Advertisment

ଓଡ଼ିଶାରେ ନଡ୍ଡା‌; ବରଗଡ଼ରେ କର୍ମକର୍ତ୍ତାଙ୍କୁ ଦେଲେ ଗୁରୁମନ୍ତ୍ର, ଭବାନୀପାଟଣା ସଭା ଉପରେ ସମସ୍ତଙ୍କ ନଜର

ବିଜେପିର ମିଶନ୍ ଓଡ଼ିଶା, ପଶ୍ଚିମ ଓଡ଼ିଶା ପ୍ରୟୋଗଶାଳା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।

author-image
Satyendu Shekher Mishra
Odisha Politics, JP Nadda

Odisha Politics, JP Nadda

ଓଡ଼ିଶା ଦଖଲ ପାଇଁ କ'ଣ ରହିବ ନଡ୍ଡାଙ୍କ ନକ୍ସା ? ଭବାନୀପାଟଣାରେ କର୍ମୀଙ୍କୁ ଦେବେ କି ମନ୍ତ୍ର ? ବିଜେଡି ସରକାର ବିରୋଧରେ କଣ ରହିବ ନଡ୍ଡାଙ୍କ ଆଭିମୁଖ୍ୟ ? ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଦୁଇ ଦିନିଆ ଗସ୍ତକୁ ନେଇ କର୍ମୀଙ୍କ ମନରେ ଏବେ ଏମିତି ପ୍ରଶ୍ନ । ଆଜି ଅପରାହ୍ନରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବା ପରେ ଦଳ ପକ୍ଷରୁ ନଡ୍ଡାଙ୍କୁ ଦିଆଯାଇଥିଲା ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା। ପାଛୋଟି ଆଣିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁରେଶ ପୂଜାରୀ ଓ ଜୁଏଲ ଓରାମ ପ୍ରମୁଖ।

Advertisment

ପରେ ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟରେ ବରଗଡ଼ ଲୋକସଭା କ୍ଷେତ୍ରର ୭ ବିଧାନସଭା ମଣ୍ଡଳିର କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇ ପ୍ରାୟ ୨ ଶହ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ ନଡ୍ଡା। ସଙ୍ଗଠନ ସୁଦୃଢ ପାଇଁ ବି ଦେଇଥିଲେ ଟାକ୍ସ। ଏହା ସହ ୯ ବର୍ଷରେ ମୋଦି ସରକାରଙ୍କ ଉପଲବ୍ଧିକୁ ଠିକଣା ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଫୋକସ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ଏପଟେ ନଡ୍ଡାଙ୍କ ଭବାନୀପାଟଣା ସଭା ପାଇଁ ଚଳଚଞ୍ଚଳ ବିଜେପି କ୍ୟାମ୍ପ। ଚାଲିଛି ଜୋରଦାର ପ୍ରସ୍ତୁତି। ହେଲେ ମଂଚରୁ କାଲି କି ଉଦବୋଧନ ଦେବେ ନଡ୍ଡା ? ମହାଜନସଂପର୍କ ଅଭିଯାନ ଜରିଆରେ ମୋଦି ସରକାରଙ୍କ ୯ ବର୍ଷର ହିସାବ ତ ଦେବେ, ହେଲେ ବିଜେଡି ସରକାର ବିରୋଧରେ କଣ ରହିବ ଆଭିମୁଖ୍ୟ ? ନିକଟରେ ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଆଟାକିଂ ମୁଡରେ ଦେଖିବାକୁ ମିଳିଥିଲା। ସିଧାସଳଖ ତୃତୀୟ ମହଲା ସହ ଫାଇଭ ଟି ସଚିବଙ୍କୁ ଟାର୍ଗେଟ କରିଥିଲେ ନେତା।

Advertisment

ଯାହାକୁ ନେଇ କର୍ମୀଙ୍କ ମଧ୍ୟରେ ବି ଉତ୍ସାହ ଦେଖିବାକୁ ମିଳିଥିଲା। ତେଣୁ ଏହି ସମୟରେ ନଡ୍ଡାଙ୍କ ଗସ୍ତ ଥିବାରୁ, ବିଜେଡି ବିରୋଧରେ ନଡ୍ଡା ଅଧିକ ଶାଣିତ ହୋଇପାରନ୍ତି । ଏହା ସହ ଦୁର୍ନୀତି ଏବଂ ଭ୍ରଷ୍ଟାଚାର କଥା ମଧ୍ୟ ଉଠାଇପାରନ୍ତି । ନଡ୍ଡାଙ୍କ ଗସ୍ତ ବିଜେପି ପାଇଁ ଟର୍ଣ୍ଣିଂ ପଏଣ୍ଟ ବୋଲି କହୁଛନ୍ତି ଦଳୀୟ ନେତା। ଏପଟେ ବିଜେଡି ଓ କଂଗ୍ରେସ କହୁଛି କୌଣସି ପ୍ରଭାବ ପଡ଼ିବନି।

ଭବାନୀପାଟଣା ସଭା ପରେ କାଲି କଳାହାଣ୍ଡି ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ ରହିଛି। ଚର୍ଚ୍ଚା ହେଉଛି ବିଜେପିର ମିଶନ୍ ୨୪ ପାଇଁ ପଶ୍ଚିମ ଓଡ଼ିଶାକୁ ପ୍ରୟୋଗଶାଳା କରିପାରେ ବିଜେପି। ସେଇଥିପାଇଁ ପଶ୍ଚିମ ଓଡ଼ିଶାକୁ ଫୋକସ କରିଛି ଦଳ। ୨୦୧୯ରେ ପଶ୍ଚିମ ଓଡିଶାର ସମସ୍ତ ୫ ଲୋକସଭା ସିଟ ହାତେଇଥିଲା ବିଜେପି। ଆଉ ୨୪ରେ ପଶ୍ଚିମ ଓଡ଼ିଶାର ସବୁ ସିଟ ହାତେଇବାକୁ କରିଛି ଯୋଜନା ।

BJD BJP Congress JP Nadda Odisha Politics
Advertisment
Advertisment