ଜେଜେବାପା ବୟସର ଲୋକଙ୍କୁ ସ୍ନେହ ଆଦର ଦେବା ବଦଳରେ ବେକରେ ଜୋତାମାଳ ପିନ୍ଧାଇ ବୁଲାଇଲେ ।
କିଛିବର୍ଷ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସୋନିଆ ଗାନ୍ଧି ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି ।
ବିଶ୍ୱ ନେତା ରାଙ୍କିଂରେ ସର୍ବାଗ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବାଧିକ ୭୬% ରେଟିଂ ମିଳିଛି ।
ଆସନ୍ତାକାଲି ମଧ୍ୟପ୍ରଦେଶ ଓ ୧୧ ତାରିଖରେ ଛତିଶଗଡ଼ରେ ବସିବ ବିଜେପି ବିଧାୟକ ଦଳ ବୈଠକ । ସେଥିରେ ନିଜର ନେତା ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କୁ ବାଛିପାରନ୍ତି ଏହି ଦୁଇ ରାଜ୍ୟର ବିଧାୟକମାନେ ।
ଏହି ଫଟୋ ଉଠାଇଛି ସୋଲାର୍ ଅଲଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ୍ ବା ସୁଟ୍ ପେଲୋଡ୍ । ଫଟୋ ଗୁଡ଼ିକୁ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
୩ ହଜାର ଆବେଦନ ଆସିଥିଲା, ୨ଶହ ନାଁ ସର୍ଟଲିଷ୍ଟ ପରେ ସରିଛି ଚୟନ। ଅଯୋଧ୍ୟାରେ ସମସ୍ତଙ୍କ ରହଣୀ ପାଇଁ ନିର୍ମାଣ ଚାଲିଛି ସ୍ୱତନ୍ତ୍ର ନଗର ।
ଲୋକସଭାରୁ ବହିଷ୍କୃତ ହେଲେ ଟିଏମ୍ସିର ମହୁଆ ମୈତ୍ର । ଏଥିକ୍ସ କମିଟି ରିପୋର୍ଟ ଆଧାରରେ ହରାଇଲେ ସାଂସଦ ପଦ ।
ଚେତାବନୀ ଶୁଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଡ଼ାଗଣ୍ଡା କରି ଆଦାୟ କରାଯିବ ଜନତାଙ୍କଠୁ ଲୁଟ୍ ଟଙ୍କା କହିଲେ ପ୍ରଧାନମନ୍ତ୍ରୀ ।
ମଦ ବ୍ୟବସାୟୀଙ୍କ ଘରୁ ଶହ ଶହ କୋଟି ଟଙ୍କା ମିଳିବା ଘଟଣାକୁ ନେଇ ‘ଏକ୍ସ’ରେ ପ୍ରତିକ୍ରିୟା ଦେଲେ ପ୍ରଧାନମନ୍ତ୍ରୀ ମୋଦି ।
ଫେବ୍ରୁଆରୀରେ ରେପୋ ରେଟ୍ 6.5 ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ସେହି ଦିନଠାରୁ ରେପୋ ରେଟ୍ ସ୍ଥିର ରହିଆସିଛି।
ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ବହିଷ୍କାର ହେଲେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ।
ମହୁଆଙ୍କ କାର୍ଯ୍ୟକଳାପ ଅଗ୍ରହଣୀୟ, ଅନୈତିକ, ଘୃଣ୍ୟ ଓ ଅପରାଧିକ । ଏଥିସହ ତାଙ୍କ ଆର୍ଥିକ କାରବାର ତଦନ୍ତ କରିବାକୁ କମିଟି ସୁପାରିଶ କରିଛି ।
ପୂର୍ବରୁ ୧ ଲକ୍ଷ ଟଙ୍କା ଯାଏ ୟୁପିଆଇ ପେମେଣ୍ଟ ହେଉଥିଲା । ବର୍ତ୍ତମାନ ୨ଟି କ୍ଷେତ୍ରରେ ଆପଣ ୫ ଲକ୍ଷ ଯାଏ ପେମେଣ୍ଟ କରିପାରିବେ ।
ଗତକାଲି ରାତିରେ କେସିଆର୍ଙ୍କୁ ସୋମାଜିଗୁଡାର ଯଶୋଦା ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।
ଆଇନ କାନୁନ୍ ତା ବାଟରେ ଲୋକେ ତାଙ୍କ ବାଟରେ । ଯୌତୁକ ଆକାରରେ ବରକୁ କମ୍ ପଡିଲା ୫୦ ଲକ୍ଷ ଟଙ୍କା, କାର୍ ଓ ୪୦ ଭରି ସୁନା । ନିରାଶ ହୋଇ ଜୀବନ ହାରିଦେଲା କନିଆଁ । ସେ ପୁଣି ପିଜି କରୁଥିବା ଡାକ୍ତର ଛାତ୍ରୀ । କେରଳରେ ଏଭଳି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ।
ପର୍ଯ୍ୟବେକ୍ଷକମାନେ ତିନି ରାଜ୍ୟ ଯାଇ ନିର୍ବାଚିତ ହୋଇଥିବା ବିଧାୟକଙ୍କ ସହ ଆଲୋଚନା କରିବେ । ଏହାରି ଭିତରେ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟିଛନ୍ତି କିଛି ତୁଙ୍ଗ ନେତା ।
କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନରେନ୍ଦ୍ର ସିଂ ତୋମରଙ୍କ ଇସ୍ତଫା ପରେ ଅର୍ଜୁନ ମୁଣ୍ଡାଙ୍କୁ ମିଳିଲା କେନ୍ଦ୍ର କୃଷି ମନ୍ତ୍ରାଳୟ ଦାୟିତ୍ୱ ।
୧୬ ବର୍ଷ ଧରି ସେ ମାଓବାଦୀ ଥିଲେ । ବହୁ ହିଂସାକାଣ୍ଡରେ ମଧ୍ୟ ସଂପୃକ୍ତ ଥିଲେ । ପରେ ମନ ପରିବର୍ତ୍ତନ କରି ହିଂସାର ପଥ ଛାଡ଼ି ଅନସୂୟା ମୁଖ୍ୟସ୍ରୋତରେ ହୋଇଥିଲେ ସାମିଲ ।
ପେନକିଲର୍ ମେଫଟାଲ ସେବନ ଦ୍ୱାରା ହୋଇପାରେ ରିଆକ୍ସନ । ଏନେଇ କେନ୍ଦ୍ର ସରକାର ଆଲର୍ଟ ଜାରି କରିଛନ୍ତି ।
ବାହାଘର ଭୋଜି ହୋଇଛି ରକ୍ତରଞ୍ଜିତ । ଅଇଁଠା ପ୍ଲେଟ ନେଉଥିବା ବେଳେ କିଛି ଅତିଥିଙ୍କ ଦେହରେ ବାଜିବାରୁ ଘଟିଛି ଅଘଟଣ ।
ଦିଲ୍ଲୀ ଏମ୍ସରେ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ନିମୋନିଆରେ ପୀଡ଼ିତ ଅନେକ ଶିଶୁଙ୍କ ରିପୋର୍ଟ ଆସିଥିବା ଜଣା ପଡ଼ିଛି । କିନ୍ତୁ ଏହା ନିକଟରେ ଦେଖା ଦେଇଥିବା ଚାଇନାରେ ସଂକ୍ରମଣ ସହ କୌଣସି ସମ୍ପର୍କ ନାହିଁ ବୋଲି କୁହା ଯାଇଛି ।
ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିରରେ ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢ଼ୁଛି । ଆସନ୍ତା ୨୨ ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇ ସାରିଛି ।
ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ । ସେ ଗତରାତିରେ ଦିଲ୍ଲୀରୁ ଫେରିଥିବା ବେଳେ, ଆଜି ହାଇଦ୍ରାବାଦର ଲାଲବାହାଦୁର ଷ୍ଟାଡିୟମରେ ତାଙ୍କର ଶପଥ ଗ୍ରହଣ ସମାରୋହ ହେବ ।
ପାକିସ୍ତାନରେ ଧସୁଛି ଭାରତ ବିରୋଧୀ ଆତଙ୍କୀଙ୍କ ଗଡ଼ ! ଗଡୁଛି ଜଣକ ପରେ ଜଣେ ମୋଷ୍ଟ ୱାଣ୍ଟେଣ୍ଡର ମୁଣ୍ଡ ...କିଏ ନେଉଛି ଜୀବନ, କାହା ନିର୍ଦ୍ଦେଶରେ ହେଉଛି ହତ୍ୟା?
ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ଥିର କରିବାକୁ ଆଜି ଦିଲ୍ଲୀରେ ବସୁଛି ବିଜେପି ସଂସଦୀୟ ଦଳ ବୈଠକ ।