/odishatv-khabar/media/post_attachments/uploadimage/library/16_9/16_9_0/INS_1704454739.jpg)
INS
୧୫ଜଣ ଭାରତୀୟ ନାବିକ ଥିବା ଲାଇବେରିଆର ଏକ ଜାହାଜକୁ ସୋମାଲିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅପହରଣ କରାଯାଇଛି । ଏହି ଜାହାଜର ନାଁ ଏମଭି ଲୀଲା ନର୍ଫକ୍’। ଏହାକୁ ଗତକାଲି ସନ୍ଧ୍ୟାରେ ଅପହରଣ କରାଯାଇଥିବା ସୂଚନା ମିଳିଛି । ଅପହୃତ ଜାହାଜ ଉପରେ ଭାରତୀୟ ନୌସେନା ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି । ଭାରତୀୟ ନୌସେନାର ବିମାନ ମଧ୍ୟ ସେଥିରେ ଥିବା ନାବିକମାନଙ୍କ ସହିତ ଯୋଗାଯୋଗ କରିବାରେ ସମର୍ଥ ହୋଇଛି।
ଜାହାଜ ଭିତରେ ସେମାନେ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି । ପରିସ୍ଥିତର ମୁକାବିଲା କରିବା ଲାଗି ଅପହୃତ ଜାହାଜ ପାଖକୁ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ INS ଚେନ୍ନାଇ ଯାଇ ପହଂଚିଛି । ଅପହୃତ ଜାହାଜକୁ ଉଦ୍ଧାର କରିବା ଲାଗି ସେ ଅଞ୍ଚଳରେ ଥିବା ମ୍ୟାରିଟାଇମ୍ ସିକ୍ୟୁରିଟି ଟାସ୍କ୍ ଫୋର୍ସ’ର ବିଭିନ୍ନ ଏଜେନ୍ସୀମାନଙ୍କ ସହିତ ଯୋଗାଯୋଗ କରାଯାଇଛି। ଜାହାଜ ଭିତରେ ୫/୬ଜଣ ଅଜ୍ଞାତ ଅସ୍ତ୍ରଧାରୀ ବ୍ୟକ୍ତି ପ୍ରବେଶ କରିଥିବା ନେଇ ଜାହାଜ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ଜଣାପଡିଛି।
ଆନ୍ତର୍ଜାତିକ ଭାଗିଦାର ଓ ବନ୍ଧୁଭାବାପନ୍ନ ବିଦେଶୀ ରାଷ୍ଟ୍ରମାନଙ୍କ ସହଯୋଗରେ ସେ ଅଞ୍ଚଳ ଦେଇ ଯାତାୟାତ କରୁଥିବା ବାଣିଜ୍ୟପୋତଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଭାରତୀୟ ନୌସେନା ତା’ର ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟ କରୁଥିବା କଥା ନୌସେନା ଅଧିକାରୀମାନେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ଭିତରେ ୫/୬ଜଣ ଅଜ୍ଞାତ ଅସ୍ତ୍ରଧାରୀ ବ୍ୟକ୍ତି ପ୍ରବେଶ କରିଥିବା କଥା କହି ଉକ୍ତ ବାଣିଜ୍ୟପୋତ ସତର୍କ ସୂଚନା ଜାରି କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)