍ୟୟର ନିକଟତର ହେବାକୁ କାହିଁକି ଆସନ୍ତି? ଏବଂ ଏମିତି ବୁଲିବା ପୂର୍ବରୁ ସେମାନେ କ’ଣ ସବୁ ଚିନ୍ତା କରିବା ଉଚିତ୍?
ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’ । କେତେବେଳେ କରିବ ଲ୍ୟାଣ୍ଡଫଲ୍ ? ଆଜି ରାତି ଘଡିସନ୍ଧି ।
ବିମାନ ବନ୍ଦରରେ ବୋମା ଥିବା ନେଇ ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କୁ ଆସିଲା ଧମକପୂର୍ଣ୍ଣ କଲ୍ ।
ବାତ୍ୟା 'ଦାନା' ପାଇଁ ପ୍ରଭାବିତ ହେବ ୪୦ ବିମାନ ସେବା । ଅନ୍ତର୍ଜାତୀୟ ବିମାନ ଭାବେ ଆଜି କୁଆଲାମପୁର ବିମାନ ସେବା ବନ୍ଦ ରହିବ ।
ଆଜି ଲୋକସେବା ଭବନରେ SRC, ରାଜସ୍ବମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ବାତ୍ୟା ଦାନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବାତ୍ୟା ‘ଦାନା’ର ଆଖିକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି IMD ଡିଜି । ସେ କହିଛନ୍ତି, ବାତ୍ୟା ଦାନାର ଆଖି ସୃଷ୍ଟି ହୋଇନି କି ହେବନି । ବହୁତ ବଡ଼ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏ ।
ଭୀଷଣ ବାତ୍ୟା ‘ଦାନା’ ପ୍ରଭାବରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।
ବାତ୍ୟା ଗତିପଥରେ ସାମାନ୍ୟ ରିକର୍ଭ। ଲ୍ୟାଣ୍ଡଫଲ୍ ପରେ ସାମାନ୍ୟ ରିକର୍ଭ କରିପାରେ ବାତ୍ୟା। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି।
ବାତ୍ୟା ଦାନା ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ପଶ୍ଚିମବଙ୍ଗ ଗଙ୍ଗା ସାଗର ବିଚରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବାରେ ଲାଗିଛି। ଧୀରେ ଧୀରେ ପବନର ବେଗ ମଧ୍ୟ ତୀବ୍ର ହେଲାଣି।
ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ଅହେତୁକ ବୃଦ୍ଧି ଅଭିଯୋଗ ଆସିବା ପରେ, ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଛି ଟୋଲ୍ ଫ୍ରି ନମ୍ବର। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ହେଉଛି ୦୬୭୪-୨୩୯୬୨୨୭ ।