ଚୀନର ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି। ଶ୍ବାସ ଜନିତ ଯେକୌଣସି ରୋଗର କାବିଲା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଭୂତାଣୁ ବାବଦରେ ଅପଡେଟ୍ ଦେବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-WHOକୁ ଅନୁରୋଧ କରାଯାଇଥିବା ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଏଥିସହ ସ୍ପଷ୍ଟ କରାଯାଇଛି ଯେ, ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ସର୍ଭେଲାନ୍ସ ଜାରି ରହିଛି।
ଏମ୍ସ ସମେତ ଦେଶର ସମସ୍ତ ମେଡିକାଲ କଲେଜର ପ୍ରିନ୍ସିପାଲ, କେନ୍ଦ୍ର ସରକାରଙ୍କ ହସ୍ପିଟାଲ ଗୁଡ଼ିକର ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ସ୍ୱାସ୍ଥ୍ୟ ସେବାର ଡିରେକ୍ଟର ଜେନେରାଲଙ୍କ ନିର୍ଦ୍ଦେଶ ।
OTT ପ୍ଲାଟଫର୍ମରେ ତମାଖୁ ବିର୍ଜନ ଚେତାବନୀ ପାଇଁ ନୂତନ ନିୟମାବଳୀ ଜାରି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ନିୟମାବଳୀ ଜାରି ହୋଇଛି ।
AIIMSରେ ସୃଷ୍ଟି ହୋଇଥିବା ପଦବୀ ପୂରଣ ପାଇଁ ଏକ କମିଟି ଗଠନ କରାଯାଇଛି । ଯେଉଁଥିରେ ନୀତି ଆୟୋଗ କମିଟିର ସଦସ୍ୟ ଡଃ. ବି.କେ ପାଲ୍, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାର ଅତିରିକ୍ତ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଏବଂ ଦିଲ୍ଲୀ AIIMSର ନିର୍ଦ୍ଦେଶକ ସାମିଲ ହେବେ ।
ବିଭିନ୍ନ ରାଜ୍ୟରେ ପୁଣି କୋଭିଡ କେସ୍ ବଢୁଥିବାରୁ କେନ୍ଦ୍ର ସରକାର ଏନେଇ ତତ୍ପର ରହିଛନ୍ତି । ମୁକାବିଲାର ୫ ସୂତ୍ରୀ ଗାଇଡଲାଇନ୍ ପାଳନ କରିବାକୁ ଓ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି ।
ଆଗକୁ କୋଭିଡ୍ ବିରୋଧୀ ୫ ସୂତ୍ରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟ୍ ଓ ଟୀକାକରଣ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।
ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ମନସୁଖ ମାଣ୍ଡଭିୟା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ କିଛି ପରିବର୍ତ୍ତନ କରିଛନ୍ତି । ମନ୍ତ୍ରଣାଳୟର ପ୍ରତ୍ୟେକ ମହଲାରେ ଏକ ବକ୍ସ ଲଗାଯାଇଛି । କାଠରେ ତିଆରି ଏହି ବାକ୍ସରେ ଲେଖାଯାଇଛି ଆଇଡିଆ ବକ୍ସ ।