Advertisment

ମୋଦି-ପୁଟିନ୍‌ ଆଲୋଚନା: ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରତିଶ୍ରୁତି

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ସିଧା କଥା ହେବାକୁ ପୁଟିନଙ୍କୁ ପରାମର୍ଶ ଦେଲେ ମୋଦି । ସାଧାରଣ ଲୋକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧବିରତିକୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Modi Talk with Putin

Modi Talk with Putin

ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରାୟ ୫୦ ମିନିଟ ଧରି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବାର ସୂଚନା ମିଲିଛି। ସାଂପ୍ରତିକ ୟୁକ୍ରେନ ସ୍ଥିତି ନେଇ ଉଭୟ ନେତାଙ୍କ ଆଲୋଚନା ହୋଇଛି । ୟୁକ୍ରେନ ସହ ଚାଲିଥିବା ଦ୍ୱିପାକ୍ଷିକ କଥାବାର୍ତ୍ତା ନେଇ ମୋଦିଙ୍କୁ ଜଣାଇଲେ ପୁଟିନ ।

Advertisment

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ସିଧା କଥା ହେବାକୁ ପୁଟିନଙ୍କୁ ପରାମର୍ଶ ଦେଲେ ମୋଦି । ସାଧାରଣ ଲୋକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧବିରତିକୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି । ସୁମିରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତୀୟଙ୍କୁ ଉଦ୍ଧାର ପାଇଁ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି ପୁଟିନ୍ ।

ଏହା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ୟୁକ୍ରେନର ସାଂପ୍ରତିକ ସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୩୫ ମିନିଟ୍ ଧରି ଫୋନ୍‌ରେ ଆଲୋଚନା ହୋଇଥିଲା। ୟୁକ୍ରେନ ରାଷ୍ଟ୍ରପତି ୟୁକ୍ରେନର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଥିଲେ।

Advertisment

ଯୁଦ୍ଧ ଓ ସେଥିଯୋଗୁ ଉପୁଜିଥିବା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବେଗ ପ୍ରକାଶ କରିଥିଲେ। ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ। ଭାରତ ସବୁବେଳେ ଶାନ୍ତି ପ୍ରତିଷ୍ଠା ସହ ଉଭୟ ପକ୍ଷ ମଧ୍ୟରେ ସିଧାସଳଖ ଆଲୋଚନା ଉପରେ ଗୁରୁତ୍ୱ ଦେଇ ଆସୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଫସି ରହିଥିବା ୨୦ ହଜାରରୁ ଅଧିକ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ୟୁକ୍ରେନ ସରକାରଙ୍କ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇଥିଲେ। ଏଥିସହ ୟୁକ୍ରେନରେ ଏବେ ବି ଭାରତୀୟ ଛାତ୍ରଛାତ୍ରୀ ଫସି ରହିଥିବାରୁ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଥିଲେ। ସେମାନଙ୍କୁ ତ୍ୱରିତ ଓ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

Modi Talk With Putin Ukraine Russia War
Advertisment
Advertisment