Advertisment

ଆଗୁଆ ନିର୍ବାଚନ ସମରସଜ୍ଜାରେ ଲାଗିପଡ଼ିଲାଣି କି ଶାସକ ଦଳ ?

୨ ପର୍ଯ୍ୟାୟ ପରେ ପୁଣି ୨୪ ବିଧାୟକଙ୍କ ସହ ନବୀନଙ୍କ ବୈଠକ ଚର୍ଚ୍ଚା । ଭେଟି ନଥିବା ନେତାଙ୍କ ଟିକେଟ୍ କାଟ୍ ନେଇ କଳ୍ପନାଜଳ୍ପନା ।

author-image
Satyendu Shekher Mishra
Odisha Politics, BJD

Odisha Politics, BJD

ଆଗାମୀ ନିର୍ବାଚନ ପାଇଁ ନୂଆ ରଣନୀତିରେ ବିଜେଡି । ବିଧାୟକ ଓ ନେତାଙ୍କ ସହ ନବୀନ ନିବାସରେ ଆଲୋଚନା । ବିଧାୟକଙ୍କୁ ଟିକଟ୍ ଥୋପ । ଅସନ୍ତୋଷକୁ ପ୍ରଶମିତ କରିବାକୁ ଉଦ୍ୟମ । ପ୍ରଥମେ ଅକ୍ଷୟ ତୃତୀୟା, ପରେ ରଥଯାତ୍ରା । ଏ ଦୁଇ ତିଥିରେ ଦୀଳୟ ନେତାଙ୍କୁ ଡାକି ମନ୍ତ୍ର ଦେଇଛନ୍ତି ହାଇକମାଣ୍ଡ୍ । ଦୁଇଟି ପର୍ଯ୍ୟାୟରେ ଦଳର ବିଧାୟକ, ପୂର୍ବତନ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷମାନଙ୍କୁ ଡାକି ଆଲୋଚନା କରିଛନ୍ତି ନବୀନ। ଏବେ ସୁଦ୍ଧା ପ୍ରାୟ ୯୦ ଜଣ ବିଧାୟକଙ୍କ ସହ ନିଭୃତ୍ତ ଆଲୋଚନା କରିସାରିଲେଣି ବିଜେଡି ସୁପ୍ରିମୋ ।

Advertisment

ଚର୍ଚ୍ଚା ହେଉଛି, ଏ ଆଲୋଚନା ଭିତରେ ସାମିଲ ନେତାଙ୍କ ନିର୍ବାଚନ ମଣ୍ଡଳୀରେ ସ୍ଥିତି କଣ, କେଉଁ ଅଞ୍ଚଳରେ ସଂଗଠନ ଦୁର୍ବଳ ଅଛି, ଆଗକୁ କଣ କରାଯାଇପାରିବ, ସେନେଇ ଗୁରୁମନ୍ତ୍ର ଦିଆଯାଇଛି। ବିଶେଷକରି ପଂଚାୟତ ନିର୍ବାଚନରେ ଯେଉଁମାନେ ଖପ୍ପା ଥିଲେ, ସେମାନଙ୍କୁ ମନେଇବାକୁ ନିର୍ଦ୍ଦେଶ ମିଳିଛି। ସେହିପରି ସଂଗଠନରେ ଯେଉଁଠି ଗୋଷ୍ଠୀ କନ୍ଦଳ ରହିଛି, ତାକୁ ନିଜ ସ୍ତରରେ ତୁଟାଇବାକୁ ପରାମର୍ଶ ମିଳିଛି। ଆଉ ଏବେଠୁ ନିର୍ବାଚନମଣ୍ଡଳୀରେ ଡେରା ପକାଇବାକୁ ନିର୍ଦ୍ଦେଶ ବି ଦିଆଯାଇଥିବା ଚର୍ଚ୍ଚା ହେଉଛି।

ନବୀନ ନୀବାସରେ ଦଳୀୟ ନେତାଙ୍କୁ ଡାକି ପର୍ଯ୍ୟାୟ କ୍ରମେ ବୈଠକ ପରେ ଏବେ ପ୍ରଶ୍ନ ଉଠୁଛି, ନିର୍ବାଚନର ସୋର ଶବ୍ଦ ନଥିବା ବେଳେ ଏତେ ସଂଖ୍ୟକ ଦଳୀୟ ନେତାଙ୍କୁ ଆଗୁଆ କାହିଁକି ମିଳୁଛି ଟାସ୍କ ? ଇଏ ଆଗୁଆ ନିର୍ବାଚନ ଲାଗି ସମରସଜ୍ଜା ନୁହେଁ ତ ? ଅନ୍ୟପକ୍ଷରେ ବିଜେଡି ଭିତରେ ଥିବା ପ୍ରଚଣ୍ଡ ଅସନ୍ତୋଷକୁ ପ୍ରଶମିତ କରିବାକୁ ଏ ଷ୍ଟ୍ରାଟେଜି ନୁହେଁ ତ ? ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢୁଥିବା ଏବଂ ଅନେକ ବିଧାୟକ ବିଜେପି ସହ ଯୋଗାଯୋଗରେ ଥିବା ଅଶଙ୍କା କରି ସେମାନଙ୍କୁ ଆଗୁଆ ଥୋପ ଫିଙ୍ଗାଯାଉଛି କି ?

Advertisment

ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବ୍ୟତୀତ ଆଉ କିଛି ନେତାଙ୍କୁ ବି ଡକାଯାଇଥିବାରୁ ସେମାନଙ୍କୁ ବି ଟିକଟ ଲୋଭ ଦେଖାଇ ନିର୍ବାଚନ ପର୍ଯ୍ୟନ୍ତ ଆକ୍ଟିଭ୍ ରଖିବାକୁ ଉଦ୍ୟମ କରାଯାଉଛି କି? ତେବେ ୟା ଭିତରେ ଯେଉଁ ବିଧାୟକଙ୍କୁ ଡକା ଯାଇଛି ସେମାନେ ଖୁସ ଥିବା ବେଳେ ଡାକରା ପାଇନଥିବା ନେତାଏ ନାଖୁସ୍  ଥିବା ଚର୍ଚ୍ଚା ହେଉଛି।

ଯେଉଁମାନଙ୍କୁ ଏବେଠୁ ଟିକେଟ ସଂକେତ ଦିଆଯାଇଛି, ସେମାନେ ଗ୍ରାଉଣ୍ଡକୁ ଯାଇ ବିଜେଡି ଓ ଶଙ୍ଖଚିହ୍ନ ନାଁରେ ସଗଠନ ମଜଭୁତ୍ କରିବାକୁ ପ୍ରୟାସ କରିବେ। ଯାହା ଦ୍ୱାରା ଦଳ ଆହୁରି ସଂଗଠିତ ହୋଇପାରିବ। ଫଳରେ ଶେଷ ମୁହୂର୍ତ୍ତରେ କାହାର ଟିକେଟ କଟିଲେ ବି ଦଳୀୟ ଭୋଟ୍ ସୁରକ୍ଷିତ ରହିବ ବୋଲି ହାଇକମାଣ୍ଡ ଚିନ୍ତା କରୁଛନ୍ତି।

BJD Odisha Politics
Advertisment
Advertisment