Advertisment

ଖୁବଶୀଘ୍ର ବଦଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ରୂପ ରେଖ

CII କହିଛି, ଏହି ଯୋଜନାରେ ପୂର୍ବରୁ ବୀମା ନଥିଲା। ତେଣୁ ଲୋକମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲେ । କେବଳ ଏତିକି ନୁହେଁ ମଧ୍ୟ ହିତାଧୀକାରୀଙ୍କ ପ୍ରାଣ ଯିବା ପରେ ସେମାନଙ୍କ ପରିବାର ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ବୀମା ସୁବିଧା କଲେ ହିତାଧିକାରୀମାନେ ଲାଭ ପାଇବେ।

author-image
Sarbeswar
ଅଦ୍ୟତନ ହୋଇଛି
ଖୁବଶୀଘ୍ର ବଦଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ରୂପ ରେଖ

pm-awas-yojana

ନୂଆଦିଲ୍ଲୀ: ଗରୀବ ଲୋକମାନଙ୍କୁ ଘର ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି। ଏହି ଯୋଜନାରେ ଦେଶର ଅନେକ ଗରୀବଶ୍ରେଣୀର ପରିବାର ଘର ପାଉଛନ୍ତି। କୁହାଯାଉଛି, ଭାରତରେ ଏହି ଯୋଜନାରେ ଅଧିକାଂଶ ଲୋକ ଉପକୃତ ମଧ୍ୟ ହେଉଛନ୍ତି। ଆଉ ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ନୂଆ ରୂପରେ ଆସିବାକୁ ଯାଉଛି। ପୂର୍ବରୁ ଯେଉଁ ଢାଂଚାରେ ଘର ଗୁଡ଼ିକ ନିର୍ମାଣ ହେଉଥିଲା ତାହାକୁ ପରିବର୍ତ୍ତନ କରାଯିବା ନେଇ ବିଚାର ଚାଲିଛି।

Advertisment

CII କହିଛି, ଏହି ଯୋଜନାରେ ପୂର୍ବରୁ ବୀମା ନଥିଲା। ତେଣୁ ଲୋକମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲେ । କେବଳ ଏତିକି ନୁହେଁ ମଧ୍ୟ ହିତାଧୀକାରୀଙ୍କ ପ୍ରାଣ ଯିବା ପରେ ସେମାନଙ୍କ ପରିବାର ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ବୀମା ସୁବିଧା କଲେ ହିତାଧିକାରୀମାନେ ଲାଭ ପାଇବେ। 

CII ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି ଯେ PMAY ଯୋଜନାରେ ଏବେ ଅନେକ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। କେବଳ ଏତିକି ନୁହେଁ ବରଂ ପ୍ରତ୍ୟେକ ଘର ସହ ବୀମା ଯୋଡ଼ା ହେବାର ଆବଶ୍ୟକତା ରହିଛି। କାରଣ ବର୍ତ୍ତମାନ ଏହି ଯୋଜନାରେ ନିର୍ମାଣ ହେଉଥିବା ଘର ସହ କୌଣସି ବୀମା ଯୋଜନାର ସୁବିଧା ହିଁ ନାହିଁ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ପକ୍କାଘର ଯୋଗାଇ ଦେବାକୁ ଲକ୍ଷ ରଖିଛନ୍ତି କେନ୍ଦ୍ର ସରକାର।କାରଣ ୨୦୨୨ ମସିହାରେ ଦେଶ ସ୍ୱାଧୀନତାର 75 ବର୍ଷ ପୂରଣ କରିବା ପାଇଁ ଯାଉଛି। ଏଠାରେ କହିରଖୁଛୁ କି, 2015 ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆରମ୍ଭ ହୋଇଥିଲା। ଏହାସହ ୨୦୨୨ ସୁଦ୍ଧା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ କେମିତି ପକ୍କା ଘର ପହଞ୍ଚିବ ତାହାକୁ ଲକ୍ଷ ରଖି ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଆଉ ଏହାରି ମଧ୍ୟରେ ଅନେକ ଲୋକ ଘର ପାଇଥିବା ବେଳେ ଏବେବି ଏହି ଯୋଜନାରେ ଘର ପାଇବା ପାଇଁ ଆବେଦନ ଚାଲିଛି। ତେବେ କେନ୍ଦ୍ର ସରକାର ଏନେଇ ବିଧିବଦ୍ଧ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।

Advertisment
India PM Awas Yojana
Advertisment
Advertisment