• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍‌ରେ ଯାଉଥିଲେ

  • ହଠାତ ଧକ୍କା ଦେଲା ଅଟୋ

  • ଦୁର୍ଘଟଣା ନୁହେଁ, ଷଡଯନ୍ତ୍ରର ବାସ୍ନା ଆସିଲା

ଧନବାଦ୍‌: ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ଝାରଖଣ୍ଡ ରାଜ୍ୟ ଧାନବାଦର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କୁ ଉତ୍ତମ ଆନନ୍ଦଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଝାରଖଣ୍ଡ ହାଇକୋର୍ଟ ନିଜ ତରଫରୁ ସହରର ପୋଲିସ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛି।  ବିଚାରପତି ଉତ୍ତମ ଆନନ୍ଦଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।   ପୋଲିସ ଏହି ମାମଲାରେ ହତ୍ୟା ମାମଲା ରୁଜୁ କରି ଘଟଣାର ଯାଞ୍ଚ କରୁଛି।
 
ସୂଚନା ଅନୁଯାୟୀ, ଗତକାଲି ସକାଳୁ ବିଚାରପତି ଉତ୍ତମ ଆନନ୍ଦ ପ୍ରାତଃ ଭ୍ରମଣରେ ଯାଉଥିଲା ବେଳେ ତାଙ୍କୁ ପଛପଟୁ ଏକ ଅଟୋ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିବା ପରେ ଜଣେ ଲୋକ ତାଙ୍କୁ ମେଡିକାଲ ନେଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା  । ପ୍ରଥମେ ଏହା ଏକ ରାସ୍ତା ଦୁର୍ଘଟଣା ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ସିସିଟିଭି ଫୁଟେଜରେ ସେ ଲୋମଟାଙ୍କୁରା ଭିଡିଓ ଦେଖିବା ପରେ ଜାଣିଶୁଣି ଗାଡ଼ି ମଡାଇ ଜଜ୍‌ଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି  ।

ବିଚାରପତି ଉତ୍ତମ ଆନନ୍ଦ ଏକ ନିଛାଟିଆ ରାସ୍ତାରେ ସକାଳ ୫ଟାରେ ମର୍ଣ୍ଣିଂ ଓ୍ୱାକରେ ଯାଉଥିବା ବେଳେ ଅଟୋଟି ଅଚାନକ ମୋଡ ବଦଳାଇ ତାଙ୍କୁ ଧକ୍କା ଦେଇଥିଲା । ଏମିତିକି ଅଟୋଚାଳକ ବିଚାରପତିଙ୍କୁ ଜାଣିଶୁଣି ଧକ୍କା ଦେଇଥିବା ସ୍ପଷ୍ଟ ଅନୁମାନ ହେଉଥିବା ପୋଲିସ ପକ୍ଷରୁ କୁହାଯାଇଛି। ଧକ୍କା ଦେଇଥିବା ଅଟୋଟି କିଛି ଘଣ୍ଟା ପୂର୍ବରୁ ଚୋରି ହୋଇଥିବା ମଧ୍ୟ ତଦନ୍ତରୁ ଜଣାପଡିଛି।  ସେପଟେ ଘଟଣାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ।   ଏନେଇ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମନ୍ନା ଆଲୋଚନା କରିଛନ୍ତି। 

ସୁପ୍ରିମକୋର୍ଟ ବାର ଆସୋସିଏସନ (SCBA) ସୁପ୍ରମିକୋର୍ଟରେ ଏହି ଘଟଣାର ସ୍ୱତନ୍ତ୍ର ତଦନ୍ତ ଦାବି କରିଛି। ଏହା ପଛରେ ବଡ ଧରଣର ଷଡଯନ୍ତ୍ର ରହିଛି। ତେଣୁ ଏହାର ସ୍ୱତନ୍ତ୍ର ଯାଞ୍ଚ କରାଯିଉ ବୋଲି SCBA ଦାବି କରିଛି। ଘଟଣାର ଯାଞ୍ଚ କରି ଅପରାଧୀଙ୍କୁ ଧରି ଦଣ୍ଡ ଦିଆଯିବ ବୋଲି କହିଛନ୍ତି ସହରର ବରିଷ୍ଠ ପୋଲିସ ଅଧିକାରୀ। ଅନ୍ୟପକ୍ଷେ ସ୍ଥାନୀୟ ବିଧାୟକ ଏହି ଘଟଣାର ସିବିଆଇ ଯାଞ୍ଚ ଦାବି କରିଛନ୍ତି। 

ଏଠି କହିରଖିବୁ, ଧନବାଦ ଜିଲ୍ଲା ଓ ଦୌରାଜଜଙ୍କୁ ଉତ୍ତମ ଆନନ୍ଦ ବୁଧବାର ସକାଳେ ମର୍ଣ୍ଣି ୱାକ୍‌ରେ ବାହାରିଥିଲେ। ରଣଧୀର ବର୍ଗା ଚୌକ ପାଖରେ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିଲା। ଅଟୋ ଧକ୍କାରେ ଜଜ୍‌ଙ୍କ ମୃତ୍ୟୁ ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଥିଲା। ଏଥିରେ ଦେଖା ଯାଇଥିଲା, ଅଟୋଟି ପ୍ରଥମେ ସିଧା ରାସ୍ତାରେ ଯାଉଥିଲା। ହଠାତ୍‌ ସଡକ କଡକୁ ଆସି ଜଜ୍‌ଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା।   

ମୃତ ଜଜ୍‌ ପୂର୍ବତନ ବିଧାୟକ ସଞ୍ଜୀବ ସିଂହଙ୍କ ନିକଟତମ ରଞ୍ଜୟ ହତ୍ୟାକାଣ୍ଡ ମାମଲାର ଶୁଣାଣି କରୁଥିଲେ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ପୋଲିସ ଏହାକୁ ଗମ୍ଭୀରତାର ସହ ନେଇଛି। ଏହି ଘଟଣାର ୩ ଦିନ ପୂର୍ବରୁ ଜଜ୍‌ ଆନନ୍ଦ ଉତ୍ତମ ଇନାମୀ ଶୁଟର ଅଭିନବ ସିଂହ ଏବଂ ଜେଲ୍‌ରେ ଥିବା ଅମନ ସିଂହଙ୍କ ସହ ସମ୍ପର୍କ ରଖିଥିବା ଶୁଟର ରବି ଠାକୁର ଏବଂ ଆନନ୍ଦ ବର୍ମାଙ୍କ ଜାମିନକୁ ଖାରଜ କରି ଦେଇଥିଲେ।
ମିଳିଥିବା ଶେଷ ଖବର ଅନୁଯାୟୀ, ଜଜ୍‌ ଉତ୍ତମ ଆନନ୍ଦଙ୍କୁ ଧକ୍କା ଦେଇଥିବା ଅଟୋଚାଳକ ଏବଂ ତାଙ୍କର ଜଣେ ସାଥୀଙ୍କୁ ଗିରିଡିହରୁ ଅଟୋ ସହ ଗିର‍ଫ କରାଯାଇଛି।