ଥମୁନି ଅନୁଭବ-ବର୍ଷା ବିବାଦ । ଦିନକୁ ଦିନ ବଢିବାରେ ଲାଗିଛି ତିକ୍ତତା । ଦୁହେଁ ପରସ୍ପର ଉପରେ ଦୋଷ ଲଦିବାରେ ବ୍ୟସ୍ତ। ତେବେ କିଏ ସତ କିଏ ମିଛ ? ତେବେ ଆଜି ଅନୁଭବ ବର୍ଷାଙ୍କ ନାଁରେ ଏକ ବଡ ଅଭିଯୋଗ ଆଣିଛନ୍ତି । ଅନୁଭବଙ୍କ ଅଭିଯୋଗ ଏହା ଯେ, କୋର୍ଟରେ ବର୍ଷା ଏକାଧିକ ଜାଲ ଡକ୍ୟୁମେଣ୍ଟ ଓ ଜାଲ୍ ଆଇଡେଣ୍ଟିଟି ଦାଖଲ କରିଛନ୍ତି ।
ଓଲିଉଡ୍ ( Ollywood ) ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ( Varsha Priyadarshini )ଙ୍କ ନାଁରେ ବାରମ୍ବାର ଅନେକ ଅଭିଯୋଗ ଆଣିଛନ୍ତି ସ୍ୱାମୀ ତଥା ସାଂସଦ ଅନୁଭବ ମହାନ୍ତି ( Anubhav Mohanty ) । ତେବେ ଆଜି ଅନୁଭବ କୋର୍ଟରେ ସାକ୍ଷୀ ଥିବା ନେଇ ଆସିଥିବା ବେଳେ ବର୍ଷାଙ୍କ ନାଁରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବାନୁଯାୟୀ ବର୍ଷାଙ୍କ ଦ୍ୱାରା ଦାଖଲ ହୋଇଥିବା ସମସ୍ତ ଡକ୍ୟୁମେଣ୍ଟ ଜାଲି ଅର୍ଥାତ ଫର୍ଜି ଅଟେ । ସେ ଏକଥା ଲୋକସଭା ସେକେଟ୍ରାରିଏଟ୍ ମଧ୍ୟ ଜଣାଇଥିବା କଥା ଗଣମାଧ୍ୟମକୁ ଜଣାଇଛନ୍ତି । ସେ କହିଛନ୍ତି ଯେ ଏନେଇ ତଦନ୍ତ ଜାରି ରହିଛି, କୋର୍ଟରେ ଖୁବ୍ ଶୀଘ୍ର ସତ ସାମ୍ନାକୁ ଆସିବ ।
ଅନୁଭବ ଆହୁରି କହିଛନ୍ତି ଯେ, ବର୍ଷା ଅନ୍ୟମାନଙ୍କ ଦ୍ୱାରା ନିଜ ମତାମତ ନଜଣାଇ ବରଂ କ୍ୟାମେରା ସାମ୍ନାକୁ ଆସି ଏହି ଅଭିଯୋଗ ଉପରେ ମତାମତ ଦେବା ଦରକାର । ତେବେ ବର୍ଷାଙ୍କ ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ମିଳିପାରି ନାହିଁ । ଦୁହିଁଙ୍କ ବିବାଦ ଥମିବା ବଦଳରେ ବଢିବାରେ ଲାଗିଛି ।
ନିକଟରେ ଉଭୟଙ୍କ ଏକ ସିସିଟିଭି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ ଅନୁଭବ ବର୍ଷାଙ୍କୁ କଣ କହୁଛନ୍ତି ତାହା ସ୍ପଷ୍ଟ ଶୁଣାଯାଉନଥିଲା। କିନ୍ତୁ ଆଇନର କଥା ଅନୁଭବ ବର୍ଷାଙ୍କୁ କହିବା ସହ ଏକ ତାଲା ଆଣି ଚାବି ଖୋଲୁଥିବା ଦେଖିବାକୁ ମିଳିଥିଲା। ଏହାସହ ବର୍ଷା ବାହାରୁ ଘରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମୟରେ ବର୍ଷାଙ୍କ ସହ ଜଣେ ମହିଳା ମଧ୍ୟ ଉପସ୍ଥିତ ରହିଥିଲେ।
ପତ୍ନୀଙ୍କ ବିରୋଧରେ ଅନୁଭବଙ୍କ ଅଭିଯୋଗ, କହିଲେ ବର୍ଷା ଦେଇଥିବା ସବୁ ଡକ୍ୟୁମେଣ୍ଟ ଜାଲ୍
ଅନୁଭବ-ବର୍ଷା କଳି ଯାଇ ପହଞ୍ଚିଛି ଲୋକସଭାରେ । ଅଦାଲତରେ ଏହାର ବିଚାର ଚାଲିଥିବା ବେଳେ ସାଂସଦ ଅନୁଭବ ମହାନ୍ତି ଲୋକସଭାକୁ ଏହି ବିବାଦକୁ ନେଇଛନ୍ତି । ବର୍ଷାଙ୍କୁ ପରୋକ୍ଷରେ ଧମକ ଦେଇ କହିଛନ୍ତି, ଏହାର ତଦନ୍ତ ଚାଲିଛି ।
Anubhav Barsha