Advertisment

କଂଗ୍ରେସ ଆଉଟ୍‌: କମାଲ କଲେ ବିଜେପି ଓ ଆପ୍‌

ଉତ୍ତରପ୍ରଦେଶରେ ବିଜେପିକୁ ବହୁମତ ମିଳିଥିବା ବେଳେ ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ମଧ୍ୟ ବିଜେପି ଅନ୍ୟ ପାର୍ଟିଠୁ ବହୁ ଆଗରେ ରହିଛି। ତେଣୁ ଏହିସବୁ ରାଜ୍ୟରେ ବିଜେପି ସରକାର ଗଠନ କରିପାରେ ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP

BJP

ଆଜି ସକାଳ ୮ଟାରୁ ୫ ରାଜ୍ୟ ବିଧାନସଭା ନିର୍ବାଚନରେ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ଭୋଟ୍ ଗଣତି ଚାଲି ଥିବାବେଳେ ଧୀରେ ଧୀରେ ନିର୍ବାଚନ ଫଳାଫଳ ସ୍ପଷ୍ଟ ହେବାରେ ଲାଗିଛି। ୫ ରାଜ୍ୟରୁ ୪ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି।

Advertisment

ଉତ୍ତରପ୍ରଦେଶରେ ବିଜେପିକୁ ବହୁମତ ମିଳିଥିବା ବେଳେ ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ମଧ୍ୟ ବିଜେପି ଅନ୍ୟ ପାର୍ଟିଠୁ ବହୁ ଆଗରେ ରହିଛି। ତେଣୁ ଏହିସବୁ ରାଜ୍ୟରେ ବିଜେପି ସରକାର ଗଠନ କରିପାରେ ବୋଲି ଜଣାପଡ଼ିଛି। ଯଦିଓ ୫ ରାଜ୍ୟରୁ ୪ ରାଜ୍ୟରେ ବିଜେପିର ଯାଦୁ କାମ କରିଛି ହେଲେ ପଞ୍ଜାବରେ ବିଜେପିର କୌଣସି ମ୍ୟାଜିକ୍‌ କାମ କରିପାରି ନାହିଁ। କହିବାକୁ ଗଲେ ପଞ୍ଜାବରେ ବିଜେପି ଆଦୌ ଭଲ କରିନାହିଁ । କଂଗ୍ରେସ ଧରାଶାୟୀ ହୋଇପଡ଼ିଛି। ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି(ଆପ୍‌) ସବୁ ପାର୍ଟିକୁ ପଛରେ ପକାଇ ୮୫ରୁ ଅଧିକ ସିଟ୍‌ ହାତେଇଛି। ପଞ୍ଜାବରେ ୧୧୭ଟି ଆସନରୁ ଆପ୍‌ ୮୯, କଂଗ୍ରେସ ୧୫, ଅକାଳୀ ୮, ବିଜେପି ୪, ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛି। 

ଟ୍ରେଣ୍ଡ୍‌ ଅନୁସାରେ, ୟୁପିରେ ୪୦୩ ଆସନରୁ ବିଜେପି ୨୭୬ଟି ଆସନରେ ଆଗୁଆ ଥିବାବେଳେ ସମାଜବାଦୀ ପାର୍ଟି ୧୧୬ ଆସନ, ବିଏସ୍‌ପି ୪, କଂଗ୍ରେସ ୪ ଓ ଅନ୍ୟାନ୍ୟ ଦଳ ୩ ଆସନରେ ଆଗୁଆ ରହିଛି। ମ୍ୟାଜିକ୍‌ ନମ୍ବର ୨୦୨ ରହିଛି। ତେଣୁ ୟୁପିରେ ବିଜେପି ସରକାର ଗଠନ କରିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। ସେହିପରି ଉତ୍ତରାଖଣ୍ଡରେ ୧୧୭ ଆସନରୁ ବିଜେପି ୪୪, କଂଗ୍ରେସ ୨୨, ବିଏସ୍‌ପି ୨ ଓ ଅନ୍ୟାନ୍ୟ ପାର୍ଟି ୨ ଆସନରେ ଆଗରେ ରହିଛନ୍ତି। ଗୋଆରେ ୪୦ ଆସନରୁ ବିଜେପି ୧୭, କଂଗ୍ରେସ ୧୨, ଟିଏମ୍‌ସି ୪, ଆପ୍‌ ୩ ଓ ଅନ୍ୟାନ୍ୟ ଦଳ ୪ ଆସନରେ ଆଗୁଆ ରହିଛନ୍ତି। ମଣିପୁରରେ ୬୦ ଆସନରୁ ବିଜେପି ୨୬ ଆସନ, ଏନ୍‌ପିପି ୧୩, କଂଗ୍ରେସ ୧୦, ଜେଡିୟୁ ୩ ଓ ଅନ୍ୟାନ୍ୟ ନଳ ୮ ଆସନରେ ଆଗୁଆ ରହିଛନ୍ତି।

Advertisment

ଟ୍ରେଣ୍ଡ୍‌ ରେଜଲ୍ଟ ସାମ୍ନାକୁ ଆସିବା ପରେ ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ସେଲିବ୍ରେସନ ଆରମ୍ଭ କରି ଦେଇଛନ୍ତି। 

BJP Congress Aam Aadmi Party Assembly Elections 2022 Election Results 2022
Advertisment
Advertisment