• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୪ ଜିଲ୍ଲାରେ ପ୍ରବଳ ବର୍ଷିବ ! ଏନେଇ ପାଣିପାଗ ବିଭାଗର ପୂର୍ବାମାନ କରିଛି । ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜିଠାରୁ ୨୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୪ ଜିଲ୍ଲାରେ ଅତି ପ୍ରବଳ ଓ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି । ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି । ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି ।

ଅନ୍ୟପଟେ ଆଜି ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମାଲକାନଗିରିକୋରାପୁଟଗଜପତି ଜିଲ୍ଲାକୁ ଛୁଇଁଛି ମୌସୁମୀ । ଆଗାମୀ ୨ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଏହା ଅଗ୍ରସର ହେବ । ତେବେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ସେହିଭଳି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି।

ଅନ୍ୟପକ୍ଷେ, ଆଜି ଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ପରବର୍ତ୍ତୀ ସମୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏଣିକି ବର୍ଷାର ପରିମାଣ ବଢ଼ିପାରେ। 

ତେବେ ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସହ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହୋଇଛି । ନବରଙ୍ଗପୁରକଳାହାଣ୍ଡିରାୟଗଡ଼ାଗଜପତିଗଞ୍ଜାମପୁରୀମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି।