Advertisment

ଝଲସିବ ଶ୍ରୀମନ୍ଦିର ସିଂହଦ୍ୱାର, ଲାଗିବ ଉତ୍କଳୀୟ କାରୁକାର୍ଯ୍ୟରେ ରୂପା ଖଚିତ କବାଟ

କଡ଼ା ସୁରକ୍ଷା ବଳୟରେ ଆରମ୍ଭ ହୋଇଛି ନିର୍ମାଣ କାମ । ଶ୍ରୀମନ୍ଦିରରେ ASI, ପୂର୍ତ୍ତ ବିଭାଗ ଓ ବୈଷୟିକ କୋର କମିଟି ।

author-image
Satyendu Shekher Mishra
Srimandir

Srimandir

ଗର୍ଭଗୃହ-ଜଗମୋହନ-ନାଟମଣ୍ଡପ କାହା ସ୍ଥିତି ଦୁର୍ବଳ ? କେଉଁଠି ଦରକାର ମରାମତି ? ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ASI, ପୂର୍ତ୍ତ ବିଭାଗ ଓ ଶ୍ରୀମନ୍ଦିର ବୈଷୟିକ କୋର କମିଟିର ଏକ ୨୦ଜଣିଆ ଉଚ୍ଚସ୍ତରୀୟ ଟିମ୍ ଆଜିଠୁ ଶ୍ରୀମନ୍ଦିରରେ ମିଳିତ ଭାବେ ଏସବୁର ଆରମ୍ଭ କରିଛନ୍ତି ତନ୍ନ ତନ୍ନ ଯାଞ୍ଚ । ଗର୍ଭଗୃହର ପ୍ରଥମ ଓ ଦ୍ୱିତୀୟ ମହଲା, ରୋଷ ଘର ଓ ଭୋଗ ମଣ୍ଡପ ସବୁର ଚଟାଣ ପରୀକ୍ଷାନିରୀକ୍ଷା ଚାଲିଛି। ବିଶେଷକରି ଜଗମୋହନରେ କଳା ଆସ୍ତରଣ କେତେ ପରିମାଣର ବଢ଼ିଛି ? କେମିତି ଏହାର କେମିକାଲ ୱାସିଂ କରାଯିବ ଓ ଭେଣ୍ଟିଲେସନ ବ୍ୟବସ୍ଥା ସୁଗମ କରିବାକୁ ଅଧିକ ଫୋକସ୍ ଦେଉଛି ଟିମ୍।

Advertisment

ସେହିପରି ଜଗମୋହନରେ ହୋଇଥିବା ଷ୍ଟିଲ ଫ୍ରେମ୍ କାମର ତଦାରଖ ସହ ନାଟମଣ୍ଡପ ଗରୁଡ଼ସ୍ତମ୍ଭ ବିମ୍‌ରେ ସୃଷ୍ଟ ଫାଟର ବି ଅନୁଧ୍ୟାନ ଚାଲିଛି। ଯେହେତୁ ଏବେ ମହାପ୍ରଭୁ ଗୁଣ୍ଡିଚା ଯାତ୍ରାରେ ଅଛନ୍ତି, ତେଣୁ ନିଳାଦ୍ରିବିଜେ ପୂର୍ବରୁ ଏସବୁ କାମ ସାରିବାକୁ ତତ୍ପର ହୋଇଛି ଟିମ୍। ତାସହ ଗର୍ଭଗୃହରେ ଶ୍ରୀଅଙ୍ଗକୁ ବିପଦ ସାଜିଥିବା ମୂଷା ଓ ଅସରପାଙ୍କ ପ୍ରାଦୁର୍ଭାବ କମାଇବାକୁ ବି ପଦକ୍ଷେପ ନିଆଯିବ। ଗର୍ଭଗୃହରେ ସବୁ ଛୋଟବଡ଼ ଫାଙ୍କରେ ଲୁହା ଜାଲି ଦିଆଯିବା ସହ ଆବଶ୍ୟକ ପଡ଼ିଲେ ଜୈବ ଓ ପ୍ରାକୃତିକ ପ୍ରଣାଳୀରେ ଔଷଧ ପ୍ରସ୍ତୁତ କରାଯାଇ ମୂଷା ବଂଶ କମାଇବାକୁ ପଦକ୍ଷେପ ନିଆଯିବ ବୋଲି ଟିମ୍ ଲକ୍ଷ୍ୟ ରଖିଛି।

ସେପଟେ ପୂର୍ବ ନିଷ୍ପତ୍ତି ମୁତାବକ ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା ସମୟରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ସିଂହଦ୍ୱାରର ରୂପା ଛାଉଣୀ ପ୍ରକ୍ରିୟା। ଇଏ ସେହି ସମୟର ଦୃଶ୍ୟ। ଗତକାଲି ରାତିରେ ପ୍ରଥମେ ସିଂହଦ୍ୱାରରେ ଏକ ଅବିକଳ ଅସ୍ଥାୟୀ ଦ୍ୱାର ଲଗାଯାଇଛି। ମୁମ୍ବାଇ ଜଣେ ଦାତାଙ୍କ ପାଖରୁ ୫ଶହ କେଜି ଓଜନର ଦୁଇଟି ଷ୍ଟିଲ୍ ଫ୍ରେମ୍ ଆସି ପହଞ୍ଚିବା ପରେ ୧୫ରୁ ଅଧିକ ଶ୍ରମିକ ଏହାକୁ ସିଂହଦ୍ବାର ପାଖକୁ ନେଇ ମାପ-ଚୁପ କାମରେ ଲାଗିଛନ୍ତି। 

Advertisment

ବର୍ମା ଶାଗୁଆନ କାଠରେ ମୂଳ ସିଂହଦ୍ୱାର ଭଳି ଫ୍ରେମ ପଡ଼ିବା ପରେ ସେଥିରେ ଉତ୍କଳୀୟ ଢାଞ୍ଚାରେ ରୂପା କାରୁକାର୍ଯ୍ୟ ସହ ଛାଉଣୀ କରାଯିବ। ସେପଟେ ରୂପା ଛାଉଣୀ କାମ ଚାଲିଥିବାରୁ ସିଂହଦ୍ୱାର ବାଟେ କେବଳ ସେବାୟତଙ୍କୁ ଛାଡ଼ି କାହାରିକୁ ପ୍ରବେଶ ଅନୁମତି ଦିଆଯାଉ ନାହିଁ। ସଂପୂର୍ଣ୍ଣ ସିଂହଦ୍ୱାରକୁ ଏବେ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି। ପୂର୍ବରୁ ଶ୍ରୀମନ୍ଦିରର ସାତ ପାହାଚ, ଜୟବିଜୟ ଦ୍ବାର, କଳାହାଟ ଦ୍ୱାର, ବେହରଣ ଦ୍ୱାର ଓ ଭୋଗମଣ୍ଡପ ଦ୍ୱାର କବାଟ ରୂପା ଛାଉଣୀ ସରିଛି।

Lord Jagannath Ratha Jatra
Advertisment
Advertisment