Advertisment

ସିଦ୍ଧୁଙ୍କ ନୌଟଙ୍କିରେ କଂଗ୍ରେସ ଧୂଳିସାତ: ପଞ୍ଜାବ ଧରିଲା ଝାଡୁ

ପ୍ରାରମ୍ଭିକ ଟ୍ରେଣ୍ଡରୁ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି।

author-image
Chandan Shishu
ଅଦ୍ୟତନ ହୋଇଛି
AAP in Punjab

AAP in Punjab

ପଞ୍ଜାବ ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିଲା ବଡ଼ ପରିବର୍ତ୍ତନ। ସତ ହେଲା ଏକଜିଟ୍‌ ପୋଲ୍‌ର ଆକଳନ। ପଂଜାବରେ ସରକାର ଗଠନ କରିବା ଦିଗରେ ଆଗେଇ ଚାଲିଛି ଆପ୍‌। ରାଜ୍ୟର ସମସ୍ତ ୧୧୭ ବିଧାନସଭା ଆସନରେ ଏବେ ଗଣତି ଚାଲିଛି। ଆପ୍‌ ୮୫ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ମାତ୍ର ୧୭ଟି ଆସନରେ ଆଗରେ ରହିଛି। ଆଉ ଏଥିରୁ ଜଣାପଡ଼ିଲା କାହିଁକି ବଦଳିଲା ଜନାଦେଶ।

Advertisment

୨୦୧୭ରେ କଂଗ୍ରେସ ଏଠାରେ ସରକାର ଗଠନ କରିଥିଲା। କ୍ୟାପ୍ଟେନ୍‌ ଅମରିନ୍ଦର ସିଂ ନେତୃତ୍ୱରେ କଂଗ୍ରେସ ସେଠାରେ ସରକାର ଗଠନ କରିଥିଲା। କିନ୍ତୁ ଗୋଷ୍ଠୀ କନ୍ଦଳ ଧୀରେ ଧୀରେ ଅମରିନ୍ଦର ସରକାରଙ୍କୁ ଗ୍ରାସ କରିଥିଲା। ନବଜୋତ୍ ସିଂହ ସିଦ୍ଧୁ ପଂଜାବ କଂଗ୍ରେସରେ ଯୋଗଦେବା ପରେ ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଥିଲା। ଯେତେବେଳେ ସିଦ୍ଧୁ ପଂଜାବ କଂଗ୍ରେସର ସଭାପତି ହେଲେ, ସେତେବେଳେ ଅମରିନ୍ଦରଙ୍କୁ ଶକ୍ତ ଝଟକା ଲାଗିଥିଲା। ଶେଷରେ କଂଗ୍ରେସ ଅଣଦେଖା କରୁଥିବା ଅଭିଯୋଗ କ୍ୟାପ୍ଟେନ୍‌ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ କଂଗ୍ରେସ ଛାଡିଥିଲେ। 

କିନ୍ତୁ କଥା ଏତିକିରେ ଅଟକିନଥିଲା। ସିଦ୍ଧୁ କଂଗ୍ରେସର ଯୋଗଦାନ ପରେ ଦଳରେ ଆରମ୍ଭ ହୋଇଥିଲା ଗୋଷ୍ଠୀ କନ୍ଦଳ।  ଆଉ କଂଗ୍ରେସକୁ ସବୁଠୁ ମହଙ୍ଗା ପଡିଲା ସିଦ୍ଧୁଙ୍କ ରାଜନୈତିକ ବୟାନବାଜି।  ଏପରିକି ସିଦ୍ଧୁ ଦଳର ସଭାପତି ହେବା ପରେ ମୁଖ୍ୟମନ୍ତ୍ରୀ ପାଇଁ ଆଶା ଥିଲା ବୋଲି ଚର୍ଚ୍ଚାର ବିଷୟ ପାଲଟିଲା। ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଅଡି ବସିଥିବା ସିଦ୍ଧୁଙ୍କୁ କଂଗ୍ରେସ ଧରାଇଥିଲା ଲଲିପପ୍‌। ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡରେ ଆଗରେ ଥିବା ନବଜୋତ ସିଂ ସିଦ୍ଧୁଙ୍କୁ ପଛରେ ପକାଇ ପ୍ରାର୍ଥୀ ଭାବେ ବାଜି ମାରିନେଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି। କଂଗ୍ରେସ ସିଦ୍ଧୁଙ୍କୁ ବାଦ୍‌ ଦେଇ ଚନ୍ନିଙ୍କ ଉପରେ ଭରସା ଦେଖାଇଲା ସତ କିନ୍ତୁ କଂଗ୍ରେସ ଅନ୍ତଃକନ୍ଦଳ ଓ ବିଦ୍ରୋହର ସ୍ୱର ଚରମସୀମାରେ ପହଞ୍ଚିଥିଲା। 

Advertisment

ହେଲେ ଏବେ ଆପ୍‌ ସରକାର ଗଠନ କରିବାକୁ ଯାଉଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ପଂଜାବବାସୀ ଏବେ ସ୍ଥିର ସରକାର ଉପରେ ଜନାଦେଶ ଢାଳିଛନ୍ତି। ଆପ୍‌ ପଞ୍ଜାବରେ ବିଜୟମୁହାଁ ହେଉଥିବାରୁ ଦଳୀୟ କର୍ମୀମାନେ ନାଚିବା ଆରମ୍ଭ କଲେଣି। ସେମାନେ ଦଳୀୟ କାର୍ଯ୍ୟାଳୟ ଆଗରେ ଏକାଠି ହୋଇ ପରସ୍ପରକୁ ମିଠା ଖୁଆଇବାରେ ଲାଗିଛନ୍ତି। ସେହିପରି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ସିଂହ ମାନ ଙ୍କ ବାସଭବନ ଆଗରେ ମଧ୍ୟ ଦଳୀୟ କର୍ମୀମାନେ ଏକାଠି ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା କିଛି ରାଉଣ୍ଡ ଗଣତି ଚାଲିଥିଲେ ମଧ୍ୟ ଆପ୍‌ କର୍ମୀମାନେ ବିଜୟ ନେଇ ବେଶ ଆଶାବାଦୀ ରହିଛନ୍ତି।

AAP Punjab Election Result
Advertisment
Advertisment