• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତୀୟ ଇଲେକ୍ଟ୍ରିକ୍‌ ମାର୍କେଟ୍‌ରେ ଚାଇନାର ଆଇଟମ୍‌ ପ୍ରବଳ ରହିଛି । ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ଲୋ କ୍ୱାଲିଟି ଇଲେକ୍ଟ୍ରିକ୍ ପ୍ରଡକ୍ଟ ବିକ୍ରି ବଜାରରେ ବନ୍ଦ ହେଉନାହିଁ । ଲୋକ୍ୱାଲିଟି ଜିନିଷ ଯୋଗୁଁ ପ୍ରାୟ ସମୟରେ ଘର ମାନଙ୍କରେ ବିଭିନ୍ନ ବିଦ୍ୟୁତ ଜନିତ ଦୁର୍ଘଟଣା ଘଟୁଛି । ଏହା ଉପରେ ରୋକ ଲଗାଇବା ପାଇଁ ସରକାର ଏବେ କଠୋର ନିୟମ ଆଣିଛନ୍ତି । ଏବେ ଯଦି କୌଣସି ଦୋକାନୀ ଲୋକ୍ୱାଲିଟି ସାମଗ୍ରୀ ବିକ୍ରୟ କରୁଥିବା କିମ୍ବା କୌଣସି କମ୍ପାନୀ ଉତ୍ପାଦନ କରୁଥିବା ଦେଖିବାକୁ ମିଳେ, ତେବେ ତାଙ୍କୁ ଜୋରିମାନା ସହ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ।

ଲୋକ୍ୱାଲିଟି ସାମଗ୍ରୀର ଆମଦାନୀକୁ ରୋକିବା ଏବଂ ଏହି ସାମଗ୍ରୀର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ‘ସୁଇଚ୍-ସକେଟ୍-ଆଉଟଲେଟ୍’ ଏବଂ ‘କେବୁଲ୍ ଟ୍ରାକଂ’ ଭଳି ବୈଦ୍ୟୁତିକ ସାମଗ୍ରୀ ପାଇଁ କିଛି ନିୟମ ଧାର୍ଯ୍ୟ କରିଛନ୍ତି । ସରକାରଙ୍କ ଅନୁସାରେ ଉଚିତ୍‌ ଗୁଣବତ୍ତ ସମ୍ପନ୍ନ ଜିନିଷ ଉତ୍ପାଦନ କରିବାକୁ କମ୍ପାନୀ ମାନେ ବାଧ୍ୟ ।

ନୂଆ ନିର୍ଦେଶ କ’ଣ ?

DPIIT ଅନୁଯାୟୀ, ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଏସ୍) ମାର୍କ ବହନ ନକଲେ ସାମଗ୍ରୀ ଉତ୍ପାଦନ, ବିକ୍ରୟ, ବାଣିଜ୍ୟ, ଆମଦାନୀ ଏବଂ ସଂରକ୍ଷଣ ହୋଇପାରିବ ନାହିଁ । ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଛଅ ମାସ ପରେ ଏହି ଆଦେଶ କାର୍ଯ୍ୟକାରୀ ହେବ ।

ଛୋଟ ଉଦ୍ୟୋଗଗୁଡିକ ଛାଡ ପାଇବେ

କ୍ଷୁଦ୍ର, କୁଟୀର ଏବଂ ମଧ୍ୟମ (MSME) କ୍ଷେତ୍ରର ନିରାପତ୍ତା ପାଇଁ, ଆଦେଶ ପାଳନ କରିବାରୁ ଛୁଟ୍‌ ଦିଆଯାଇଛି । କ୍ଷୁଦ୍ର ଶିଳ୍ପଗୁଡ଼ିକୁ ୯ ମାସର ଅତିରିକ୍ତ ସମୟ ଦିଆଯାଇଛି । ସେହିଭଳି ମାଇକ୍ରୋ ଉଦ୍ୟୋଗଗୁଡ଼ିକୁ ୧୨ ମାସର ଅତିରିକ୍ତ ସମୟ ଦିଆଯିବ ।