Advertisment

ଅଳ୍ପ ଖର୍ଚ୍ଚରେ ବନାନ୍ତୁ, ଏହି ପାରମ୍ପରିକ ସୁଆଦିଆ ପିଠା

ଓଡ଼ିଆ ଘରେ ବାର ମାସରେ ତେର ପର୍ବ , ଆଉ ଏହି ପର୍ବପର୍ବାଣୀରେ ଘରେ ତିଆରି ହୁଏ ଭଳିକି ଭଳି ପିଠା । ଆଜି ଆମେ ଆପଣଙ୍କ ପାଇଁ ଓଡ଼ିଆ ଘରର ଏକ ପାରମ୍ପରିକ ପିଠା ପ୍ରସ୍ତୁତ କରିବୁ । ଏହି ପିଠା ରେସିପିର ନାଁ ହେଉଛି ‘ସାତପୁରୀ ପଠା’ । ଏହି ପିଠାର ବିଶେଷ୍ୱତ ହେଉଛି ସାତଟି ପୁରୀରେ ଏହା ପ୍ରସ୍ତୁତ କରାଯାଏ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

author-image
Pallipuspa Samal
ଅଦ୍ୟତନ ହୋଇଛି
saptapuri pitha recipe

saptapuri pitha recipe

ପିଠା ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଆସିଥାଏ । ସେଥିପାଇଁ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ଏକ ନିଆରା ପିଠା । ଆପଣ କେବେ ସାତପୁରୀ ପିଠା ଖାଇଛନ୍ତି କି ? ଆଜି ହିଁ ଘରେ ବନାନ୍ତୁ ଓଡିଶାର ପାରମ୍ପରିକ ପିଠା ‘ସାତପୁରୀ ପିଠା ‘ ।

Advertisment

‘ସାତପୁରୀ ପଠା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ମଇଦା,ନଡ଼ିଆ କୋରା,ଛେନା,ଗୋଲମରିଚ ଗୁଣ୍ଡ,ଗୁଜୁରାତି ଗୁଣ୍ଡ,କାଜୁ ଓ କିସମିସ୍‌ ,ଚିନି,ଅଳ୍ପ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ନଡ଼ିଆ କୋରାରେ ଛେନା,ଗୋଲମରିଚ ଗୁଣ୍ଡ,ଗୁଜୁରାତି ଗୁଣ୍ଡ,କାଜୁ ଓ କିସମିସ୍ ପକାଇ ପୂର ପ୍ରସ୍ତୁତ କରନ୍ତୁ ।
  • ଏହାପରେ ମଇଦାରେ ଲୁଣ ଓ ପାଣି ପକାଇ ଚକଟି ରଖନ୍ତୁ ।
  • ଏହି ଚକଟାକୁ ଗୋଲ ଗୋଲ କରି ବଡ଼ ଓ ଛୋଟ ପୁରୀ ଆକାରରେ ବେଲି ଦିଅନ୍ତୁ ।
  • ଏହାପରେ ଏକ ବଡ଼ ପୁରୀରେ କିଛି ପୁର ଦେଇ ତା ଉପରେ ଆଉ ଗୋଟେ ଛୋଟ ପୁରୀ ରଖନ୍ତୁ ।
  • ଓ ପୁଣି ତା ଉପରେ କିଛି ପୁର ଦେଇ ଆଉ ଏକ ପୁରୀକୁ ରଖନ୍ତୁ ।
  • ଏହିପରି ଭାବେ ପୁର ଦିଆ ପୁରୀକୁ ଛ ପରସ୍ତ କରନ୍ତୁ ।
  • ଶେଷରେ ଏକ ବଡ଼ ପୁରୀକୁ ତା ଉପରେ ରଖି ଚାରିପଟୁ ଭଲ ଭାବେ ମୋଡ଼ି ଦିଅନ୍ତୁ ।
  • ଏହାପରେ ଚୁଲିରେ କଡ଼େଇ ବସେଇ ସେଥିରେ ତେଲ ପକାନ୍ତୁ
  • ତେଲ ଗରମ ହୋଇଗଲେ ସେଥିରେ ପିଠାକୁ ପକେଇ ଛାଣନ୍ତୁ ।
  • ପିଠାର ୨ ପଟ ଅଳ୍ପ ବାଦାମୀ ରଙ୍ଗ ହୋଇ ଆସିଲେ ଏହାକୁ ଛାଣି ଏକ ପାତ୍ରକୁ କାଢି ଦିଅନ୍ତୁ ।
  • ପିଠା ଥଣ୍ଡା ହୋଇଗଲେ ଏହାକୁ କାଟି ୨ ଫାଳ କରି ଗରମ ଗରମ ପରଷନ୍ତୁ ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ସାତପୁରୀ ପଠା’ । ଏହି ପିଠା ଓଡ଼ିଆ ଘରର ଏକ ପାରମ୍ପରିକ ପିଠା । ଏହି ପିଠାକୁ ପୂଜାପର୍ବାଣୀରେ ଘରେ ପ୍ରସ୍ତୁତ କରି ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ

Odia Food And Recipes
Advertisment
Advertisment