• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସମ୍ଭାବ୍ୟ ବାତ୍ୟାରେ ଅଧିକ ପ୍ରଭାବିତ ହୋଇପାରେ ଉତ୍ତର ଓଡ଼ିଶା । ପୁରୀରୁ ପଶ୍ଚିମବଙ୍ଗର ଚବିଶ ପ୍ରଗଣା ଜିଲ୍ଲାରେ ବେଶୀ ପ୍ରଭାବ ଦେଖାଇପାରେ ସାମୁଦ୍ରିକ ଝଡ଼ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ଉତ୍ତର ଓଡ଼ିଶା ଜିଲ୍ଲା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ପବନ ହେବ ।

ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଗକୁ ବଢୁଛି ଡିପ୍ରେସନ୍ । ସମୁଦ୍ରରୁ ବଳ ଗୋଟାଉଛି । ଅଧିକ ଘନୀଭୂତ ହୋଇ ଆଜି ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତରେ ପରିଣତ ହେବ । ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଅବପାତ । ଏବେ ପାରାଦୀପ ଉପକୂଳରୁ ୭୦୦ କିଲୋମିଟର ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ୱୀପରୁ ୭୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି ।

ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ବାତ୍ୟାର ରୂପ । ପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ସକାଳେ ସିଭିୟର ସାଇକ୍ଲୋନିକ ଷ୍ଟ୍ରୋମ୍ ବା ଭୀଷଣ ବାତ୍ୟା ହେବ । ୨୪ ରାତି ଓ ୨୫ ସକାଳ ଭିତରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ପୁରୀରୁ ସାଗର ଦ୍ୱୀପ ଭିତରେ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଓ ଝଟକା ପବନ ୧୨୦ କିଲୋମିଟର ଛୁଇଁପାରେ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ବନ୍ଦରକୁ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ଜିଲାରେ ଆଳୁ, ପିଆଜ ସମେତ ବିଭିନ୍ନ ପନି ପରିବା ଦର ଆକାଶ ଛୁଆଁ ।

ଆଗରୁ ପରିବା ଦର ଉଚ୍ଚା ଥିବା ବେଳେ ବାତ୍ୟା କଥା ଶୁଣି ବ୍ୟବସାୟୀମାନେ ଆହୁରି ଦର ବଢାଇଛନ୍ତି । କିଛି ପରିବା ତ ଦୁଇ ଗୁଣା ହେଲାଣି । ବଜାରରେ ୬୦ ତଳକୁ ଆଉ ପରିବା ନାହିଁ । ବାତ୍ୟା ଯେଭଳି କିଛି ଅସାଧୁ ବେପାରୀଙ୍କୁ ସୁଯୋଗ ଦେଉଛି, ଗ୍ରାହକଙ୍କୁ ଲୁଟିବାକୁ । ରାଜଧାନୀର ୧ ନମ୍ବର ହାଟରେ ବି ଗ୍ରାହକ ହାଉଜାଉ । କିଏ ବ୍ୟାଗ ଭର୍ତ୍ତି ପରିବା କିଣିନେଲାଣି ତ କିଏ ଆଳୁ ପିଆଜ । ରାସନ ଦୋକାନରେ ବି ଭିଡ ଜମିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now