• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ସକାଳ ୮ଟାରୁ ୫ ରାଜ୍ୟ ବିଧାନସଭା ନିର୍ବାଚନରେ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ଭୋଟ୍ ଗଣତି ଚାଲିଛି।ଟ୍ରେଣ୍ଡ୍‌ ଅନୁସାରେ, ଉତ୍ତରପ୍ରଦେଶରେ ବିଜେପି ୧୮୮ଟି ଆସନରେ ଆଗୁଆ ରହିଛି। ସମାଜବାଦୀ ପାର୍ଟି ମଧ୍ୟ ୭୩ଟି ଆସନରେ ଆଗୁଆ ରହିଛି। ବିଜେପି-ସପା ମଧ୍ୟରେ କଡ଼ା ଟକ୍କର ଚାଲିଥିବା ଦେଖିବାକୁ ମିଳିଛି। ୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଆଗରେ ଫେଲ୍‌ ମାରିଥିଲା କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ।

୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୩୧୨ଟି ଆସନ ଜିତି ବିରୋଧୀଙ୍କୁ ଧରାଶାୟୀ କରିଥିଲା ବିଜେପି। କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ ୩୨୫ଟି ଆସନ ଜିତିଥିଲେ। ତେବେ ବିଜେପି ଅନ୍ୟ ଦଳ ସହ ମିଶି ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲା। ମୋଦିଙ୍କ ଯାଦୁ ଆଗରେ କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ ଫେଲ୍‌ ମାରିବା ସହ ଜାତି ଓ ଆଞ୍ଚଳିକବାଦ ରାଜନୀତି କିଛି କାମ ଦେଇ ନଥିଲା। 

୨୦୧୭ରେ ୟୁପିରେ ବିଜେପି ବିଜୟ ପଛର କାରଣ କ’ଣ ?

  • କାମ ଦେଇନଥିଲା ଜାତି ଓ ଆଞ୍ଚଳିକବାଦ ରାଜନୀତି
  • ମୋଦିଙ୍କ ବିକାଶ ମନ୍ତ୍ର ଓ ଡବଲ ଇଞ୍ଜିନ ସରକାର ଉପରେ ଭରସା କରିଥିଲେ ୟୁପିବାସୀ
  • ପ୍ରଥମେ ପଞ୍ଚାୟତକୁ ଟାର୍ଗେଟ କରିଥିଲେ ଅମିତ ଶାହ
  • ବୁଥ୍ ସ୍ତରରେ ବିଜେପି ସଦସ୍ୟ ବଢାଇବା ଆରମ୍ଭ କଲା 
  • ଅଣ ଯାଦବ ଓବିସି ଓ ଅଣ ଜାଟବ ଦଳିତଙ୍କୁ ଫୋକସ କରିଥିଲା ଦଳ
  • ପଛୁଆ ଓ ଦଳିତ ନେତା ଯେଉଁମାନଙ୍କୁ ସପା, ବିଏସ୍‌ପି ଟିକେଟ୍ ଦେଇ ନ ଥିଲେ ସେମାନଙ୍କୁ ବିଜେପିରେ ମିଶାଯାଇଥିଲା
  • ବିଜେପି ସମସ୍ତ ୪୦୩ ଆସନରେ ଅନୁସୂଚିତ ଓ ପଛୁଆ ଜାତି ସମ୍ମିଳନୀ କରିଥିଲା
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୋରଦାର ପ୍ରଚାର