• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ୨୪ ବିଧାୟକଙ୍କୁ ଭେଟିଲେ ନବୀନ ! କହିଲେ ନିଜ ନିର୍ବାଚନ ମଣ୍ଡଳିକୁ ଯାଅ ଆଉ କାମ ଆରମ୍ଭ କର ! ଏହି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ରାଜନୈତିକ ମହଲରେ ଏହାକୁ ନେଇ ଖୁବ୍ ଆଲୋଡ଼ନ ସୃଷ୍ଟି ହୋଇଛି । କାହିଁକି ହଠାତ୍ ନବୀନ ବିଧାୟକମାନଙ୍କୁ ଭେଟିଛନ୍ତି ? ଏହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ନବୀନ ନିଜ ବିଧାୟକଙ୍କୁ ବାରି ବାରି କରି ଭେଟିବା କଥା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ଏମିତିକି ରାଜନୈତିକ ମହଲରେ ଏହାକୁ ନେଇ ପୁସୁରଫାସର ଆରମ୍ଭ ହେଲାଣି ।

ଗତ ଏପ୍ରିଲରେ ମଧ୍ୟ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୭୦ ଜଣ ବିଧାୟକଙ୍କୁ ନବୀନ ଭେଟିଥିଲେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଆଉ ଏବେ ପୁଣି ବିଜେଡିର ପ୍ରାୟ ୨୪ ଜଣ ବିଧାୟକଙ୍କୁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ରଥଯାତ୍ରା ଦିନ ହିଁ ମୁଖ୍ୟମନ୍ତ୍ରୀ ଏହି ବିଧାୟକମାନଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିଥିବା କୁହାଯାଉଛି ।

ନବୀନ ଏହି ସବୁ ବିଧାୟକଙ୍କୁ ଭେଟି ‘ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇ କାମ କର । ଖୁବ୍‌ ଶୀଘ୍ର ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ତେଣୁ ଗ୍ରାଉଣ୍ଡକୁ ଯାଇ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ ସମ୍ପର୍କ ରଖିବା ପାଇଁ  ମନ୍ତ୍ର ଦେଇଥିବା ଚର୍ଚ୍ଚା ହେଉଛି ।