• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶାରେ ପହଞ୍ଚିଲେ ନଡ୍ଡା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଓଡ଼ିଶାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି । ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ ଜିଲ୍ଲା କାର୍ଯ୍ୟାଳୟ ଅଭିମୁଖେ ବାହାରିଛନ୍ତି । ସେଠାରେ ବରଗଡ ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ ।

୨୩ ତାରିଖରେ ନଡ୍ଡା ଭବାନୀପାଟଣାରେ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିବେ । ପରେ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ମହା ଜନସଂପର୍କ ସମାବେଶରେ ଯୋଗଦେବେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନଡ୍ଡାଙ୍କ ଏହି ଗସ୍ତ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି ।

ତେବେ ନଡ୍ଡା ନିଜ ଭାଷଣରେ କ’ଣ କହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର । ସେଥିରୁ ହିଁ ସ୍ପଷ୍ଟ ହେବ ଯେ, ବିଜେପି ଓଡ଼ିଶା ଦଖଲ କରିବାକୁ କେତେ ଆଗ୍ରହୀ ? ୨୪ ନିର୍ବାଚନରେ ଏଠାରୁ ଅଧିକ ଲୋକସଭା ସିଟ୍ ଜିତିବା ସହ ରାଜ୍ୟରେ ନିଜ ସରକାର ଗଠନ ମିଶନରେ ରହିଛି କି ପଦ୍ମଦଳ ? ତାହା ସ୍ପଷ୍ଟ ହେବ ।

ତେବେ ନଡ୍ଡାଙ୍କ ଗସ୍ତ ସେତିକିବେଳେ ହୋଇଛି, ଯେତିକି ବେଳେ ରାଜ୍ୟ ବିଜେପିର ତମାମ୍ ନେତା 5Tସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ଘନଘନ ଆକ୍ରମଣ କରୁଛନ୍ତି। ସେପଟେ ନଡ୍ଡାଙ୍କ ଗସ୍ତ ରାଜ୍ୟ ବିଜେପି ପାଇଁ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି ଆଶା ରଖିଛନ୍ତି ଦଳର ରାଜ୍ୟ ସଭାପତି ମନମୋହନ ସାମଲ। ଗତ ବର୍ଷ ସେପ୍ଟମ୍ବରରେ ଓଡ଼ିଶା ଗସ୍ତ ସମୟରେ ଡୁପ୍ଲିକେଟ୍ ସରକାର କହି ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ ନଡ୍ଡା । ଆଉ ସେହିବର୍ଷ ହିଁ ଡିସେମ୍ବରରେ 'ରାଜ୍ୟରେ ସରକାର ଚଳାଉଛି କିଏ' ବୋଲି ପ୍ରଶ୍ନ କରିଥିଲେ । 

ଗୋଟିଏ ପଟେ ରାଜ୍ୟ ବିଜେପିର ତମାମ୍ ନେତା ଫାଇଭ ଟି ସଚିବ ଓ ତାଙ୍କର ଜିଲ୍ଲା ଗସ୍ତକୁ ନେଇ ଘନଘନ ଆକ୍ରମଣ କରୁଛନ୍ତି। ଆଉ ଠିକ୍ ସେହି ସମୟରେ ନଡ୍ଡାଙ୍କ ଗସ୍ତ ଥିବାରୁ ରାଜ୍ୟ ସରକାରଙ୍କ ପ୍ରତି ତାଙ୍କ ସ୍ୱର ଅଧିକ ଶାଣିତ ହେବାର ସମ୍ଭାବନା ରହିଛି। ନଡ୍ଡା, ମୋଦି ସରକାରଙ୍କ ୯ବର୍ଷର ସଫଳତା ବାର୍ତ୍ତା ଲୋକଙ୍କ ପାଖରେ ରଖିବେ ନିଶ୍ଚିତ।

୨୩ରେ ଅର୍ଥାତ ଆସନ୍ତାକାଲି ନଡ୍ଡା ଭବାନୀପଟଣାରେ ଏକ ସାଧାରଣ ସଭା କରିବେ। ତାସହ କଳାହାଣ୍ଡି ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାମାନଙ୍କ ସହ ମଧ୍ୟ ବୈଠକ କରିବେ। ଆଉ ନିର୍ବାଚନରେ ଜିତିବା ପାଇଁ ଦେବେ ଗୁରୁମନ୍ତ୍ର। କଳାହାଣ୍ଡି ସଭାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ ପ୍ରମୁଖ ଉପସ୍ଥିତ ରହିବେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନଡ୍ଡାଙ୍କ ଏହି ଗସ୍ତ ବିଜେପି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।