Advertisment

ବୈଜୟନ୍ତଙ୍କୁ କୃତଜ୍ଞତା ଜଣାଇଲେ ଆସାମ ମୁଖ୍ୟମନ୍ତ୍ରୀ, କହିଲେ- ମାର୍ଗଦର୍ଶନରେ ଜିତିଛୁ

ଆସାମ ମ୍ୟୁନିସିପାଲ ବୋର୍ଡ ନିର୍ବାଚନରେ ବିଜେପି କ୍ଲିନ୍ ସୁଇପ୍ କରିଛି ।

author-image
Chandan Shishu
ଅଦ୍ୟତନ ହୋଇଛି
ବୈଜୟନ୍ତଙ୍କୁ କୃତଜ୍ଞତା ଜଣାଇଲେ ବିଶ୍ୱଶର୍ମା

ବୈଜୟନ୍ତଙ୍କୁ କୃତଜ୍ଞତା ଜଣାଇଲେ ବିଶ୍ୱଶର୍ମା

ଆସାମ ପୌର ନିର୍ବାଚନରେ ବିଜେପିର ବିପୁଳ ବିଜୟ ଅବସରରେ ବୈଜୟନ୍ତଙ୍କୁ କୃତଜ୍ଞତା ଜଣାଇଲେ ବିଶ୍ୱଶର୍ମା। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କୃତଜ୍ଞତା ଜଣାଇଛନ୍ତି। ଆପଣ ମାର୍ଗଦର୍ଶନ ଓ ଶକ୍ତିର ଉତ୍ସ ବୋଲି ବୈଜୟନ୍ତଙ୍କୁ କହିଛନ୍ତି ବିଶ୍ୱଶର୍ମା।

Advertisment

ଆସାମ ମ୍ୟୁନିସିପାଲ ବୋର୍ଡ ନିର୍ବାଚନରେ ବିଜେପି କ୍ଲିନ୍ ସୁଇପ୍ କରିଛି । ମୋଟ ୮୦ଟି ପୌର ପରିଷଦରୁ ବିଜେପି ଏକାକୀ ୭୪ରେ ବିଜୟୀ ହୋଇଛି। ବିଜେପି ସହଯୋଗୀ ଆସାମ ଗଣପରିଷଦ ୨ଟିରେ ବିଜୟୀ ହୋଇଛି। କଂଗ୍ରେସ ଗୋଟିଏ ଏବଂ ସ୍ୱାଧୀନ ପ୍ରାର୍ଥୀ ୨ଟିରେ ବିଜୟୀ ହୋଇଛନ୍ତି।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଟୁଇଟ୍‌ କରି କହିଥିଲେ ଯେ ବିଜେପି ନିଜେ ୭୪ଟି ମ୍ୟୁନିସିପାଲିଟିରେ ବିଜୟୀ ହୋଇଥିବା ବେଳେ ମେଣ୍ଟ ଦଳ ଅନ୍ୟ ମ୍ୟୁନିସିପାଲିଟିରେ ବିଜୟୀ ହୋଇଛନ୍ତି। କଂଗ୍ରେସକୁ କେବଳ ଗୋଟିଏ ମ୍ୟୁନିସିପାଲିଟି ମିଳିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଯୋଗୁ ସମ୍ଭବ ହୋଇଛି ବୋଲି କହିଛନ୍ତି।

Advertisment

ଆସାମ ମ୍ୟୁନିସିପାଲ ବୋର୍ଡ ନିର୍ବାଚନ ଫଳାଫଳରୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱ ପ୍ରତି ରାଜ୍ୟବାସୀ ଆସ୍ଥା ପ୍ରକଟ କରିଥିବା ସେ ଲେଖିଛନ୍ତି। ବୈଜୟନ୍ତ ଗତ ବିଧାନସଭା ନିର୍ବାଚନରେ ଆସାମ ବିଜେପି ପ୍ରଭାରୀ ଭାବେ ସୂଚାରୁରୂପେ ଦାୟିତ୍ୱ ତୁଲାଇବା ସହ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Assam Municipal Election Result
Advertisment
Advertisment