• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଞ୍ଚାୟତ ନିର୍ବାଚନ ଭୋଟ୍ ପୂର୍ବରୁ ତାତିଲାଣି ରାଜନୀତି ପାଣିପାଗ । ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ସାଂସଦ ଓ ବିଧାୟକଙ୍କ ସହ ବୈଠକ କରି ବିଜେଡିକୁ ମାତ୍ ଦେବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ବିଜେପି (BJP) ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ (Daggubati Purandeswari) । ସେପଟେ ନବରଙ୍ଗପୁରରେ କଂଗ୍ରେସ ସଂକଳ୍ପ ସମାବେଶରେ ଉଭୟ ରାଜ୍ୟ ଓ କେନ୍ଦ୍ରକୁ ନିଶାନା କରି ଗର୍ଜିଛନ୍ତି କଂଗ୍ରେସ ନେତା କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ୱାନୀ ।

ମିଶନ୍ ପଞ୍ଚାୟତ । ଭୋଟ୍ ତାରିଖ ଘୋଷଣା ନହେଉଣୁ, ଯିଏ ଯାହା ରଣନୀତିରେ ବ୍ୟସ୍ତ । ଲୋକ ପ୍ରତିନିଧିଙ୍କ ସହ ଆଜି ବିଜେପିର ବ୍ରେନ୍ ଷ୍ଟର୍ମିଂ । ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମେ ସାଂସଦ ଓ ପରେ ବିଧାୟକଙ୍କ ସହ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ମାନସ ମନ୍ଥନ । ଫୋକସ୍‌ରେ ତୃଣମୂଳ ଅର୍ଥାତ ବୁଥ୍ ସ୍ତରରୁ ସଙ୍ଗଠନକୁ ମଜଭୁତ କରି ପଞ୍ଚାୟତ ଭୋଟ୍‌ରେ ବିଜେଡି (BJD)କୁ ମାତ୍ ଦେବା । ନିଷ୍ପତ୍ତି ମୁତାବକ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରରେ କମିଟି ଗଠନ ହେବ, ପୃଥକ ଇସ୍ତାହାର ବି ବାହାରିବ । ଗରିବୀ, ବେକାରୀ ଓ ନାରୀ ନିର୍ଯାତନା ସହ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତା ହେବ ପ୍ରମୁଖ ନିର୍ବାଚନୀ ମୁଦ୍ଦା ।

ଏଥିସହ କେନ୍ଦ୍ର ସରକାରଙ୍କ ସଫଳତାର ବାର୍ତ୍ତା ମଧ୍ୟ ଘର ଘର ପହଞ୍ଚାଇବାକୁ ବୈଠକରେ ଆଲୋଚନା ହୋଇଛି । କୋର୍ କମିଟି ସମେତ ବିଭିନ୍ନ ଛାମୁଆ ସଂଗଠନ ସହ ଆଲୋଚନା କରି ପ୍ରସ୍ତୁତ ହୋଇଛି ପୂରା ପଂଚାୟତ ନିର୍ବାଚନର ରୋଡମ୍ୟାପ୍ ।

 

ପଂଚାୟତ ନିର୍ବାଚନ ପ୍ରସ୍ତୁତିରେ କଂଗ୍ରେସ ବି ପଛରେ ନାହିଁ । ନବରଙ୍ଗପୁର (Nabarangpur)ରେ ଜାତୀୟ ଯୁବନେତା କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ୱାନୀଙ୍କୁ ଧରି ସଂଙ୍କଳ୍ପ ସମାବେଶ ଆଳରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ଟାର୍ଗେଟ୍‌ରେ ଉଭୟ ବିଜେପି ଓ ବିଜେଡି ଏମିତିକି ବିଜେଡିକୁ ବିଜେପିର ଡି ଟିମ୍ ବୋଲି କହି ଓଡିଶାରେ ନିର୍ବାଚିତ ପ୍ରତିନିଧିଙ୍କ ସରକାର ନୁହେଁ ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁ ସରକାର ଚଳାଉଥିବାର ଅଭିଯୋଗ କରିଛନ୍ତି କହ୍ନେୟା ।

ସେପଟେ ଗତକାଲି ସବୁ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ ପରେ ଏବେ ଗାଁ ମୁହାଁ ବିଜେଡି ନେତା । ସରକାରୀ ସ୍ତରରେ BSKY କାର୍ଡ, ସ୍କୁଲ ରୁପାନ୍ତରୀକରଣ, SHGକୁ ସହାୟତା, ବିଭିନ୍ନ ସ୍କିମରେ ସିଧା ଲୋକଙ୍କୁ ଟଙ୍କା ବାଣ୍ଟି ଜନତାଙ୍କ ମନ ଜିଣିବାକୁ ଉଦ୍ୟମ ଚଳାଇଛି ଦଳ ।