• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଆଜି ହେବ ଶେଷକୃତ୍ୟ । ପୁରୀ ସ୍ୱର୍ଗଦ୍ୱାରରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ । ଏହାପୂର୍ବରୁ ଆଜି ସକାଳୁ ଏହି ଦିବଙ୍ଗତ ବିଶିଷ୍ଟ କବିଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱରସ୍ଥିତ ଖାରବେଳନଗର ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । 

ଅଧିକ ପଢନ୍ତୁ: ‘ରମାକାନ୍ତ ରଥ ଥିଲେ ଜଣେ ବିଶାଳ ହୃଦୟର କବି, କବିତ୍ୱ ହିଁ ଥିଲା ତାଙ୍କ ପରିଚୟ’

ଖାରବେଳନଗର ସ୍ଥିତ ବାସଭବନରେ ଗତକାଲି ରମାକାନ୍ତ ରଥଙ୍କର ଦେହାନ୍ତ ହୋଇଥିଲା । ୯୧ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ରାଜନୀତି ଓ ସାରସ୍ୱତ ଜଗତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଭୁବନେଶ୍ୱର ବାସଭବନରେ ପହଞ୍ଚି ରମାକାନ୍ତ ରଥଙ୍କ ଅନ୍ତିମ ଦର୍ଶନ କରିଛନ୍ତି । 

ରମାକାନ୍ତ ରଥ ଜଣେ ବିଶିଷ୍ଟ କବି ସହ ଅବସରପ୍ରାପ୍ତ ପ୍ରଶାସକ ମଧ୍ୟ ଥିଲେ । ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, ଶ୍ରୀରାଧା ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିଲା । ଯାହାମଧ୍ୟରୁ ଚର୍ଚ୍ଚିତ କାବ୍ୟଗ୍ରନ୍ଥ 'ଶ୍ରୀରାଧା' ପାଇଁ ୧୯୯୨ରେ ପାଇଥିବା ସରସ୍ବତୀ ସମ୍ମାନ ଥିଲା ଅନ୍ୟତମ । ଏହି କାବ୍ୟଗ୍ରନ୍ଥଟି ଇଂରାଜୀ ଓ ୮ଟି ଭାରତୀୟ ଭାଷାରେ ଅନୁବାଦିତ ହୋଇ ବହୁଳ ପାଠକ ସୃଷ୍ଟି କରିଥିଲା । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୬ରେ ପଦ୍ମଭୂଷଣ ସମ୍ମାନରେ ବି ସମ୍ମାନିତ ହୋଇଥିଲେ ଏହି କାଳଜୟୀ ସ୍ରଷ୍ଟା ।

‘ସପ୍ତମ ଋତୁ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ‘ସଚିତ୍ର ଅନ୍ଧାର’ ପାଇଁ ଶାରଳା ପୁରସ୍କାରରେ ସମ୍ମାନୀତ ହୋଇଥିଲେ ରମାକାନ୍ତ ରଥ । ତାଙ୍କ ବିୟୋଗରେ ସାହିତ୍ୟର ଗୋଟିଏ ଯୁଗର ଅବସାନ ହୋଇଛି। ରମାକାନ୍ତ ରଥଙ୍କ ବିୟୋଗରେ ବିଭିନ୍ନ କ୍ଷେତ୍ରର ଲୋକେ ଶୋକ ପ୍ରକାଶ କରିଛନ୍ତି । 

ଅଧିକ ପଢନ୍ତୁ: କିମ୍ବଦନ୍ତୀ କବି ରମାକାନ୍ତ ରଥଙ୍କ ଦେହାନ୍ତରେ ସ୍ତବ୍ଧ ସାହିତ୍ୟଜଗତ

OTV is now on Whatsapp

Join and get latest news update delivered to you via whatsapp

Join Now