Advertisment

ଘୋଡ଼ା ବେପାରକୁ କଂଗ୍ରେସର ଭୟ: ଗୁପ୍ତ କୋଠରୀରେ ବିଧାୟକ

ପୂର୍ବ ଭୁଲକୁ ନଦୋହରାଇବାକୁ ଚେଷ୍ଟା କରୁଛି ଦଳ।

author-image
Chandan Shishu
Goa Vote

Goa Vote

ଏକଜିଟ୍ ପୋଲ୍ ପରେ ସରଗରମ ଗୋଆ ରାଜନୀତି। ରାଜ୍ୟରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ନେଇ ଏକଜିଟ୍ ପୋଲ୍ ରିପୋର୍ଟ ପରେ ଏବେ ବିଜେପି ଓ କଂଗ୍ରେସ ନିଜ ବିଧାୟକ ପ୍ରାର୍ଥୀଙ୍କ ଉପରେ କଡ଼ା ନଜର ରଖିଛନ୍ତି।  ମିଳିଥିବା ସୂଚନା ମୁତବକ, କଂଗ୍ରେସ ନିଜ ବିଧାୟକ ପ୍ରାର୍ଥୀଙ୍କୁ ଅଲଗା ଅଲଗା ଭାବେ କିଛି ହୋଟେଲରେ ନେଇ ରଖିଛି। କେନ୍ଦ୍ରୀୟ ନେତା ଏବେ ପାଣାଜୀରେ ଡେରା ପକାଇଛନ୍ତି। କଂଗ୍ରେସ ନିଜ ବିଧାୟକ ପ୍ରାର୍ଥୀଙ୍କ ସହ ଘନ ଘନ ବୈଠକ କରିଛି। 

Advertisment

୨୦୧୭ ନିର୍ବାଚନରେ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ ପରେ ବି ସରକାର ଗଠନ କରିପାରିନଥିଲା କଂଗ୍ରେସ। ତେଣୁ ପୂର୍ବ ଭୁଲକୁ ନଦୋହରାଇବାକୁ ଚେଷ୍ଟା କରୁଛି ଦଳ। ସେହିପରି ଗତକାଲି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ। ଆଜି ଦିଲ୍ଲୀରେ ଦଳର କିଛି ବରିଷ୍ଠ ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ବି ରହିଛି।

Goa Vote Goa Vote Result

ପ୍ରକାଶଥାଉକି ଆସନ୍ତାକାଲି ଉତ୍ତରପ୍ରଦେଶ ସହ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଭୋଟ୍ ଫଳାଫଳ ବାହାର  ୟୁପି ସହ ଉତ୍ତରାଖଣ୍ଡ, ଗୋଅା, ମଣିପୁର, ପଞ୍ଜାବ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ  ସକାଳ ୮ଟାରୁ ଅାରମ୍ଭ ହେବ ଭୋଟ ଗଣତି  ପ୍ରଥମେ ପୋଷ୍ଟାଲ ଭୋଟ୍ ଗଣତି ହେବ  ତା ପରେ ସାଢ଼େ ୮ଟାରୁ ଅାରମ୍ଭ ହେବ ଇଭିଏମ୍ର ଗଣତି 

Advertisment
PM Modi Congress Goa Poltics
Advertisment
Advertisment