• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Terrorist attack
ସୀମାନ୍ତରେ ପୁଣି ଗୁଳିବର୍ଷା; ୨ ଆତଙ୍କୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ

ଜମ୍ମୁ କଶ୍ମୀରର ବାନ୍ଦିପୋରାର ଶୋକବାବା ଜଙ୍ଗଲରେ ସୁରକ୍ଷାବଳ-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୨ ଆତଙ୍କୀ ନିପାତ ହେଲେ

mosdi
କରୋନାକୁ ନେଇ ଭୟଭୀତ ନ ହେବାକୁ ମୋଦିଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପଜିଟିଭ୍ ରିପୋର୍ଟ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସମୀକ୍ଷା କରିଛନ୍ତି। ସଂକ୍ରମଣ ମୁକାବିଲା ନେଇ ବିଭାଗୀୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ସହ ଏନେଇ ସମୀକ୍ଷା କରିଛନ୍ତି। ବିମାନବନ୍ଦରରେ ସ୍କ୍ରିନିଂ କରିବାକୁ ଜୋର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରିଛନ୍ତି। ଏହାଛଡ଼ା କରୋନାକୁ ନେଇ ଭୟଭୀତ ନ ହୋଇ ନିଜେ ନିଜର ସୁରକ୍ଷା ପାଇଁ ଯତ୍ନବାନ ହେବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି। There is […]

  • Saturday, 24 July 2021
nirb
ବାରମ୍ବାର ତାରିଖ ମିଳିବାରୁ ନିରାଶ ନିର୍ଭୟାଙ୍କ ମାଆ: କହିଲେ, ଭାରତୀୟ ବ୍ୟବସ୍ଥାର ବିଫଳତା ସାରା ବିଶ୍ୱ ଦେଖୁଛି

ନୂଆଦିଲ୍ଲୀ: ନିର୍ଭୟା ଗଣବଳତ୍କାର ଓ ହତ୍ୟାର ୪ ଦୋଷୀଙ୍କୁ ଆସନ୍ତାକାଲି ହେବନି ଫାଶୀ ହେବନି। ଏଥିପାଇଁ ପୁଣି ଆଉ ଗୋଟିଏ ତାରିଖକୁ ଅପେକ୍ଷା କରିବାକୁ ପଡିବ ନିର୍ଭୟା ମାଆଙ୍କୁ। ଆଜି ଦିଲ୍ଲୀ ପଟିଆଲା କୋର୍ଟ ଆଜି ଏପରି ରାୟ ଦେଇଛନ୍ତି। ଆଗାମୀ ନିର୍ଦ୍ଦେଶ ଯାଏ ଏହି ଫାଶୀ ହୋଇପାରିବନି ବୋଲି କୋର୍ଟ କହିଛନ୍ତି। ଝିଅର ହତ୍ୟାକାରୀଙ୍କୁ ଦଣ୍ଡ ଦେବାକୁ ନିର୍ଭାୟା ମାଙ୍କୁ ବାରମ୍ବାର ତାରିଖ ମିଳୁଥିବାରୁ ସେ ଖୁବ୍‌ ନିରାଶ। ଭାରତ ନ୍ୟାୟ ବ୍ୟବସ୍ଥା ଉପରେ କ୍ଷୋଭ […]

  • Saturday, 24 July 2021
teu
ସୋଶାଲ୍‌ ମିଡିଆରୁ ବିଦାୟ ନେବେ ମୋଦି ! ଟ୍ୱିଟ୍‌ କରି ଦେଲେ ଏମିତି ସୂଚନା

ନୂଆଦିଲ୍ଲୀ: ସୋଶାଲ ମିଡିଆ କଥା ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ଆପେ ଆସିଯାଏ। ଭାରତରେ ସୋଶାଲ ମିଡିଆ ବ୍ୟାପକ ହେବା ପରେ ହିଁ ସେ ସରକାରକୁ ଆସିଛନ୍ତି। ସବୁବେଳେ ଡିଜିଟାଲ୍‌ ଇଣ୍ଡିଆର ନାରା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି ଲୋକମାନଙ୍କୁ ସୋଶାଲ୍‌ ମିଡିଆ ବ୍ୟବହାର କରିବାକୁ କିମ୍ବା ଫଟୋ ଅପ୍‌ଲୋଡ୍‌ କରିବାକୁ ମଧ୍ୟ କୁହନ୍ତି। ତେବେ ସେ ଯଦି ନିଜେ ସୋଶାଲ ମିଡିଆରୁ ବିଶ୍ରାମ ନେବା କଥା କହିବେ ତେବେ ଆପଣଙ୍କୁ କେମିତି ଲାଗିବ ? ଆମେ […]

  • Saturday, 24 July 2021
Corona-virus-in-Europe-Iran-South-Korea-fifth-death-in.img
ଦେଶକୁ ଦେଶ ଡେଉଁଛି କରୋନା: ଇରାନରେ ମୃତ୍ୟୁ ସଂଖ୍ୟା ୬୬ ଟପିଲା

ତେହରାନ:  ଦେଶକୁ ଦେଶ ଡେଇଁବାରେ ଲାଗିଛି ପ୍ରାଣଘାତୀ କରୋନା ଭୂତାଣୁ। ଚାଇନା ପରେ ଏବେ ଇରାନରେ କାୟାବିସ୍ତାର କରିଚାଲିଛି କରୋନା ଭାଇରସ। ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇ ଇରାନରେ ଏଯାଏ ୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦୧ ଜଣ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ସୂଚନା ଇରାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର ଦେଇଛନ୍ତି। ଚାଇନା ବାହାରେ କରୋନା ଭାଇରସ ଇରାନରେ ହିଁ ସବୁଠାରୁ ଅଧିକ ଜୀବନ ନେଇ ସାରିଲାଣି। ଫେବୃଆରୀ ୧୯ରେ ପ୍ରଥମେ […]

  • Saturday, 24 July 2021
hikds
ଆସନ୍ତାକାଲି ନିର୍ଭୟା ଦୋଷୀଙ୍କୁ ଫାଶୀ ହେବନି; ଏଥିପାଇଁ ଆଉ ଗୋଟେ ତାରିଖକୁ ଅପେକ୍ଷା

ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା ଫାଶୀ ନିର୍ଭାୟ ଦୋଷୀଙ୍କ ଫାଶୀ ତାରିଖ। ମଙ୍ଗଳବାର ନିର୍ଭୟା ଜଘନ୍ୟ ଗଣଦୁଷ୍କର୍ମର ଦୋଷୀଙ୍କୁ ଫାଶୀ ହେବ ନାହିଁ। ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ। ଡେଥ୍ ଓ୍ୱାରେଣ୍ଟ ଉପରେ କୋର୍ଟ ରୋକ ଲଗାଇଛନ୍ତି।ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶି ଦିଆଯାଇ ପାରିବ ନାହିଁ ବୋଲି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ବା ମାର୍ଚ୍ଚ ୩ ତାରିଖରେ ଫାଶୀ ହେବ ବୋଲି ନିଶ୍ଚିତ ହୋଇସାରିଥିଲା। ୪ ଦୋଷୀ ଅକ୍ଷୟ […]

  • Saturday, 24 July 2021
Ivanka
ନିଜ ଫଟୋର ମିମ୍‌ସ ଭାଇରାଲ୍‌କୁ ନେଇ ଏମିତି ଟ୍ୱିଟ୍‌ କଲେ ଟ୍ରମ୍ପଙ୍କ ଝିଅ ଇଭାଙ୍କା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସପରିବାର ଭାରତ ଗସ୍ତ ସାରି ସ୍ୱଦେଶ ଫେରିବାର ବେଶ କିଛି ଦିନ ବିତିଗଲାଣି। କିନ୍ତୁ ତାଙ୍କ ଝିଅ ଏବଂ ଟ୍ରମ୍ପ ଏବେବି ଭାରତର ସୋଶାଲ ମିଡିଆରେ ଚର୍ଚ୍ଚାରେ। ଆଜି ଏକ ଫଟୋଶପଡ୍‌ ମିମ୍‌ ସହ ପଞ୍ଜାବୀ ଗାୟକ- ଅଭିନେତା ଦିଲଜିତ୍‌ ଏଭଳି ଏକ ଟ୍ୱିଟ୍‌ କରିବା ପରେ ଖୋଦ୍‌ ଇଭାଙ୍କା ଏହାର ଉତ୍ତର ରଖିଛନ୍ତି। ତାଜ୍‌ ବୁଲାଇବା ପାଇଁ ସେ ଦିଲ୍‌ଜିତ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। Thank you for taking […]

  • Saturday, 24 July 2021
cd
କରୋନା ଭୟରେ ଚିକେନ୍ ୩୦

ଗୋରଖପୁର: କରୋନା ଭାଇରସ୍‌ର ଭୟାବହତା ଭାରତରେ ନ ପହଞ୍ଚିଥିଲେ ମଧ୍ୟ ଏହାକୁ ନେଇ ଗୁଜବ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚିକେନ୍‌ପ୍ରେମୀମାନଙ୍କୁ ଏହା ବେଶ୍‌ ସୁବିଧା ଯୋଗାଇଛି। ଗୋରଖପୁରରେ ଏବେ ଚିକେନ୍‌ ଆଇଟମ୍‌ ସବୁଚ ମାତ୍ର ୩୦ ଟଙ୍କାରେ ମିଳୁଛି। ଶନିବାର ସ୍ଥାନୀୟ କୁକୁଡ଼ା ଫାର୍ମ ଆସୋସିଏସନ୍‌ ପକ୍ଷରୁ ଜନସଚେତନତା ପାଇଁ ଏବଂ ଗୁଜବ ବାବଦରେ ଲୋକଙ୍କୁ ବୁଝାଇବା ପାଇଁ ଚିକେନ୍‌ ମେଳା ଆୟୋଜନ କରାଯାଇଥିଲା। ଏଠାରେ କମ୍‌ ଦରରେ ବିଭିନ୍ନ ଚିକେନ୍‌ ଆଇଟମ୍‌ ମିଳୁଥିଲା। ଏହି […]

  • Saturday, 24 July 2021
nitish
ନିର୍ବାଚନରେ ନୀତୀଶଙ୍କ ଟାର୍ଗେଟ୍ ୨୦୦ ଆସନ

ପାଟନା: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନ୍‌ଡିଏ ପାଇଁ ଟାର୍ଗେଟ୍‌ ନିର୍ଦ୍ଧାରଣ କରିଛନ୍ତି। ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲୟାନ୍ସ ବା ଏନ୍‌ଡିଏ ମେଣ୍ଟ ୨୦୦ ଆସନରେ ଜିତିବା ସେମାନେ ନିଶ୍ଚିତ କରନ୍ତୁ। ସୂଚନାଯୋଗ୍ୟ ଯେ, ବିହାରରେ ମୋଟ ୨୪୩ ବିଧାନସଭା ଆସନ ରହିଛି। ଏମଧ୍ୟରୁ ଜେଡିୟୁ ଏବଂ ବିଜେପିର ଯଥାକ୍ରମେ ୭୦ ଏବଂ ୫୪ ଜଣ ସଦସ୍ୟ ଅଛନ୍ତି। ଅର୍ଥାତ ଏନ୍‌ଡିଏର ମୋଟ ୧୨୪ ଜଣ […]

  • Saturday, 24 July 2021
iu
ସାମ୍ପ୍ରଦାୟିକତାର କାଳକୁଟ ବିଷର ଜ୍ୱାଳାରେ ଜଳିଯାଇଥିବା ଗଛର ଅବଶେଷରୁ ଏବେ କଅଁଳୁଛି ଅମୃତର ଶାଖା

ନୂଆଦିଲ୍ଲୀ: ଏଯାବତ୍ ୪୫ ଜଣଙ୍କ ଜୀବନ ନେଲାଣି ଦିଲ୍ଲୀ ହିଂସା  ଖାଲି ଜୀବନ ନୁହେଁ, ଅନେକଙ୍କ ଘର ଜଳିଛି, ଆସବାବପତ୍ର ଓ ଗାଡ଼ି ମୋଟର ନଷ୍ଟ ହୋଇଛି। ବହୁ ସଂପର୍କରେ ବି ଫାଟ ଆସିଛି।  କିନ୍ତୁ ଏଭଳି ଘୃଣା ଓ ଆତଙ୍କ ଭିତରେ ବି ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଛନ୍ତି ଅନେକ। ବହୁ ଦିଲ୍ଲୀ ବାସୀ ମାନବିକତାର ଧର୍ମ ପାଳିବାକୁ ଯାଇ, ନିଜ ଘର କବାଟ ଖୋଲି ଦେଇଛନ୍ତି ହିଂସା ବିପନ୍ନ ବନ୍ଧୁ ଓ ପଡ଼ୋଶୀଙ୍କ […]

  • Saturday, 24 July 2021
delhidfdfs
ଦିଲ୍ଲୀ ଦଙ୍ଗା: ସେନା କର୍ମଚାରୀଙ୍କ ଘର ପୋଡ଼ି ଦେଇଛନ୍ତି ଦଙ୍ଗାକାରୀ

ନୂଆଦିଲ୍ଲୀ: ଦଙ୍ଗାକାରୀଙ୍କ କବଳରୁ ବର୍ତ୍ତି ପାରିନାହାନ୍ତି ସେନା କର୍ମଚାରୀଙ୍କ ପରିବାର। ଦିଲ୍ଲୀ ଚାନ୍ଦବାଗ୍‌ରେ ଥିବା ବିଏସ୍ଏଫ୍ ଯବାନ ମହମ୍ମଦ ଅନୀଜଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଦୁବୃର୍ତ୍ତ। ଅନୀଜଙ୍କ ଘର ପୋଡ଼ି ଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ତେବେ ସୌଭାଗ୍ୟବଶତଃ ପରିବାରର ସମସ୍ତ ବ୍ୟକ୍ତି ସୁରକ୍ଷିତ ଅଛନ୍ତି। ଦଙ୍ଗାକରୀଙ୍କ ଆକ୍ରେ।ସରୁ ଏବେ ପରିସ୍ଥିତି ଶାନ୍ତ ହେବା ପରେ ନିଜ ଘରକୁ ଫେରିଛନ୍ତି ଅନୀଜଙ୍କ ପରିବାର।

  • Saturday, 24 July 2021
‘ତେଲିଆ ମୁଣ୍ଡରେ ତେଲ’ବାଟମାରଣା ହେଉଛି ସରକାରୀ ବ୍ୟବସ୍ଥା

ସରକାର ଗରିବ ହିତାଧିକାରୀଙ୍କ ନିମନ୍ତେ ଘରଟେ ପାଇଁ ବିଜୁ ପକ୍କାଘର ଠୁ ଆରମ୍ଭ କରି ବିଭିନ୍ନ ଯେ।ଜନା ମାନ ପ୍ରଣୟନ କରୁଛନ୍ତି ସତ କିନ୍ତୁ ଗାଁ ଗହଳିରେ ତାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଯେ।ଜନଠୁ ଯେ।ଜନ ଦୂରରେ ପ୍ରକୃତ ହିତାଧିକାରୀ। ଯେଉଁମାନେ ଯେ।ଗ୍ୟ ହିତାଧିକାରୀ ସେମାନେ ସରକାରଙ୍କ ବିଭିନ୍ନ ଯେ।ଜନାଠାରୁ ବଞ୍ଚିତ ରହୁଛନ୍ତି କିନ୍ତୁ ଅଯେ।ଗ୍ୟ ହିତାଧିକାରୀଙ୍କୁ ସମସ୍ତ ସୁବିଧା ମିଳିପାରୁଛି। ‘ତେଲିଆ ମୁଣ୍ଡରେ ତେଲ’ବଡବଡିଆଙ୍କୁ ଆବାସ ଯୋଜନାରେ ଘର ମିଳିଥିବାବେଳେ ଗରିବ କିନ୍ତୁ ଏଥିରୁ […]

  • Saturday, 24 July 2021
s
କରୋନା ଭାଇରସ୍‌ କବଳରେ ସାରା ବିଶ୍ୱ; ଚୀନ୍‌ ପଡ଼ୋଶୀ ରାଷ୍ଟ୍ରର ସ୍ଥିତି ସଙ୍ଗୀନ

ନୂଆଦିଲ୍ଲୀ: ଦିନକୁ ଦିନ ଅଧିକ ଭୟଙ୍କର ରୂପ ନେଉଛି କରୋନା ଭୂତାଣୁ। ଦକ୍ଷିଣ କୋରିଆ ସମେତ  ଇଟାଲୀ, ସ୍ପେନ୍, ଜର୍ମାନୀରେ ସ୍ଥିତି ଅଧିକ ଉଦବେଗଜନର ରହିଛି। ବିଭିନ୍ନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ର ଭୟାବହତାକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ କରାଯାଇଛି। ମୃତ୍ୟୁର ଖେଳ ଖେଳୁଛି ମାରାତ୍ମକ କରୋନା ଭାଇରାସ। ଚୀନ୍ ପରେ ଏହି ଘାତକ ଭୂତାଣୁ ସବୁଠୁ ଅଧିକ ଆତଙ୍କ ଖେଳାଇଛି ଚୀନର ପଡ଼ୋଶୀ ରାଷ୍ଟ୍ର […]

  • Saturday, 24 July 2021
akshya
କେବେ ହେବ ଫାଶୀ: ପୁଣିଥରେ ରାଜକ୍ଷମା ଆବେଦନ କଲା ନିର୍ଭୟା ଦୋଷୀ ଅକ୍ଷୟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ଅକ୍ଷୟ ପୁଣି ଥରେ ଚାଲାକ୍ କରି ରାଜକ୍ଷମା ଆବେଦନ କରିଛି। ଏହା ପୂର୍ବରୁ ତାର ରାଜକ୍ଷମା ଖାରଜ କରିଥିଲେ ମହାମହିମ ରାଷ୍ଟ୍ରପତି। ତେବେ ରାଜକ୍ଷମା ଆବେଦନ ବେଳେ ସମ୍ପୂର୍ଣ୍ଣ ତଥ୍ୟ ଦିଆ ଯାଇନଥିବା ଅଭିଯୋଗ ହୋଇଛି। ସେହିପରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନିର୍ଭୟାର ଅନ୍ୟ ଏକ ଦୋଷୀ ପବନ ଗୁପ୍ତା। ସେ  କ୍ୟୁରେଟିଭ୍ ପିଟିସନ୍ ପାଇଁ ଆବେଦନ କରିଛନ୍ତି। ମାର୍ଚ୍ଚ ୩ରେ ମାମଲାରେ ସମସ୍ତ ୪ ଦୋଷୀଙ୍କୁ […]

  • Saturday, 24 July 2021
pulwama
ପୁଲଓ୍ୱାମା ଆକ୍ରମଣରେ ଜଣଙ୍କୁ ଗିରଫ କଲା ଏନ୍‌ଆଇଏ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା NIAକୁ ବଡ଼ ସଫଳତା। ପୁଲଓ୍ୱାମା ଆକ୍ରମଣରେ ଜଣଙ୍କୁ ଗିରଫ କରିଛି NIA।  ପୁଲ୍ଓ୍ୱାମା ଆକ୍ରମଣରେ ସଂପୃକ୍ତି ଅଭିଯୋଗରେ ଆତଙ୍କୀ ସଂଗଠନ ଜୈସ୍-ଇ-ମହମ୍ମଦର ସଦସ୍ୟ ସାକିର ବସିର ମାଗ୍ରେକୁ ଗିରଫ କରାଯାଇଛି। ଆତ୍ମଘାତୀ ବିସ୍ଫୋରଣକାରୀ ଆଦିଲ ଅହମ୍ମଦ ଓ ପାକ୍ ଆତଙ୍କବାଦୀ ମହମ୍ମଦ ଉମରକୁ ବସିର ଘରେ ଆଶ୍ରୟ ଦେଇଥିବା କୁହାଯାଉଛି। ୨୦୧୮ ଶେଷ ଆଡୁ ଆକ୍ରମଣ ହେବା ଯାଏ ଉଭୟଙ୍କୁ ଘରେ ରଖିବା ସହ ଆଇଇଡି ପ୍ରସ୍ତୁତ ପାଇଁ ମଧ୍ୟ ସହାୟତା […]

  • Saturday, 24 July 2021
delhiy
କହ୍ନେୟା କୁମାରଙ୍କ ନାମରେ ଚାଲିବ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ଶୁକ୍ରବାର ପୂର୍ବତନ ଜେଏନ୍‌ୟୁ ସଭାପତି ତଥା ସିପିଆଇଏମ୍‌ ନେତା କହ୍ନେୟା କୁମାରଙ୍କ ନାମରେ ଚାଲିବ ଦେଶଦ୍ରୋହ ମାମଲା। କହ୍ନେୟାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚଳାଇବାକୁ ଦିଲ୍ଲୀ ପୋଲିସକୁ କେଜ୍ରିଓ୍ୱାଲ୍ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗତ ଲୋକସଭା ନିର୍ବାଚନରେ କହ୍ନେୟା ସିପିଆଇ ଟିକେଟ୍‌ରୁ ଲଢ଼ିଥିଲେ। କହ୍ନେୟା ଏବଂ ଜେଏନ୍‌ୟୁ ଛାତ୍ର ସଂଘର ଅନ୍ୟ ପୂର୍ବତନ ସଦସ୍ୟଙ୍କ ନାମରେ ଆସିଥିବା ଅଭିଯୋଗ ଅନୁଯାୟୀ, ସେମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏଥିରେ ଅଭିଯୁକ୍ତ ଅନ୍ୟମାନେ ହେଉଛନ୍ତି ଉମର […]

  • Saturday, 24 July 2021