/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729587800.jpg)
Inmates Pose with Knife
ଜେଲ ଭିତରେ କଏଦୀଙ୍କ ହାତରେ ଚାକୁ । ଜେଲ ଭିତରେ କଏଦୀଙ୍କୁ କିଏ ଦେଲା ଚାକୁ । ଏମିତି ଘଟଣା ଭୁବନେଶ୍ବର ଝାରପଡା ଜେଲରେ ଘଟିଛି । ଜେଲର ସେଲ୍ ଭିତରୁ ଆସିଚି ଭିଡ଼ିଓ, କଏଦୀଙ୍କ ହାତରେ ଧରିଛନ୍ତି ଚାକୁ । କଏଦୀ କିଭଳି ଚାକୁ ଧରି ଡେମୋ ଦେଖାଉଛନ୍ତି ତାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
Advertisment
ଏମିତିକି ଜେଲ ଭିତରେ ରହି ଜୀବନରୁ ମାରିଦେବାକୁ ଧମକ ପୂର୍ଣ୍ଣ ଭିଡ଼ିଓ ପଠାଇବା ସହ ବଟି ମାଗୁଛନ୍ତି କିଛି ଅଭିଯୁକ୍ତ I ଟଙ୍କା ନଦେଲେ ହଣା ଖାଇବ ବୋଲି ଧମକ ମଧ୍ୟ ଦେଉଥିବା ସୂଚନା ମିଳିଛି । ବ୍ୟବସାୟୀ ଓ ସାକ୍ଷୀଙ୍କୁ ଖୋଲା ଧମକ ଦିଆଯାଉଥିବା ଅଭିଯୋଗ ଆସିଛି । ହେଲେ ମିଡ଼ିଆରେ କେହିବି ମୁଁହ ଖୋଲିବାକୁ ନାରାଜ I
ତେବେ ଜେଲ ଭିତରକୁ ସ୍ମାର୍ଟ ଫୋନ ଆସୁଛି କେମିତି ? ଜେଲ ଭିତରୁ ଧମକପୂର୍ଣ୍ଣ ଭିଡ଼ିଓ କଲ୍ କରୁଛନ୍ତି କେମିତି ? ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ତେବେ ଏନେଇ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)