/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687495072.jpg)
Vehicles without HSRP to attract penalty from today
ନୂଆ ନମ୍ବରପ୍ଲେଟ୍ ନଲଗାଇଥିଲେ ଆଜିଠାରୁ କଡ଼ା କାର୍ଯ୍ୟାନୁଷ୍ଠାନ । ୦୭.୦୬.୨୩ ସୁଦ୍ଧା ମୋଟ ୪୦,୯୩,୬୦୮ ଗାଡି ମାଲିକ ସ୍ଲଟ୍ ବୁକ୍ କରିଛନ୍ତି, ସେଥିମଧ୍ୟରୁ ୩୫,୮୭,୫୭୭ ଗାଡିରେ HSRP ଲଗାଯାଇଛି । ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକମାନଙ୍କୁ ଶୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି । ଏନେଇ ପୂର୍ବରୁ ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ ଏବଂ ଏନଫୋର୍ସମେଣ୍ଟ ଲାଲମୋହନ ସେଠୀ (ସଡକ ସୁରକ୍ଷା) ସୂଚନା ଦେଇଥିଲେ ।
M.V ଆକ୍ଟ, ୧୯୮୮, ଧାରା ୧୯୨ ଅଧୀନରେ ଯଦି ଗାଡିଟିରେ HSRP ନଥିବ, ତେବେ ସେହି ଗାଡି ବିରୋଧରେ ଇ-ଚାଲାଣ କଟାଯିବ । ଏଥିସହ ୫୦୦୦/ - କିମ୍ବା ୧୦, ୦୦୦/ - ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । CMVR, ୧୯୮୯ର ନିୟମ ୫୦ ଅନୁଯାୟୀ, ସମସ୍ତ ଯାନକୁ HSRP ସହିତ ସଂଲଗ୍ନ କରିବା ବାଧ୍ୟତାମୂଳକ ବୋଲି ପୂର୍ବରୁ କୁହାଯାଇଛି ।
ଓଡିଶା ରେଜିଷ୍ଟ୍ରେସନ୍ ମାର୍କ ଥିବା ୦୧.୦୪.୧୯ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ଲଗେଇବାର ଅବଧି ୨୮.୦୨.୨୩ ତାରିଖରେ ଶେଷ ହୋଇଥିଲା । ଏହା ଦେଖାଯାଉଛି ଯେ କିଛି ଗାଡି HSRP ରେଜିଷ୍ଟ୍ରେସନ୍ ପ୍ଲେଟ୍ ନଲଗାଇ ରାସ୍ତାରେ ଗାଡି ଚଳାଉଛନ୍ତି । ରାଜ୍ୟ ପରିବହନ ପ୍ରାଧିକରଣ, ଓଡିଶା ୨୩ଜୁନ୍ ୨୦୨୩ରୁ HSRP ବିନା ଚାଲୁଥିବା ଯାନଗୁଡିକୁ ଚିହ୍ନଟ କରିବା ଏବଂ ଦଣ୍ଡବିଧାନ ପାଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଥିଲେ । ସୁତରାଂ ଆଜିଠାରୁ, ତେଣୁ ଏହି ନିୟମ ଲାଗୁ ହେବାକୁ ଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)