ଗୃହ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏମିତି କୌଣସି ଦିନ ନାହିଁ ଯେବେ ସଠିକ୍ ଭାବରେ ଗୃହ ଚାଲିପାରୁଛି ଏବଂ ବିରୋଧୀମାନେ ହଙ୍ଗାମା କରୁନାହାନ୍ତି। ତେବେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ର ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ଲୋକସଭାରେ ପାରିତ ହୋଇସାରିଛି। ଶୁକ୍ରବାର ଦିନ ଉଭୟ ଘରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା। କିନ୍ତୁ ଉତ୍ତେଜନା ମଧ୍ୟରେ ଲୋକସଭାରେ ଦୁଇଟି ବିଲ୍ ପାରିତ ହୋଇଥିଲା। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ପାଇଁ ଗୃହକୁ ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖା ଯାଇଥିଲା।
ଏପଟେ ଟୋକିଓରେ ଦେଶପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି ଦେଶର ଯୁବ କ୍ରୀଡ଼ାବିତ୍ ୱେଟ୍ ଲିଫଟର ମୀରାବାଇ ଚାନୁ ଓ କୁସ୍ତିରେ ରୌପ୍ୟ ଜିତି ରବି କୁମାର ଦହିୟା ପ୍ରମାଣିତ କରିଦେଇଛନ୍ତି ଯେ ଭାରତୀୟ ଆଥଲେଟ୍ ଅନ୍ୟମାନଙ୍କଠୁ କୌଣସି ଗୁଣରେ କମ୍ ନୁହନ୍ତି । ଡବଲ ଅଲମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ, ବକ୍ସିଂ ଷ୍ଟାର ଲଭ୍ଲିନା ବୋରଗୋହେନ୍, ରେସଲର ବଜଗଙ୍ଗ ପୁନିଆ ବ୍ରୋଞ୍ଜ ଜିଣି ଭାରତୀୟ କ୍ରୀଡ଼ାକୁ ନୂଆ ଉଚ୍ଚତାକୁ ନେଇଥିବା ବେଳେ ୪୧ ବର୍ଷ ପରେ ହକି ପଦକ ଜିଣି ହୃତ ଗୌରବ ଫେରାଇ ଆଣିଛି ଭାରତୀୟ ପୁରୁଷ ହକି ଦଳ।
ସାରା ଦେଶରେ ଏବେ ବି କରୋନା ଭୟ ସମସ୍ତଙ୍କୁ ଘାରିଛି । କରୋନା ମୁକାବିଲା ପାଇଁ ସବୁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଏମିତିକି ବିଶେଷଜ୍ଞଙ୍କ କହିବାନୁଯାୟୀ, ତୃତୀୟ ଲହର ଆସିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ମାନେ ମଧ୍ୟ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛନ୍ତି ।
ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା, ବାୟୁସେନା, ଏସଡ଼ିଆର୍ଏଫ୍ ଓ ଏନଡ଼ିଆର୍ଏଫ୍ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୮୦୦ ଲୋକଙ୍କୁ ଉଦ୍ଧାର କରିଥିବା ନେଇ ସୂଚନା ମିଳିଛି। ଏଥିସହିତ ବାୟୁସେନାର ୩ଟି ହେଲିକପ୍ଟର, ଏସଡିଇଆରଏଫର ୨୯ଟି ଟିମ ନିୟାଜିତ ଅଛନ୍ତି। ତେବେ ବନ୍ୟାରେ ୮୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ନେଇ ସୂଚନା ମିଳିଛି।
ବିଜୟୱାଡ଼ାର ସବ୍-କଲେକ୍ଟର ସୂର୍ଯ୍ୟ ପ୍ରବୀଣ ଚାନ୍ଦଙ୍କୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଖୁବ୍ ଚର୍ଚ୍ଚା ଚାଲିଛି। କାରଣ ଦୀର୍ଘଦିନ ହେବ ଚାଷୀମାନେ ଲଗାତାର ଅଭିଯୋଗ କରିଆସୁଥିଲେ କି ୟୁରିଆ ଓ ଡ଼ିଏପି ସାରରେ ବ୍ୟାପକ ଅନିୟମିତତା ହେଉଛି। ଆଉ ଅଭିଯୋଗ ପରେ ପ୍ରକୃତ ଘଟଣା କଣ ସେ ସମ୍ପର୍କରେ ଜାଣିବା ଲାଗି ନିଜେ ଚାଷୀ ବେଶ ହୋଇ ଦୋକାନରେ ପହଞ୍ଚିଥିଲେ ସବ୍-କଲେକ୍ଚର।
ଭାରତର ସ୍ୱାଧୀନତା ଦିବସ ଏକ ଜାତୀୟ ଦିବସ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇଥିଲା । ଆଉ ତା’ପରେ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହେଲା ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ(ଡିୟୁ) ପଢିବା ପାଇଁ ଦୂର ଦୂରାନ୍ତରୁ ଛାତ୍ରମାନେ ଧାଇଁ ଆସନ୍ତି। ଏଥି ସହିତ, ଡିୟୁରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଏବଂ କର୍ମଚାରୀମାନେ ମଧ୍ୟ ଇଚ୍ଛା କରନ୍ତି ଯେ ସେମାନଙ୍କ ପିଲାମାନେ ଏଠାରେ ହିଁ ଅଧ୍ୟୟନ କରନ୍ତୁ। ଏଥିପାଇଁ ଡିୟୁରେ ୱାର୍ଡ କୋଟା ଅଛି । ଏବେ ୱାର୍ଡ କୋଟାରେ ଆଉଥିବା ସିଟ୍ଗୁଡିକ ୨୦୨୦-୨୧ ଅଧିବେଶନରେ ପୁଣି ବୃଦ୍ଧି କରାଯାଇଛି, ଯାହା ଏହି ଅଧିବେଶନରେ ଛାତ୍ରଛାତ୍ରୀଙ୍କୁ ଉପକୃତ କରିବ। ସ୍ନାତକୋତ୍ତର ପାଠ୍ୟକ୍ରମରେ ୱାର୍ଡ କୋଟା ଅଧୀନରେ ଆଡ୍ମିଶନ୍ କରିବାକୁ ଯାଉଥିବା ୪୦୦ ରୁ ୧୬ ଜଣ ଏହାର ଲାଭ ପାଇବେ।
ଆଉ ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ସୂଚନା ପରେ ସମଗ୍ର ମୁମ୍ବାଇ ପୋଲିସକୁ ସତର୍କ କରାଯାଇଥିଲା। ଏଟିଏସ୍ ଠାରୁ କ୍ରାଇମ୍ବ୍ରାଞ୍ଚ ଶାଖା ଏବଂ ପ୍ରତ୍ୟେକ ପୋଲିସ୍ ଷ୍ଟେସନ୍ ପର୍ଯ୍ୟନ୍ତ ପୋଲିସର ପ୍ରତ୍ୟେକ ୟୁନିଟ୍କୁ ସକ୍ରିୟ କରାଯାଇଥିଲା। ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା, ଏହା ଏକ ମିଥ୍ୟା କଲ ବୋଲି ଜଣାପଡିଥିଲା।
ବିହାରର ପାଟନାରେ ଫୁଲୱାରୀରେ ଏହି ଘଟଣା ଘଟିଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦ ଯେ, ଏତେ ଭୟଙ୍କର ହେବ ତାହାକୁ କେହି କେବେ ବିଶ୍ୱାସ କରିପାରିନଥିବେ। ପାଟନାର ଆଲାଭ କଲୋନୀରରେ ଏମାନେ ରହୁଥିଲେ। ତେବେ ପତ୍ନୀ ତାଙ୍କୁ ଛୁରୀରେ ଆକ୍ରମଣ କରି ତାଙ୍କ ବ୍ୟକ୍ତିଗତ ଅଙ୍ଗ କାଟି ଦେଇଥିଲେ। ଏହାପରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ପ୍ରବଳ କଷ୍ଟ ସାଙ୍ଗକୁ ରକ୍ତସ୍ରାବର ମାତ୍ରା ମଧ୍ୟ ବହୁ ଅଧିକ ରହିଥିଲା। ଆଉ ଏହି ସମୟରେ ସେ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ। କିନ୍ତୁ ନିଜର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେ ସେହି ସ୍ଥାନ ଛାଡ଼ି ପଳାଇଥିବା ଜଣାପଡ଼ିଛି।
ନଦୀ ପାଣି ହଠାତ୍ ବଢିଯିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଘଂଟାକୁ ଘଂଟା ନଦୀରେ ଜଳସ୍ତର ବଢୁଥିବାରୁ ଚିନ୍ତାରେ ପୂରା ଗାଁ ଲୋକେ। କେମିତି ନିଜର ଆସବାବପତ୍ରକୁ ସୁରକ୍ଷିତ ସ୍ଥାନକୁ ନେବେ ଓ କେମିତି ନିଜେ ସୁରକ୍ଷଇତ ରହିବେ ତାହା ଏବେ ଗୁରୁତ୍ୱପୂର୍ଣ୍ଣ ବିଷୟ।
ପ୍ରଧାନମନ୍ତ୍ର କିଷାନ୍ ସମ୍ମାନ ନିଧି ଯୋଜନା ଅନୁଯାୟୀ ପଞ୍ଜୀକୃତ କୃଷକ ପରିବାରକୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଯେଉଁଥିରେ କି ସମୁଦାୟ ପରିମାଣର ଅର୍ଥ କୃଷକମାନଙ୍କୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କାକୁ ତିନୋଟି କିସ୍ତିରେ ଦିଆଯାଉଛି | ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁଯାୟୀ, ଏହି ଟଙ୍କାକୁ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ।
ସେପଟେ, ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମୁଥିବା ଲକ୍ଷ୍ୟ କରାଯାଉଛି। ତଥାପି ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ତଳକୁ ଏଯାଏ ଖସି ନାହିଁ। ରାଜ୍ୟରେ ୨୪ ଘଣ୍ଟାରେ ୧,୨୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୭୧୮ ଜଣ ଥିବାବେଳେ ଲୋକାଲ କେସ୍ ୫୨୫ ଥିବା ଜଣାଯାଇଛି। ସେହିପରି ରାଜ୍ୟରେ ପୁଣି ୬୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।
ଆସାମର ଗୁଆହାଟି ଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ ମୋରିଗାଓଁର ଲାହରିଘାଟ ଗାଁର ବାସିନ୍ଦା ଅମିନୁଲ ଇସଲାମ । ଡ୍ରଗ୍ସ ନିଶାରେ ପାଗଳ । ସେ ଡ୍ରଗ୍ସ କାରବାରରେ ମଧ୍ୟ ଲିପ୍ତ ଥିଲେ । ଏଥିପାଇଁ ସ୍ତ୍ରୀ ରୁକମିନା ଓ ଅମିନୁଲଙ୍କ ମଧ୍ୟରେ କିଛି ମାସ ପୂର୍ବରୁ ପ୍ରବଳ ଝଗଡା ହୋଇଥିଲା । ଡ୍ରଗ୍ ଚୋରା କାରବାରରେ ଅମିନୁଲଙ୍କ ସମ୍ପୃକ୍ତି ଯୋଗୁଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ ବିମାନବନ୍ଦର)କୁ ବୋମା ପକେଇ ଉଡେଇଦେବାକୁ ଅଲ୍କାଏଦା ଧମକ ଦେଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ ଶନିବାର ସନ୍ଧ୍ୟାରେ ଅଲ୍କାଏଦା ନାମରେ ଏକ ଇମେଲ ପାଇଥିଲା, ଯେଉଁଥିରେ ଆସନ୍ତା କିଛି ଦିନ ମଧ୍ୟରେ ଆଇଜି ବିମାନ ବନ୍ଦରକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ଧମକ ମିଳିବା ମାତ୍ରେ ବିମାନବନ୍ଦରର ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି।
ଠକ ସାର ଦୋକାନୀକୁ ପାନେ ମିଳିଲା । ଦୁର୍ନୀତିଗ୍ରସ୍ତ ଦୋକାନୀଙ୍କ ଉପରେ ସରକାରୀ ଛାଟ । ଚାଷୀ ହୋଇଆସିଥିଲେ, ଚୋରି ଧରି ପକାଇଲେ ଆଇଏଏସ୍ । ସାର ଦୁର୍ନୀତି ସମ୍ପର୍କରେ ଖବର ପାଇ ବିଜୟୱାଡାର ସବ୍ କଲେକ୍ଟର ଉପଜିଲ୍ଲାପାଳ ସୂର୍ଯ୍ୟା ପରବୀନ ଚାନ୍ଦ ସାଧାରଣ ଚାଷୀ ବେଶରେ ସାର କିଣିବା ବାହାନାରେ ଦୋକାନରେ ପହଞ୍ଚିଥିଲେ
ସାମାଜିକ ବ୍ୟାଧୀ ପାଲଟିଛି ଜାତିଗତ ଭେଦଭାବ । ଏକବିଂଶ ଶତାଦ୍ଦୀରେ ମଧ୍ୟ ମଣିଷ ଅମାନବୀୟ ବ୍ୟବହାର କରୁଛି । ତାମିଲନାଡୁର କୋଏମ୍ବାଟୁରରେ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି
ବର୍ତ୍ତମାନ ଦେଶରେ ଦୈନିକ ୩୮ କିଲୋମିଟର ରାସ୍ତା ନିର୍ମାଣ କରାଯାଉ ଥିବାବେଳେ ପୂର୍ବରୁ ଦିନରେ ମାତ୍ର ଦୁଇ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା । 'ଭାରତମାଲା ପରିଯୋଜନା' ଅନ୍ତର୍ଗତ ଗୁଜୁରାଟରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ପ୍ରକଳ୍ପ କାମ ଚାଲିଛି । ଭିତ୍ତିଭୂମି ବିକାଶ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସମସ୍ୟାକୁ ତ୍ୱରାନ୍ୱିତ କରିବାକୁ ପୂର୍ବରୁ ରୂପାନିଙ୍କୁ କହିଥିଲେ କେନ୍ଦ୍ର ରାଜପଥ ଓ ସଡ଼କ ପରିବହନ ମନ୍ତ୍ରୀ
‘ମୁମ୍ବାଇର ୪ ସ୍ଥାନରେ ହେବ ବୋମା ମାଡ଼’ । ଏଭଳି ଏକ ଫୋନ୍ କଲ୍ ଆସିଥିଲା ମୁମ୍ବାଇ ପୋଲିସକୁ । ଆଉ ତାପରେ ଚାରିଆଡ଼େ ଖେଳିଯାଇଥିଲା ଆତଙ୍କ । ଗତକାଲି ରାତିରେ ଏଭଳି ଏକ ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା ।
ସ୍ମାର୍ଟଫୋନ୍ ଫୋନ୍ ଯୁଗରେ ନିସ୍ୱାର୍ଥପର ଭାବେ ଡାକେସବା ଜାରି ରଖିଛନ୍ତି । ଦୁର୍ଗମ ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ ପେନସନ୍ ପହଞ୍ଚାଇବା ପାଇଁ ପ୍ରତି ମାସ ରବିବାର କଲକ୍କଡ ମୁଣ୍ଡନଥୁରାଇ ଟାଇଗର ରିଜର୍ଭ ଜଙ୍ଗଲ ଦେଇ ବିପଦପୂର୍ଣ୍ଣ ଯାତ୍ରା କରନ୍ତି । ନଦୀ, ନାଳ ପାହାଡ଼ ପାର କରି ତାଙ୍କୁ ବୃଦ୍ଧାଙ୍କ ଗାଁରେ ପହଞ୍ଚିବାକୁ ପଡ଼େ । ଜଙ୍ଗଲରେ ଜୀବଜନ୍ତୁଙ୍କ ଭୟ ଥିଲେ ସୁଦ୍ଧା କେବେ ବି ସେ କର୍ତ୍ତବ୍ୟରେ ହେଳା କରିନାହାନ୍ତି ।
କାନରେ ଇୟରଫୋନ ଦେଇ କଥା ହେବା, ଗୀତ ଶୁଣିବା ଆଜିକାଲି ଯୁବପିଢିଙ୍କର ଭାରି ପସନ୍ଦ। ରାସ୍ତାରେ ଚାଲିବା ବେଳେ, ଗାଡି ଚଲାଇବା ବେଳେ ଅଧିକାଂଶ ଯୁବକଯୁବତୀଙ୍କ କାନରେ ଇୟରଫୋନ ଲାଗିଥିବା ଦେଖିବାକୁ ମିଳେ। ହେଲେ ସାବଧାନ...
ର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୫୦ କୋଟିରୁ ଅଧିକ ଡୋଜ୍ ଟିକାକରଣ କରାଯାଇଛି । ଆଉ ଏଥିମଧ୍ୟରୁ କେବଳ ଶୁକ୍ରବାର ଦିନ ୪୩. ୨୯ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଛି । ଏନେଇ ନିଜେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଭାରତର ନୂଆ ଆଇଟି ନିୟମକୁ ମାନି ନେଇଛି। ଏଥିସହିତ କମ୍ପାନୀ ଭାରତରେ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି ।
ଜୀବନସାଥୀର ଇଚ୍ଛା ବିରୁଦ୍ଧରେ ଯୌନ ସମ୍ପର୍କ ରଖିବା ବୈବାହିକ ଦୁଷ୍କର୍ମ ବୋଲି କହିଛନ୍ତି କେରଳ ହାଇକୋର୍ଟ । ଛାଡ଼ପତ୍ର ମଞ୍ଜୁର କରିବାକୁ ଫ୍ୟାମିଲି କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ସଂପୃକ୍ତ ବ୍ୟକ୍ତି । ତେବେ ତାଙ୍କର ବ୍ୟକ୍ତିଙ୍କ ଦୁଇଟି ଆବେଦନକୁ ଖାରଜ କରି ଏପରି ଟିପ୍ପଣୀ ଦେଇଛନ୍ତି ।
ଗ୍ୟାସ୍ କନେକ୍ସନ ପାଇଁ ଅନ୍ଲାଇନ୍ ସୁବିଧା ମଧ୍ୟ ଉପଲ୍ଲବ୍ଧ ରହିଛି। ଯଦି ପୂର୍ବରୁ ଆପଣ ଗ୍ୟାସ୍ କନେକ୍ସନ ନେଇ ସାରିଛନ୍ତି, ତା’ହେଲେ ଏହି ଆଧାରରେ ଆପଣ ଦ୍ୱିତୀୟ ଥର ପାଇଁ ମଧ୍ୟ ଗ୍ୟାସ୍ କନେକ୍ସନ ନେଇ ପାରିବେ।
ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି କ୍ରୀଡ଼ା କ୍ଷେତ୍ରରେ ୪୧ ବର୍ଷର ପଦକ ମରୁଡ଼ିକୁ ଶେଷ କରିଛି। ଦଳର ସଫଳତା ପାଇଁ, କେବଳ ଯେ ଖେଳାଳିମାନେ ଦିନରାତି ଏକାଠି କରିଥିଲେ ତାହା ନୁହେଁ, ସପୋର୍ଟ ଷ୍ଟାଫ୍ ମଧ୍ୟ ସେମାନଙ୍କ ସହ କଠିନ ପରିଶ୍ରମ କରିଥିଲେ। ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍ ଥିବାବେଳେ ଦଳକୁ ସହାୟତା ଏବଂ ସମର୍ଥନ କରିବାକୁ ୬ ଜଣ କର୍ମଚାରୀ ମଧ୍ୟ ରହିଥିଲେ।