• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନୀ ଯୁବତୀ ଆଶମା ଶଫିକଙ୍କ ପ୍ରଶଂସା । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଶମା ଶଫିକ। ସେହିପରି ୟୁକ୍ରେନରେ ଅବସ୍ଥାପିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଯୁଦ୍ଧ ପରିସ୍ଥିତି ମଧ୍ୟରେ ୟୁକ୍ରେନରୁ ସୁରକ୍ଷିତ ବାହାରିବାରେ ଆଶମା ଶଫିକଙ୍କୁ ସାହାଯ୍ୟ କରିଥିଲେ ଭାରତୀୟ ଦୂତାବାସର କର୍ମଚାରୀ । ଏଥିଲାଗି ସେ ଭାରତୀୟ ଦୂତାବାସର କର୍ମଚାରୀ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି ।

 

ଅପରେସନ ଗଙ୍ଗା ଜରିଆରେ ୟୁକ୍ରେନରୁ ସବୁ ଭାରତୀୟଙ୍କୁ ଉଦ୍ଧାର କରାଯାଉଛି । ନିଜ ଦେଶକୁ ଫେରିବା ପରେ ଛାତ୍ରଛାତ୍ରୀମାନେ ବହୁତ ଖୁସି। ଏହାରି ମଧ୍ୟରେ ୟୁକ୍ରେନରୁ ପ୍ରାୟ ୨୦ ହଜାର ଭାରତୀୟ ଉଦ୍ଧାର ହେଲେଣି । ଏହି ସମୟରେ ଅନ୍ୟଦେଶର ଫସିଥିବା ନାଗରିକଙ୍କୁ ଉଦ୍ଧାର ପାଇଁ ଭାରତ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଅପରେସନ ଗଙ୍ଗାରେ ବାଙ୍ଗଲାଦେଶର ୯ ଜଣ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ଏଥିପାଇଁ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନେପାଳ, ଟ୍ୟୁନିସିଆର କିଛି ନାଗରିକଙ୍କୁ ମଧ୍ୟ ଭାରତ ପକ୍ଷରୁ ଉଦ୍ଧାର କରାଯାଇଛି ।

ସେପଟେ ଯୁଦ୍ଧର ବିଭୀଷିକା ମଧ୍ୟରେ ଆଉ ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଲକ୍ଷ ବେସାହାରା ହୋଇ ପଡିଛନ୍ତି । ଲକ୍ଷ ଲକ୍ଷ ଲୋକ ନିଜର ଆତ୍ମୀୟ ସ୍ୱଜନ, ଭିଟାମାଟିରୁ ଅଲଗା ହୋଇଯାଇଛନ୍ତି । ବିଶେଷକରି ୟୁକ୍ରେନର ରାଜଧାନୀ କିଭରେ ଦୃଶ୍ୟ ଅତ୍ୟନ୍ତ ଚିନ୍ତାଜନକ ହୋଇପଡିଛି । ଅନେକ ଲୋକ ନିଜର କୁନି କୁନି ପିଲାଙ୍କୁ ଧରି ୟୁକ୍ରେନ ସୀମା ଛାଡୁଥିବା ଦେଖିବାକୁ ମିଳିଛି । ଜାତିସଂଘର ଶରଣାର୍ଥୀ କମିଶନର ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ବେସାହାରା ହୋଇପଡିଥିବା ଶରଣାର୍ଥୀଙ୍କ ମଧ୍ୟରୁ ପ୍ରାୟ ୧୦ ଲକ୍ଷ ଲୋକ ପୋଲାଣ୍ଡରେ ରହୁଥିବାବେଳେ। ହଙ୍ଗେରୀରେ ୧ ଲକ୍ଷ ୯୧ ହଜାର ଲୋକ ଶରଣାର୍ଥୀ ଭାବେ ରହୁଛନ୍ତି । ସ୍ଲୋଭାକିଆରେ ୧ ଲକ୍ଷ ୪୦ ହଜାର, ରୁଷିଆରେ ୯୯ ହଜାର, ମଲୋଡୋଭାରେ ୮୨ ହଜାର, ରୋମାନିଆରେ ୮୨ ହଜାର ଶରଣ ନେଇଛନ୍ତି ।