• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

S jaishankar
ଜାତିସଂଘ ବୈଠକରେ କାନାଡ଼ାକୁ ଜୟଶଙ୍କରଙ୍କ କଡ଼ା ଯବାବ

କାନାଡ଼ା ସହ କୁଟନୈତିକ ବିବାଦ ପରିପ୍ରେକ୍ଷୀରେ ଆଜି ଜାତିସଂଘ ସାଧାରଣ ପରିଷଦ ବୈଠକରେ ଏଭଳି କହି କାନାଡ଼ା ଉଦ୍ଦେଶ୍ୟରେ କଡ଼ା ଜବାବ ରଖିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର।

brave boy
ମୃତ୍ୟୁକୁ ମାତ୍‌, ନାଲି ସାର୍ଟ ଦେଖାଇ ଶହ ଶହ ଜୀବନ ବଞ୍ଚାଇଦେଲା କୁନି ପୁଅ

ବିକଟାଳ ଶବ୍ଦ କରି ମାଡ଼ି ଆସୁଥିବା ଲୌହ ଦାନବକୁ ଦେଖି ଡରି ଗଲାନି କୁନି ପିଲାଟି..ବରଂ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନାଲି ସାର୍ଟ ଧରି ରେଳ ଧାରଣାରେ ଛିଡ଼ା ହୋଇଯାଇଥିଲା ।

Loot
ଦିଲ୍ଲୀରେ ସିନ୍ଧି ଚୋରି, ସୁନା ଦୋକାନରୁ ୨୦-୨୫ କୋଟିର ଗହଣା ଲୁଟ୍

୨୦ରୁ ୨୫ କୋଟି ଟଙ୍କାର ଗହଣା ଦୋକାନରେ ଥିଲା ବୋଲି କହିଛନ୍ତି ମାଲିକ। ଦିଲ୍ଲୀର ଭୋଗଲ ଅଞ୍ଚଳରେ ଏହି ଘଟଣା ଘଟିଛି। ଟେରେସ୍ ଜରିଆରେ ଚୋରମାନେ ଆସିଥିବା ସନ୍ଦେହ କରାଯାଉଛି ।

housing loan interest subsidy scheme
ଦୀପାବଳି ପୂର୍ବରୁ ମିଳିପାରେ ବଡ଼ ଉପହାର; ଗୃହଋଣ ନେଲେ ମିଳିବ ଭଲ ସବ୍‌ସିଡି !

କିଛି ମାସ ମଧ୍ୟରେ ଗୃହ ଋଣ ସୁଧ ଯୋଜନା (Housing loan interest subsidy scheme)କୁ କାର୍ଯ୍ୟକାରୀ କରାଯିବ । ସରକାରଙ୍କ ଦ୍ୱାରା ଆସିବାକୁ ଥିବା ଏହି ଯୋଜନା ଆସନ୍ତା ୫ ବର୍ଷ ପାଇଁ ଲାଗୁ କରାଯାଇପାରେ ।

  • Tuesday, 26 September 2023
Deen Dayal Upadhyay Statue
ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ

ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୭୨ ଫୁଟ ହୋଇଥିବା ବେଳେ ଏହାର ଓଜନ ୪୦ ମେଟ୍ରିକ ଟନ୍ । ବ୍ରୋଞ୍ଜ ଓ ଅନ୍ୟ ମିଶ୍ରିତ ଧାତୁରେ ପ୍ରତିମୂର୍ତ୍ତିଟି ତିଆରି ହୋଇଛି । ୨୦ ଜଣ ଶିଳ୍ପୀ ୮ରୁ ୧୦ ମାସ କଠିନ ପରିଶ୍ରମ କରି ଦୀନଦୟାଲ ଉପାଧ୍ୟାୟଙ୍କର ଏହି ୭୨ ଫୁଟର ମୂର୍ତ୍ତି ତିଆରି କରିଛନ୍ତି ।

Narendra Modi
ନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଯୁବକଯୁବତୀମାନେ କଠିନ ପରିଶ୍ରମ ଦ୍ୱାରା ଏହି ସଫଳତା ହାସଲ କରିଛନ୍ତି। ୫୧ ହଜାର ନିଯୁକ୍ତି ମଧ୍ୟରୁ ଅଧିକାଂଶ ମହିଳା ଅଛନ୍ତି। ଯାହା ମହିଳା ସଶକ୍ତିକରଣର ଏକ ଉଦାହରଣ ।

Dog Threat
ପୋଲିସକୁ ଘାରିଛି କୁକୁର ଭୟ, ଖାକି ପୋଷାକ ଦେଖିଲେ ଗୋଡାଇ ଗୋଡାଇ କାମୁଡ଼ୁଛି

ରେଡ୍ ସମୟରେ ଏବେ ଖୋଦ୍ ପୋଲିସକୁ ଘାରିଛି କୁକୁର ଭୟ । ଖାକି ପୋଷାକ ଦେଖିଲେ ଗୋଡାଇ ଗୋଡାଇ କାମୁଡ଼ି ପକାଉଛି କୁକୁର । ପୋଲିସଙ୍କୁ କାମୁଡ଼ିବାକୁ କୁକୁରଙ୍କୁ ଏମିତି ଟ୍ରେନିଂ ଦେଇଛନ୍ତି ମାଲିକ ।

rbi
ଆଉ ୫ ଦିନ ପରେ ବଜାରରୁ ଉଭାନ ହୋଇଯିବ ୨ ହଜାର ଟଙ୍କିଆ ନୋଟ୍

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟୋ ଅଚଳ ହୋଇଯିବ ବୋଲି ଘୋଷଣା କରିଥିଲା। ଏହା ସହ ସେପ୍ଟେମ୍ବର ୩୦ ମଧ୍ୟରେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଫେରସ୍ତ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ଘୋଷଣା କରାଯାଇଥିଲା।

Narendra Modi
କଂଗ୍ରେସ ପାଖରେ ନଥିଲା ଚାରା, ବାଧ୍ୟ ହୋଇ ମହିଳା ସଂରକ୍ଷଣ ବିଲ୍‌କୁ କଲା ସର୍ମଥନ : ମୋଦି

କଂଗ୍ରେସ ଉପରେ ଆହୁରି ବର୍ଷି ମୋଦି କହିଛନ୍ତି ଦଳର ତୃଣମୂଳ ସ୍ତରର ନେତାଙ୍କ ମୁହଁ ଖୋଲୁନାହିଁ । ଦଳ ଏବେ ଏତେ ଦେବାଳିଆ ହୋଇଯାଇଛି ଯେ ଏହା ଏବେ ନିଜ ନେତାଙ୍କ ଦ୍ବାରା ନୁହେଁ, କିଛି ଅର୍ବାନ ନକ୍ସଲଙ୍କ ଦ୍ବାରା ପରିଚାଳିତ ହେଉଛି ।

Aircraft
ବାୟୁସେନାରେ ସାମିଲ ହେଲା C-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ

ଏହି C-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଛୋଟ ରନୱେରେ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ କରିପାରିବ । ଏହାକୁ ଟେକ୍ ଅଫ୍ କରିବା ପାଇଁ ୮୪୪ ମିଟରରୁ ୯୩୪ ମିଟର ଲମ୍ବର ରନୱେ ଆ‍ବଶ୍ୟକ । ସେହିପରି ଲ୍ୟାଣ୍ଡିଂ ପାଇଁ କେବଳ ୪୨୦ ମିଟର ରନୱେ ଆବଶ୍ୟକ ।

Mumbai police
୫ ମାସର ଶିଶୁକୁ ଧରି ଛିଡ଼ା ହୋଇଥିଲେ ବାପା, ପୋଲିସ ବଢ଼ାଇଲା ସାହାୟତାର ହାତ

ଭିଡିଓଟି ମୁମ୍ବାଇ । ମୁମ୍ବାଇର ଏକ ଶୂନଶାନ ରାସ୍ତାରେ ଜଣେ ବାପା ତାଙ୍କ ୫ ମାସର ଶିଶୁକୁ ଧରି ଗାଡ଼ିକୁ ଅପେକ୍ଷା କରିବା ସମୟରେ ସାହାଯ୍ୟ କରିଛନ୍ତି ପୋଲିସ ଅଧିକାରୀ ଜଣକ।

India-Canada
ଆମେରିକା ଖେଳୁଛି ଡବଲ ଗେମ୍

କାନାଡା-ଭାରତ ବିବାଦ ଭିତରେ, ଆମେରିକାର ଏଣ୍ଟ୍ରିକୁ ନେଇ କେଁ । ଏଣ୍ଟ୍ର ତ ମାରିଛି ହେଲେ ଆପଣାଉଛି ଦୋ ମୁହାଁ ନୀତି । ଭାରତ ସହ ଖେଳୁଛି ‘ଡବଲ୍ ଗେମ୍’ । ନିଜ୍ଜର ହତ୍ୟାକାଣ୍ଡ ମାମଲାରେ କାନାଡାକୁ ଦେଇଥିଲା ଗୁପ୍ତ ତଥ୍ୟ !

  • Monday, 25 September 2023
  • Canada
Bridge collaps
ହଠାତ୍‌ ଭୁଶୁଡ଼ି ପଡ଼ିଲା ବ୍ରିଜ୍, ୧୦ ଜଣଙ୍କ ମୃତ୍ୟୁ ଆଶଙ୍କା

ଗତକାଲି ଏହି ଅଘଟଣ ଘଟିଛି । ଦୁର୍ଘଟଣା ସମୟରେ ପୋଲ ଉପରେ ଗୋଟିଏ ଡମ୍ପର ଓ ଦୁଇଟି ବାଇକ୍ ଯାଉଥିଲା । ସେହି ସମୟରେ ହଠାତ୍‌ ପୋଲଟି ଭୁଶୁଡ଼ି ପଡ଼ିଥିଲା ।

Vande Bharat Express
ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍; ପୁରୀ-ରାଉରକେଲା ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ

ପୁରୀ- ରାଉରକେଲା ବନ୍ଦେ ଭାରତକୁ ମିଶାଇ ସାରା ଦେଶରେ ଆଜି ଏକକାଳୀନ ୧୧ଟି ରାଜ୍ୟକୁ ସଂଯୋଗ କରୁଥିବା ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦେ ଭାରତକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ବଢ଼ୁଛି ।

  • Sunday, 24 September 2023
Narendra Modi
'ଚନ୍ଦ୍ରଯାନ-୩ ପରେ ଜି-୨୦ର ସଫଳତା ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଛି': ମୋଦି

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଲ୍ୟାଣ୍ଡିଂ କରୁଥିଲା ସେ ସମୟରେ ବିଭିନ୍ନ ମାଧ୍ୟମରେ କୋଟି କୋଟି ଲୋକ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିଥିଲେ ।

India-Canada
ଭାରତ ସହ ଆମେରିକା ଖେଳୁଛି ଡବଲ୍ ଗେମ୍, ନିଜ୍ଜର ହତ୍ୟାକାଣ୍ଡ ସମ୍ପର୍କରେ କାନାଡାକୁ ଦେଇଥିଲା ଗୁପ୍ତ ତଥ୍ୟ !

ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ କୁହାଯାଇଛି ଯେ ହତ୍ୟା ପରେ ଆମେରିକା ଗୁପ୍ତଚର ଏଜେନ୍ସି କାନାଡ ସରକାରଙ୍କୁ ଏହି ସମ୍ବନ୍ଧୀୟ ସୂଚନା ଦେଇଥିଲେ। ତେବେ ଆମେରିକା କେଉଁ ପ୍ରକାର ସୂଚନା କାନାଡାକୁ ଦେଇଛି ତାହା ପ୍ରକାଶ କରାଯାଇନାହିଁ ।

Nagpur flooded
ନିଦ ଉଡ଼ାଇଲା ରାତାରାତି ବନ୍ୟା; ଉବୁଟୁବୁ ହେଉଛି ନାଗପୁର ସହର

ସହରୀ ବନ୍ୟାରେ ବେହାଲ୍ ନାଗପୁର । ମହାରାଷ୍ଟ୍ରର ଏହି ବଡ଼ ସହରରେ ରାତାରାତି ଉବୁଟୁବୁ ସ୍ଥିତି । ରାସ୍ତାରେ ନଈ ଭଳି ପ୍ରଖର ସୁଅ... ଯାନବାହନ ବଦଳରେ ଚାଲିଛି ବୋଟ୍ । ଆଉ କାର୍ ଓ ବସ୍ ଆଦିର ଅବସ୍ଥା କହିଲେ ନସରେ । ଗାଡ଼ି କଥା ଛାଡ଼ନ୍ତୁ, ଘରଦ୍ୱାର, ଦୋକାନ ବଜାର ବି ପାଣିରେ ବୁଡ଼ିଛି । ଜୀବନ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ସଂଘର୍ଷ ।

  • Saturday, 23 September 2023
Youth Death
ମୃତ୍ୟୁ ଏମିତି ବି ଆସେ ! ଗଣେଶ ପୂଜା ପେଣ୍ଡାଲରେ ନାଚୁ ନାଚୁ ଟଳିପଡିଲେ ଯୁବକ

ମୃତ୍ୟୁ ଏମିତି ବି ଆଶେ ବୋଲି ଆପଣ ନଦେଖିଲେ ବିଶ୍ୱାସ କରିପାରିବେନି ।

ISRO
ଜାନୁ‍ଆରୀରେ ଇସ୍ରୋ ଲଞ୍ଚ କରିବ ’BIKINI’ ମିଶନ

PSLV ରକେଟ ବିକିନି ମହାକାଶଯାନକୁ ନେଇ ପୃଥିବୀ ପୃଷ୍ଠର ୫୦୦ କିଲୋମିଟର ଉପରେ ନେଇ ଛାଡ଼ିବ। ସେଠାରୁ ଏହା ପୁଣି ପୃଥିବୀପୃଷ୍ଠକୁ ଫେରିବ। ଏହି ସମୟ ମଧ୍ୟରେ ଏହାର ରି-ଏଣ୍ଟ୍ରିକୁ ନେଇ ଅନେକ ଅନୁସନ୍ଧାନ କରାଯିବ।

Cricket Stadium
କ୍ରିକେଟ୍‌ ଷ୍ଟାଡିୟମରେ ମହାଦେବଙ୍କ ଝଲକ; ବେଲପତ୍ର ଷ୍ଟାଇଲ୍‌ରେ ପ୍ରବେଶ ପଥ ଓ ତ୍ରିଶୁଳ ଆକାରରେ ଫ୍ଲଡ୍‌ ଲାଇଟ୍‌

ଶିବଙ୍କ ନଗରୀରେ ହେବ କ୍ରିକେଟ ଷ୍ଟାଡିୟମ । ଷ୍ଟାଡିୟମରେ ରହିବ ମହାଦେବଙ୍କ ଝଲକ । ବେଲପତ୍ର ଆକାରରେ ରହିବ ପ୍ରବେଶ ପଥ । ତ୍ରିଶୁଳ ଆକୃତିରେ ଫ୍ଲଡ୍ ଲାଇଟ ଜଳିବ ।

Kiwi cultivation started by farmers in J&K’s Udhampur on an experimental basis
କିମିଆ କରିବ କାଶ୍ମୀର କିୱି: ସାରା ଦେଶରେ ଛାଇ ଯିବ ଏହି ସୁସ୍ୱାଦୁ ବିଦେଶୀ ଫଳ...

ଭାରତରେ ଉତ୍ପାଦନ ହେବ, ଆଉ ସାରା ଦେଶରେ ଛାଇ ଯିବ ଏହି ସୁସ୍ୱାଦୁ ବିଦେଶୀ ଫଳ । ଏଭଳି ଆଶା ସୃଷ୍ଟି ହୋଇଛି ଭାରତର ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରରେ କିୱି ଫଳ ଚାଷ ସଫଳ ହୋଇଛି।

  • Saturday, 23 September 2023
India tells Pakistan to first clear up its own human rights records before pointing fingers
କଡ଼ା ଶବ୍ଦରେ ପାକିସ୍ତାନକୁ ଶୁଣାଇଲା ଭାରତ- ‘ଆତଙ୍କବାଦ ବନ୍ଦ କର, ଅଧିକୃତ କାଶ୍ମୀର ଖାଲି କର’

ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନକୁ ଭାରତ କଡ଼ା ଜବାବ ଦେଇଛି। ସୀମାପାର ଆତଙ୍କବାଦ ବନ୍ଦ କରିବା ସହ ଭାରତର ଅଧିକୃତ ଅଞ୍ଚଳକୁ ଖାଲି କରିବାକୁ ଇସଲାମାବାଦକୁ କହିଛି ଭାରତ।

  • Saturday, 23 September 2023
ISRO waits for recharge of batteries in Pragyan rover and Vikram lander
ନିଦରୁ ଉଠୁ ନାହାନ୍ତି ବିକ୍ରମ ଓ ପ୍ରଜ୍ଞାନ, ଯୋଗାଯୋଗ ଲାଗି ଇସ୍ରୋର ଉଦ୍ୟମ...

ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନକୁ ନିଦରୁ ଉଠାଇବାକୁ ଚେଷ୍ଟା କରୁଛି ଇସ୍ରୋ। ଚନ୍ଦ୍ର ପୃଷ୍ଠରେ ଉଭୟଙ୍କ ନିଦ ଭାଙ୍ଗିଲାଣି କି ନାହିଁ ଜାଣିବାକୁ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ ଲାଗି ଉଦ୍ୟମ ହୋଇଛି।

Due to incessant rainfall water logging situation in nagpur
ପାଣିରୁ ବାହାରିବା ପାଇଁ ଦଉଡ଼ି ସାହା ଭରସା...କେତେବେଳେ କ’ଣ ଘଟିବ କହିବା ମୁସ୍କିଲ୍‌

ବୁଡ଼ିଲା, ବୁଡ଼େଇଲା...ବର୍ଷାରେ ବୁଡ଼ିଲା ଅଧା ସହର। ପାଣିରୁ ବାହାରିବା ପାଇଁ ଦଉଡ଼ି ସହାୟତାରେ ଏପଟରୁ ସେପଟେ ଯା’ଆସ କରୁଛନ୍ତି ଲୋକେ।

India-Canada relation deteriorates further after Canada PM Justin Trudeau’s remark on Indian govt
ଖଲିସ୍ତାନୀ ଆତଙ୍କବାଦୀ ହତ୍ୟାକାଣ୍ଡ ମାମଲା: ପୁଣି ଭାରତ ଉପରକୁ ଦୋଷ ଠେଲିଲେ କାନାଡା ପିଏମ୍

କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ପୁଣି ଭାରତକୁ ଘେରିଛନ୍ତି।

  • Saturday, 23 September 2023