• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପୁଣି ବିଜେଡିକୁ ଟାର୍ଗେଟ୍‌ କଲା ବିଜେପି । ରାଜ୍ୟ ସରକାର ଖାଲି ବାହାସ୍ପୋଟ ମାରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ରାଜ୍ୟ ସରକାରଙ୍କ କଥାରେ ତାଳମେଳ ରହୁନି । ମୁଖ୍ୟମନ୍ତ୍ରୀ ଗୋଟେ କଥା କହୁଥିବା ବେଳେ ରାଜ୍ୟପାଳ ଭିନ୍ନ କଥା କହୁଛନ୍ତି । ହେଲେ ସେପଟେ ନିତି ଆୟୋଗ ରିପୋର୍ଟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି । ରାଜ୍ୟ ସରକାର ଯାହା କହୁଛନ୍ତି ନିତି  ଆୟୋଗଙ୍କ ରିପୋର୍ଟ ଏହାଠାରୁ ଭିନ୍ନ । ତେଣୁ ସରକାର କେବଳ ବାହାସ୍ପୋଟ ମାରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । 

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଗରିବୀ କମାଇବା ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ବିଜେପିର ଟାର୍ଗେଟ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସଂପୂର୍ଣ୍ଣ ମିଛ ବୋଲି କହିଛି ବିଜେପି । ରାଜ୍ୟ ସରକାର ସବୁଥିରେ ପଛୁଆ ବୋଲି ଆଜି ବିଜେପି ପକ୍ଷରୁ କୁହାଯାଇଛି । ନିତି ଆୟୋଗ ରିପୋର୍ଟ ଗୋଟେ କଥା କହୁଥିବା ବେଳେ ରାଜ୍ୟପାଳଙ୍କ ମୁହଁରେ ସରକାର ଭିନ୍ନ କଥା କୁହାଉଛନ୍ତି । ଆଉ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଭିନ୍ନ କଥା କହୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏଣୁ କେଉଁଟା ସତ ବିଜେଡି ସ୍ପଷ୍ଟ କରୁ ବୋଲି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ।

ରାଜ୍ୟପାଳଙ୍କ ଅଭିଭାଷଣରେ କୁହାଯାଇଥିଲା ଆସନ୍ତା ୫ ବର୍ଷରେ ଗରିବୀ ୫ ପ୍ରତିଶତକୁ ହ୍ରାସ କରିବେ । ଗତକାଲି ନବୀନ ନିଜେ କହିଲେ ୫ ବର୍ଷରେ ୧୦ ପ୍ରତିଶତକୁ ଆଣିବେ । ଶାସକ ଦଳ ଓ ମୁଖ୍ୟମନ୍ତ୍ରୀ ଦାରିଦ୍ର୍ୟ ହଟେଇବାର ବାହାସ୍ପୋଟ ମାରୁଛନ୍ତି ବୋଲି ସେ କହିଛନ୍ତି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳି ପାରିନାହିଁ ।