/odishatv-khabar/media/post_attachments/uploadimage/library/16_9/16_9_0/Accident_1687409621.jpg)
Accident
ସୋନପୁରରେ ମନମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ଧକ୍କା ଦେଇଥିଲା PCR । ଦୁର୍ଘଟଣାରେ ମହିଳା ASI ଗୁରୁତର ଅଛନ୍ତି । ମନମୁଣ୍ଡା ଥାନା ASI ମାମିଲତା ସାମଲଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ ଆଉ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବାର କୁହାଯାଉଛି ।
Advertisment
ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ASI ମାମିଲତାଙ୍କ ସହ ଅନ୍ୟ ୪ ଜଣ ପୋଲିସ କର୍ମଚାରୀ PCR ଭ୍ୟାନରେ ପାଟ୍ରୋଲିଂ କରୁଥିଲେ। ମନମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ୍ ଠିଆ ହୋଇଥିଲା। ପିସିଆର ଭ୍ୟାନ୍ଟି ଏହି ଟ୍ରକ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ASI ମାମିଲତା ସାମଲଙ୍କ ସହ ୪ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ASI ମାମିଲତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ ଗାଡ଼ି ଜବତ କରି ଘଟଣା ତଦନ୍ତ କରୁଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)