ଆଜି ଆଡ଼ପ ମଣ୍ଡପ ବିଜେ କରିବେ ତିନି ଠାକୁର। ପୁରୀ ଶରଧାବାଲିରେ ତିନି ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରହିଛି। ରଥ ଉପରେ ଶ୍ରୀଜିଉମାନଙ୍କର ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେଉଛି। ମହାପ୍ରଭୁ ଆଜି ସନ୍ଧ୍ୟା ଯାଏ ରଥ ଉପରେ ଭକ୍ତଙ୍କ ଦର୍ଶନ ଦେବେ। ଏହାପରେ ଆଡ଼ପ ମଣ୍ଡପ ବିଜେ ଆରମ୍ଭ ହେବ।
ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ ମହାବାହୁ। ଜନ୍ମବେଦୀରେ ଅବସ୍ଥାନ ପରେ ଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଲୀଳାଖେଳା। ଶୁକ୍ରବାରଠୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା। ଆଉ ଏଥିପାଇଁ ଉତ୍କଣ୍ଠା ସହରେ ଅନାଇ ରହିଛନ୍ତି ଶ୍ରଦ୍ଧାଳୁ।