• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

 ରାଜ୍ୟର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା (Srikant Jena) ମଧ୍ୟ ରାଜ୍ୟ ସରକାରଙ୍କୁ ଓବିସି ସଂରକ୍ଷଣ ରାଜନୀତି ନେଇ ସମାଲୋଚନା କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ଓବିସି ( Other Backward Caste )ଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ବିଜେଡିର ଘୋଷଣାକୁ ତୀବ୍ର ସମାଲୋଚନା କରିଛନ୍ତି ବରିଷ୍ଠ ରାଜନେତା ଶ୍ରୀକାନ୍ତ ଜେନା । ଓବିସିଙ୍କ ପ୍ରତି ବିଜେଡିର ଆନ୍ତରିକତା ନାହିଁ । ଏହାସହ ସେ କହିଛନ୍ତି ଯେ, ରାଜ୍ୟରେ ୮୪୭ଟି ଜିଲ୍ଲା ପରିଷଦ ଆସନରୁ ଯଦି ବିଜେଡି ୪୦ ପ୍ରତିଶତଙ୍କୁ ଟିକେଟ ଦେଉଛି, ତା ହେଲେ ୩୪୮ ଜଣ ଓବିସି ପ୍ରାର୍ଥୀ ବିଜେଡି ଟିକେଟ ପାଇବେ । ଏନେଇ ଶ୍ରୀକାନ୍ତ କହିଛନ୍ତି ଯେ, ବିଜେଡି ଓବିସିକୁ ନେଇ ରାଜନୀତି କରିବାକୁ ପସନ୍ଦ କରୁଛି । ହେଲେ ସାମ୍ବିଧାନିକ ଅଧିକାର ଦେବାକୁ ପ୍ରସ୍ତୁତ ନୁହଁ ବୋଲି ସେ କହିଛନ୍ତି ।

ନିର୍ବାଚନ ଯେତିକି ପାଖୋଉଛି ରାଜ୍ୟ ରାଜନୀତି ସେତିକି ଉଷ୍ମ ହେଉଛି । ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋରଦାର ହେଉଛି । ରାଜ୍ୟର ବିଜେଡି ସରକାର ଗୋଟିଏ ପରେ ଗୋଟିଏ ନୂଆ ନୂଆ ଗେମ୍‌ ପ୍ଲାନ୍‌ କରୁଥିବା ବେଳେ ବିରୋଧୀ ଏହାକୁ କାଉଣ୍ଟର କରିବାରେ ଲାଗିଛନ୍ତି । ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଯୋଜନା ଆରମ୍ଭ କରୁଥିବା ବେଳେ ବିରୋଧୀ କହିଛନ୍ତି ନିର୍ବାଚନ ଆସୁଛି ବୋଲି ସରକାର ଏଭଳି ପଦକ୍ଷେପ ନେଉଛନ୍ତି । 

 ତେବେ ଏହାରି ଭିତରେ ରାଜ୍ୟରେ ଓବିସି ସଂରକ୍ଷଣକୁ ନେଇ ରାଜନୀତି ତେଜିବାରେ ଲାଗିଛି । ବିଜେପିର ରାଜ୍ୟ ନେତାଙ୍କଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଓବିସି ରାଜନୀତିକୁ ସମାଲୋଚନା କରିଛନ୍ତି ।