• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଟିକା ପାଇଁ ଲଙ୍କାକାଣ୍ଡ

  • ପରଥମାଡ଼ ଯୋଗୁଁ ଅନେକ ଲୋକ ଆହତ

  • ଗାଁରେ ପୁଲିସ ମୁତୟନ

ସୀତାମଢ଼ି : ଟିକା ପାଇଁ ଲଙ୍କାକାଣ୍ଡ । ଦେଶରେ କରୋନା ବିରୋଧରେ ଜୋରସୋରରେ ଚାଲିଛି ଟିକାକରଣ ଅଭିଯାନ । ସମସ୍ତଙ୍କୁ ଠିକ୍ ସମୟରେ ଟିକା ନେବା ଉଚିତ୍ ବୋଲି କହୁଛନ୍ତି ସରକାର । କିନ୍ତୁ ଟିକାକରଣର ଏହି ରେସରେ କେତେକ ସ୍ଥାନରେ ହିଂସାତ୍ମକ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ଲୋକମାନେ ଆହତ ହୋଇଛନ୍ତି ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ସେମାନଙ୍କ ଜୀବନ ରକ୍ଷା କରି ଘଟଣାସ୍ଥଳ ଛାଡ଼ି ଚାଲି ଯାଇଛନ୍ତି । ବିହାରର ସୀତାମଢ଼ି ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ପ୍ରଥମେ କରୋନା ଟିକା ନେବା ପାଇଁ ଲଙ୍କାକାଣ୍ଡ ଘଟାଇଛନ୍ତି ।

ମଙ୍ଗଳବାର ଦିନ ସୀତାମଢ଼ି ଜିଲ୍ଲାର ଭାଟୋଲିଆ ଗାଁର ମଧ୍ୟମ ବିଦ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ପ୍ରଥମେ କରୋନା ଟିକା ନେବା ପାଇଁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯେଉଁଥିରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଝଗଡ଼ା ଏତେ ବଢ଼ି ଯାଇଥିଲା ପ୍ରାଣଭୟରେ ଘଟଣାସ୍ଥଳ ଛାଡ଼ି ଚାଲି ଯାଇଥିଲେ ସ୍ୱାସ୍ଥ୍ୟକର୍ମୀ । ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା । ତେବେ ଖବର ପାଇବା ମାତ୍ରେ ସୀତାମଢ଼ି ଜିଲ୍ଲାରେ ସଶସ୍ତ୍ର ପୋଲିସ୍ ବାହିନୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ବର୍ତ୍ତମାନ ସୁଦ୍ଧା ସ୍ଥିତି ନିୟନ୍ତ୍ରଣରେ ରହିଛି । ଗାଁରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ଗାଁରେ ପୋଲିସ ମୁତୟନ କରାଯାଇଛି । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି । ତେବେ କେହି ଗୁରୁତର ଆହତ ହୋଇଛନ୍ତି ଏବଂ କିଛି ଲୋକଙ୍କୁ ସାମାନ୍ୟ ଆଘାତ ଲାଗିଛି ।

ଏହି ଘଟଣା ସମ୍ପର୍କରେ ଥାନାଧ୍ୟକ୍ଷଙ୍କ ସୂଚନା ଅନୁସାରେ 'ପ୍ରଥମେ ଆମେ ଟିକା ନେବୁ’ କହି ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲ । ଏହା ପରେ କିଛି ଲୋକ ଧସ୍ତାଧସ୍ତି ଆରମ୍ଭ କରିଦେଇଥିଳେ, ଯେଉଁଥିରେ କିଛି ଲୋକ ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି । ବଖରୀ ଏବଂ ଭାଟୋଲିଆର ପଠାନ ଛକରେ ସଶସ୍ତ୍ର ପୋଲିସ୍ ବାହିନୀ ମୁତୟନ ‌ଅଛନ୍ତି ।

ତେବେ ଏହା ପ୍ରଥମ ଘଟଣା ନୁହେଁ ଏହାପୂର୍ବରୁ ମଧ୍ୟ ଦେଶର କେତେକ ସ୍ଥାନରେ ଏପରି ଘଟଣା ଦେଖିବାକୁ ମିଳିଛି । ​​ଯେଉଁଠି ଟିକା ପାଇଁ ମାଡ଼ ପିଟାପିଟି ଯାଏ କଥା ଯାଇଛି । ବର୍ତ୍ତମାନ ସୁଦ୍ଧା ପୋଲିସର ତତ୍ପରତା ହେତୁ ସୀତାମଢ଼ିରେ ସ୍ଥିତି ନିୟନ୍ତ୍ରଣରେ ଅଛି ।