Advertisment

ଗୋଟିଏ ପଟେ ଚାଲିଛି ଭୋଟ୍‌ ଗଣତି, ଅନ୍ୟ ପଟେ BSP କାର୍ଯ୍ୟକର୍ତ୍ତାଙ୍କୁ ଆସିଲା ହାର୍ଟ ଆଟାକ୍‌

ଗୋଟିଏ ପଟେ ଆଜି ୫ ରାଜ୍ୟରେ ନିର୍ବାଚନର ଭୋଟ୍ ଗଣତି ଚାଲିଥିବା ବେଳେ ଅନ୍ୟ ପଟେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରେ ଭୋଟ୍‌ ଗଣତି ଚାଲି ଥିବାବେଳେ ଜଣେ କାର୍ଯ୍ୟକର୍ତ୍ତାଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BSP worker suffers heart attack at counting centre

BSP worker suffers heart attack at counting centre

ଗୋଟିଏ ପଟେ ଆଜି ୫ ରାଜ୍ୟରେ ନିର୍ବାଚନର ଭୋଟ୍ ଗଣତି ଚାଲିଥିବା ବେଳେ ଅନ୍ୟ ପଟେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରେ ଭୋଟ୍‌ ଗଣତି ଚାଲି ଥିବାବେଳେ ଜଣେ କାର୍ଯ୍ୟକର୍ତ୍ତାଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ମିଳିଥିବା ସୂଚନା ଅନୁସାରେ, ବହୁଜନ ସମାଜବାଦୀ ପାର୍ଟି(BSP)ର କାର୍ଯ୍ୟକର୍ତ୍ତା ଅଙ୍କିତ ଯାଦବଙ୍କ ହୃଦ୍‌ଘାତରେ ଦେହାନ୍ତ ହୋଇଛି। ଗାଜିଆବାଦ ବିଧାନସଭା ଆସନର ଭୋଟ୍‌ ଗଣତି କେନ୍ଦ୍ରରେ ଏହି ଅଭାବନୀୟ ଘଟଣା ଘଟିଛି। 

Advertisment

ଗାଜିଆବାଦ ବିଧାନସଭା ଆସନ ପାଇଁ ବିଜେପିରୁ ଅତୁଲ ଗର୍ଗ, କଂଗ୍ରେସରୁ ସୁଶାନ୍ତ ଗୋଏଲ, ବିଏସ୍‌ପିରୁ କୃଷ୍ଣ କୁମାର ଓ ସମାଜବାଦୀ ପାର୍ଟିରୁ ବିଶାଲ ବର୍ମା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ୨୦୧୭ରେ ଏହି ଆସନରୁ ବିଜେପିର ଅତୁଲ ଗର୍ଗ ନିର୍ବାଚନ ଜିତି ଥିଲେ। ଚଳିତ ଥର ବିଧାନସଭା ନିର୍ବାଚନରେ ଗାଜିଆବାଦ ଜିଲ୍ଲାରେ ୫୪.୯୨% ମତଦାନ ହୋଇଥିଲା। ମୋଦିନଗରରେ ସର୍ବାଧିକ ମତଦାନ ହୋଇଥିବା ବେଳେ ସାହିବାବାଦରେ ସର୍ବନିମ୍ନ ମତଦାନ ହୋଇଥିଲା। 

ଉତ୍ତରପ୍ରଦେଶରେ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା। ଚଳିତ ଥର ମଧ୍ୟ ବହୁମତ ହାସଲ କରି ବିଜେପି ୟୁପିରେ ପୁଣିଥରେ ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି। 

Advertisment

ଚଳିତ ଥର ୟୁପି ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସବୁ ଦଳକୁ ପଛରେ ପକାଇ ୨୫୦ରୁ ଅଧିକ ସିଟ୍‌ ହାତେଇଛି। ଟ୍ରେଣ୍ଡ୍‌ ଅନୁସାରେ, ୟୁପିରେ ୪୦୩ ଆସନରୁ ବିଜେପି ୨୬୭ଟି ଆସନରେ ଆଗୁଆ ଥିବାବେଳେ ସମାଜବାଦୀ ପାର୍ଟି ୧୨୭ଟି ଆସନ, ବିଏସ୍‌ପି ୩ଟି, କଂଗ୍ରେସ ୩ଟି ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗୁଆ ରହିଛି।

BSP Assembly Elections 2022 Election Results 2022 UP Election Results
Advertisment
Advertisment