Advertisment

ଏକଜିଟ୍‌ ପୋଲ୍ ସତ ହେଲେ ଇତିହାସ ରଚିବେ ଯୋଗୀ

ଏକଜିଟ୍ ପୋଲ୍ ଅନୁସାରେ ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ।

author-image
Chandan Shishu
ଅଦ୍ୟତନ ହୋଇଛି
ୟୁପି ନିର୍ବାଚନ ଫଳାଫଳ

ୟୁପି ନିର୍ବାଚନ ଫଳାଫଳ

ଆଜି ଆସିବ ୫ ରାଜ୍ୟର ଜନାଦେଶ। ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ଆଜି ଆସିବ ବିଧାନସଭା ନିର୍ବାଚନ ଫଳାଫଳ। ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ଭୋଟ ଗଣତି ହେବ। ହେଲେ ସାରା ଦେଶର ନଜର ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ଉପରେ। ଉତ୍ତରପ୍ରଦେଶର ୪୦୩ ଆସନର ଫଳାଫଳ ଆସିବ। ଯଦି ଏକ୍‌ଜିଟ୍‌ ପୋଲର ଆକଳନ ସତ ହୁଏ, ତେବେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ। ଏହାର ଅର୍ଥ ଯୋଗୀ ଆଦିତ୍ୟନାଥ ବିଜୟ ହୁଅନ୍ତି ତାହାହେଲେ ୩୭ ବର୍ଷ ରେକର୍ଡ ଭାଙ୍ଗିବେ। କାହିଁକିନା ୧୯୮୫ ମସିହା ପରେ ଉତ୍ତରପ୍ରଦେଶରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି। 

Advertisment

୧୯୫୦ରୁ ୧୯୬୭ ଯାଏଁ ରାଜ୍ୟରେ କଂଗ୍ରେସ ସରକାର ଥିଲା। କିନ୍ତୁ ଏହି କାର୍ଯ୍ୟକାଳ ଭିତରେ ବାରମ୍ବାର ମୁଖ୍ୟମନ୍ତ୍ରୀ ବଦଳିଥିଲେ, ମୋଟ ୧୭ ବର୍ଷ ଭିତରେ ୟୁପି ଦେଖିଥିଲା ୩ ମୁଖ୍ୟମନ୍ତ୍ରୀ। ସେହିପରି ୧୯୮୦ରୁ ୧୯୯୦ କଂଗ୍ରେସ ସରକାରରେ ଥିଲା। କିନ୍ତୁ ଏହି ୯ ବର୍ଷ ଭିତରେ କଂଗ୍ରେସ ପର୍ଯ୍ୟାକ୍ରମେ ୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା।

ପ୍ରଥମଥର ପାଇଁ ଉତ୍ତରପ୍ରେଦଶରେ ବିଜେପି ୧୯୯୭ରେ ସରକାର ଗଢ଼ିଥିଲା। କିନ୍ତୁ ୫ ବର୍ଷ କାର୍ଯ୍ୟାକାଳ ଭିତରେ ବିଜେପି ୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା। ସେହିପରି ୩ ଜୁନ୍‌ ୧୯୯୫ରେ ମାୟାବତୀ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ। ମାତ୍ର ୧୩୭ ଦିନ ପାଇଁ ସେ ଏହି ଆସନରେ ବସିପାରିଥିଲେ। କିନ୍ତୁ ଏହାପରେ ୟୁପିରେ ୧୯୯୭ ଯାଏଁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ପୁଣିଥରେ ମାୟାବତୀ ଉତ୍ତରପ୍ରଦେଶରେ ସରକାର ଗଠନ କରିଥିଲେ। ତେବେ ସେହିଥର ବି ମାୟାବତୀ ନିଜ କାର୍ଯ୍ୟକାଳ ପୂରଣ କରିପାରିନଥିଲେ। ସେ ମାତ୍ର ୧୮୪ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସି ପାରିଥିଲେ।

Advertisment

ଏକଜିଟ୍ ପୋଲ୍ ଅନୁସାରେ ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ। ଉତ୍ତର ପ୍ରଦେଶର ୪୦୩ ଆସନରୁ ବିଭିନ୍ନ ସର୍ଭେରେ ମିଳିଥିବା ରିପୋର୍ଟ ଅନୁସାରେ ପୁଣି ଥରେ ଯୋଗୀ ସରକାର ଫେରିବ।

  • P-MARQର ଏକଜିଟ୍ ପୋଲ୍‌ରେ ବିଜେପିକୁ ୨୪୦,  ସମାଜବାଦୀ ପାର୍ଟିକୁ ୧୪୦, କଂଗ୍ରେସକୁ ୪ ଏବଂ ଅନ୍ୟ ଦଳକୁ ୧୯ ସିଟ୍ ମିଳିବ।
  • NEWS 18 ଏକଜିଟ୍ ପୋଲରେ ବିଜେପି-୨୬୩, ସପା-୧୨୩, କଂଗ୍ରେସ-୫ ଏବଂ ଅନ୍ୟ ଦଳକୁ ୧୫ଟି ସିଟ୍ ମିଳିବ ବୋଲି ଆକଳନ କରାଯାଇଥିଲା।
  • INDIA NEWS ସର୍ଭେରେ ବିଜେପିକୁ ୨୨୨ରୁ ୨୬୦, ସମାଜବାଦୀ ପାର୍ଟିକୁ ୧୩୫ରୁ ୧୬୫, କଂଗ୍ରେସକୁ ୧ରୁ ୩ ଏବଂ ଅନ୍ୟ ଦଳକୁ ୪ରୁ ୯ଟି ଆସନ ମିଳିବ।
  • NEWSX ସର୍ଭେରେ ବିଜେପିକୁ ୨୧୧ରୁ ୨୨୫, ସପାକୁ ୧୪୬ରୁ ୧୬୦, କଂଗ୍ରେସକୁ ୪ରୁ ୬ ଏବଂ ଅନ୍ୟ ଦଳକୁ ୧୪ରୁ ୨୪ ସିଟ୍ ମିଳିବ ବୋଲି ଆକଳନ କରାଯାଇଛି।

୨୦୧୭ର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଉତ୍ତରପ୍ରଦେଶ (୪୦୩) ଆସନରୁ ବିଜେପିକୁ ୩୧୨ ସିଟ୍ ମିଳିଥିଲା। ଯାହା ମୋଟ୍ ଭୋଟ୍‌ର ୩୯.୬୭ ପ୍ରତିଶତ। ସେହିପରି ସମାଜବାଦୀ ପାର୍ଟିକୁ ୪୭ଟି ସିଟ୍ ମିଳିଥିଲା। ଯାହା ମୋଟ୍ ଭୋଟ୍‌ର ୨୧.୮୨ ପ୍ରତିଶତ ଥିଲା। ବିଏସପିକୁ ୧୯ ସିଟ୍ ମିଳିଛି ଯାହା ୨୨.୨ ପ୍ରତିଶତ ଭୋଟ୍ ମିଳିଥିଲା। କଂଗ୍ରେସ ଉତ୍ତରପ୍ରଦେଶରେ ଅମାନତ ହରାଇଥିଲା। ମାତ୍ର ୭ଟି ସିଟ୍ ସହ ରାଜ୍ୟରେ ୬.୨୫ ପ୍ରତିଶତ ଭୋଟ୍ ସେୟାର ଦଳକୁ ଯାଇଥିଲା ସ୍ବାଧୀନ ଓ ଅନ୍ୟାନ୍ୟ ଦଳ ମିଶି ୧୮ଟି ସିଟ୍ ହାତେଇଥିଲେ।

Yogi Adityanath UP Elections
Advertisment
Advertisment