• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ୍ରାଇମ୍ କ୍ୟାପିଟାଲ ସାଜିଛି ରାଜଧାନୀ ଭୁବନେଶ୍ୱର । ୧୧ ମାସରେ ୩୨ଟି ହତ୍ୟା, ୧୦୮ ଦୁଷ୍କର୍ମ । ନଭେମ୍ବର ସୁଦ୍ଧା ରୁଜୁ ହୋଇଛି ୧ ହଜାର ୮୮୦ଟି ଚୋରି ମାମଲା । କେବଳ ଏତିକି ନୁହେଁ, ୨୭୭ଟି ଆତ୍ମହତ୍ୟା ମାମଲାରୁ ପୁରୁଷଙ୍କ ସଂଖ୍ୟା ଅଧିକ । ବର୍ଷକର କ୍ରାଇମ ରେକର୍ଡ ଜାରି କରି ଏହି ତଥ୍ୟ ଦର୍ଶାଇଛି ଭୁବନେଶ୍ୱର କମିଶନରେଟ ପୋଲିସ ।

ଉଦ୍‌ବେଗଜନକ କଥା ହେଉଛି, ଭୁବନେଶ୍ୱରରେ ଏହି ବର୍ଷ, ବର୍ତ୍ତମାନ ସୁଦ୍ଧା ୨୭୭ ଜଣ ଆତ୍ମହତ୍ୟା କରିଥିବା ବେଳେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ସଂଖ୍ୟା ଅଧିକ । ଫାଶି ଲଗାଇ ସର୍ବାଧିକ ୯୪ ଜଣ ପୁରୁଷ ଆତ୍ମହତ୍ୟା କରିଥିବା ବେଳେ ମହିଳାଙ୍କ ସଂଖ୍ୟା ରହିଛି ୪୧ ।

ତେବେ ଖଣ୍ଡଗିରି ଅଞ୍ଚଳରେ ସର୍ବାଧିକ ୬୮ ଜଣ ଏବଂ ତମାଣ୍ଡୋ ଥାନା ଅଞ୍ଚଳରେ ସର୍ବନିମ୍ନ ୨ଟି ମାମଲା ସାମ୍ନାକୁ ଆସିଛି । ଏହାବ୍ୟତୀତ ପୂର୍ବବର୍ଷ ତୁଳନାରେ ମାମଲା ସଂଖ୍ୟା ବଢ଼ିବା ସହ ବଢ଼ିଛି ଚୋରି ଏବଂ ଠକେଇ । ୨୦୨୧ ନଭେମ୍ବର ସୁଦ୍ଧା ଭୁବନେଶ୍ୱରରେ ୧ ହଜାର ୮୮୦ଟି ଚୋରି ଘଟଣା ଘଟିଛି । ସେହିପରି ୫୪୭ଟି ଲୁଟ୍, ୪୨୬ଟି ସିନ୍ଧି ଚୋରି, ୭୯୧ଟି ଠକେଇ ମାମଲା ରୁଜୁ ହୋଇଥିବା ବର୍ଷକର କ୍ରାଇମ ରେକର୍ଡରେ ଦର୍ଶାଇଛି ଭୁବନେଶ୍ୱର କମିଶନରେଟ୍ ପୋଲିସ ।