• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଯୋଗୀ ଆଦିତ୍ୟନାଥ ପୁଣି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ । ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏହା ସ୍ଫଷ୍ଟ ହୋଇଛି । ତେବେ ବିଜେପି ପକ୍ଷରୁ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ । ବିଜେପି ନେତାମାନେ ପୂର୍ବରୁ କହି ସାରିଥିଲେ, ଦଳ କ୍ଷମତାକୁ ଆସିଲେ ଯୋଗୀ ସରକାର ହିଁ ହେବ ।   2017 ମାର୍ଚ୍ଚ ମାସରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । 2002 ମସିହା ପରେ ବିଜେପି ଉତ୍ତରପ୍ରଦେଶରେ ଶାସନକୁ ଫେରିଥିଲା । ଏହା ପୂର୍ବରୁ ସମାଜବାଦୀ ପାର୍ଟି 2012ରୁ 2017 ପର୍ଯ୍ୟନ୍ତ ଶାସନରେ ଥିଲା । ଅଖିଳେଶ ଯାଦବ ଥିଲେ ମୁଖ୍ୟମନ୍ତ୍ରୀ । 

2007ରୁ 2012 ପର୍ଯ୍ୟନ୍ତ ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ ଥିଲେ ମୁଖ୍ୟମନ୍ତ୍ରୀ । 2003ରୁ 2007 ପର୍ଯ୍ୟନ୍ତ ସମାଜବାଦୀ ପାର୍ଟିକୁ ମିଳିଥିଲା ମୁଖ୍ୟମନ୍ତ୍ରୀ ପଦ । ସମାଜବାଦୀ ପାର୍ଟିର ସୁପ୍ରିମୋ ମୁଲାୟମ ସିଂହ ଯାଦବ ହୋଇଥିଲେ ମୁଖ୍ୟମନ୍ତ୍ରୀ । 2002ରୁ 2003 ବହୁଜନ ସମାଜ ପାର୍ଟିର ମାୟାବତୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ପୂର୍ବରୁ 2002 ମସିହାରେ ଦୁଇ ମାସ ପାଇଁ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା । 1997ରୁ 2002 ମଧ୍ୟରେ ବିଜେପିର ତିନି ଜଣ ମୁଖ୍ୟମନ୍ତ୍ରୀ ହୋଇଥିଲେ । କଲ୍ୟାଣ ସିଂହ ଦୁଇ ବର୍ଷ, ରାମ ପ୍ରକାଶ ଗୁପ୍ତା ବର୍ଷେ ଓ ରାଜନାଥ ସିଂହ ଦୁଇ ବର୍ଷ ପାଇଁ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ । 

1997ରେ ସମାଜବାଦୀ ପାର୍ଟିର ମାୟାବତୀ ମାତ୍ର 6 ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । 1995ରୁ 1997 ମଧ୍ୟରେ ଦୁଇଥର ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । 1995ରେ ମାୟାବତୀ 4 ମାସ ପାଇଁ ହୋଇଥିଲେ ମୁଖ୍ୟମନ୍ତ୍ରୀ । 1993ରୁ 1995 ମଧ୍ୟରେ ସମାଜବାଦୀ ପାର୍ଟିର ମୁଲାୟମ ସିଂହ ଯାଦବ ଦେଢ ବର୍ଷ ମୁଖ୍ୟମନ୍ତ୍ରୀ ହୋଇଥିଲେ । 1992ରୁ 1993 ଏକ ବର୍ଷ ଜାରି ହୋଇଥିଲା ରାଷ୍ଟ୍ରପତି ଶାସନ । 1991ରେ କଲ୍ୟାଣ ସିଂହ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ମାତ୍ର ଦେଢ ବର୍ଷ ପାଇଁ ଏହି ପଦରେ ରହିଥିଲେ । ତେବେ ସେ ହିଁ ଶାସନରେ ପକାଇଥିଲେ ବିଜେପିର ମୁଳଦୁଆ । 

ତା ପୂର୍ବରୁ ଜନତା ଦଳ ନେତା ମୁଲାୟମ ସିଂହ ଯାଦବ 1989ରେ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଏହା ଥିଲା କଂଗ୍ରେସର ଗଡ । ସ୍ୱାଧୀନତା ପରେ କଂଗ୍ରେସ ଅକ୍ତିଆରରେ ଥିଲା ଉତ୍ତରପ୍ରଦେଶ । 1977 ରେ ଦୁଇ ବର୍ଷ ପାଇଁ ଜନତା ପାର୍ଟି ସରକାରର ମୁଖ୍ୟମନ୍ତ୍ରୀ ହୋଇ୍ଥିଲେ । ଭାରତୀୟ କ୍ରାନ୍ତି ଦଳ ନେତା ଚରଣ ସିଂହ 1967 ଓ 1970ରେ ଦୁଇଟି ପାଳିରେ ମାତ୍ର ବର୍ଷେ ଆଠ ମାସ ମୁଖ୍ୟମନ୍ତ୍ରୀ ରହିଥିଲେ । 

କଂଗ୍ରେସ ଶାସନରେ ଥିବା ବେଳେ ମଧ୍ୟ ଅନେକ ଥର ଉତ୍ତରପ୍ରଦେଶରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି । ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ରେକର୍ଡ କରିବାକୁ ଯାଉଛନ୍ତି । ପାଞ୍ଚ ବର୍ଷ ମୁଖ୍ୟମନ୍ତ୍ରୀ ହୋଇ ପୁଣି ଦ୍ୱିତୀୟ ବାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଯୋଗୀ । ସବୁବେଳେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ଉତ୍ତରପ୍ରଦେଶରେ ସ୍ଥିର ସରକାର ଦେବାରେ ସଫଳ ହୋଇଛନ୍ତି ଯୋଗୀ ଆଦିତ୍ୟନାଥ । 

OTV is now on Whatsapp

Join and get latest news update delivered to you via whatsapp

Join Now