Advertisment

ଭୋଟ ଦେଲେ ଭାଇରାଲ୍ ଭାଉଜ ରୀନା ଦ୍ୱିବେଦୀ, ଫଟୋ ଉଠାଇବାକୁ ଠେଲାପେଲା

ଅଧିକାଂଶ କୌତୁକ ଛଳରେ କହିଥାନ୍ତି ଯେ ଏଭଳି ନିର୍ବାଚନ ଅଧିକାରୀ ରହିଲେ ସମସ୍ତେ ଭୋଟ ଦେବେ। ତେବେ ଆଜି ଆମେ ଆପଣଙ୍କୁ ଏହି ମହିଳାଙ୍କ ବାବଦରେ ଅନେକ କିଛି କହୁଛୁ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Rina Diwedi

Rina Diwedi

ହଳଦିଆ ରଙ୍ଗର ଶାଢି। ଆଖିରେ ସନଗ୍ଲାସ ପିନ୍ଧି ହାତରେ ଇଭିଏମ ଧରି ମାଡିଯାଉଥିବା ଏହି ମହିଳାଙ୍କ ଅନେକ ଫଟୋ ଆପଣ ସୋସିଆଲ ମିଡିଆରେ ଦେଖିଥିବେ। ନିର୍ବାଚନ ଆସିଲେଏହି ମହିଳାଙ୍କ ଫଟୋ ଫେସବୁକରେ ଘୁରିବୁଲେ। ଅଧିକାଂଶ କୌତୁକ ଛଳରେ କହିଥାନ୍ତି ଯେ ଏଭଳି ନିର୍ବାଚନ ଅଧିକାରୀ ରହିଲେ ସମସ୍ତେ ଭୋଟ ଦେବେ। ତେବେ ଆଜି ଆମେ ଆପଣଙ୍କୁ ଏହି ମହିଳାଙ୍କ ବାବଦରେ ଅନେକ କିଛି କହୁଛୁ।

Advertisment

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଭୋଟ ଦେବାକୁ ଆସିଥିଲେ ଭାଇରାଲ୍ ଭାଉଜ ରୀନା ଦ୍ୱିବେଦୀ। ରୀନାଙ୍କ ଶାଶୁଘର ଦେଓରିଆ ସଦରର ପଶାରହିଁରେ ସେ ଭୋଟ ଦେଇଥିଲେ। ତେବେ ରୀନା ସୋସିଆଲ ମିଡିଆରେ ଏତେ ପ୍ରସିଦ୍ଧ ଯେ ତାଙ୍କ ସହ ଲୋକ ଫଟୋ ଉଠାଇବାକୁ ଭିଡ ଜମାଇଥିଲେ। ରୀନା ଭୋଟ ଦେଇ ଆସିବା ପରେ ଭୋଟରମାନେ ସେଲ୍ଫି ନେଇଥିଲେ। ତେବେ ରୀନା ଏଥର କେବଳ ଭୋଟ ଦେଇନଥିଲେ ବରଂ ଚଳିତ ବିଧାନସଭା ନିର୍ବାଚନରେ ତାଙ୍କର ଡ୍ୟୁଟି ମଧ୍ୟ ପଡିଥିଲା। ଚତୁର୍ଥ ପର୍ଯ୍ୟାୟରେ ଲଖନଉର ମୋହନଲାଲଗଞ୍ଜ ବିଧାନସଭାର ଗୋସାଇଗଞ୍ଜ ବୁଥ ନମ୍ବର ୧୧୪ରେ ଡ୍ୟୁଟି ଦିଆଯାଇଥିଲା।

୨୦୧୯ ଲୋକସଭା ନିର୍ବାଚନ ସମୟରେ ରୀନା ଦ୍ୱିବେଦୀ ଉତ୍ତରପ୍ରଦେଶରେ ଡ୍ୟୁଟିରେ ଥିବାବେଳେ ହଳଦିଆ ରଙ୍ଗର ଶାଢି ପିନ୍ଧିଥିଲେ। ଆଉ ପେସାରେ ଜଣେ ସରକାରୀ ଅଧିକାରୀ ହୋଇଥିବା ଏହି କର୍ମଚାରୀଙ୍କର ଫଟୋ ଭାଇରାଲ ହୋଇଥିଲା। ଏହା ପରେ ତାଙ୍କୁ ‘ହଳଦିଆ ଶାଢି ୱାଲି’ ପୋଲିଂ ଅଫିସର ବୋଲି କୁହାଯାଇଥିଲା। 

Advertisment
Advertisment
Advertisment