• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ

  • ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ

  • ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ

  • ୬୧ ବର୍ଷୀୟ ବାସବରାଜ ବୋମାଇ ଲିଙ୍ଗାୟତ ସଂପ୍ରଦାୟର

  • ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଆର୍ ବୋମାଇଙ୍କ ପୁଅ ବାସବରାଜ

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲିଙ୍ଗାୟତ ସଂପ୍ରଦାୟର ଟାଣୁଆ ନେତା ବାସବରାଜ ବୋମାଇ । ଆଜିଠାରୁ କର୍ଣ୍ଣାଟକରେ ନୂତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଶାସନ ଚାଲିବ । ବୁଧବାର ସକାଳ ୧୧ ଟାରେ ବାସବରାଜ ବୋମାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତେବେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ପରେ ମନ୍ତ୍ରୀମଣୋଡଳ ସଂପ୍ରସାରଣ କରାଯିବ ।

ବୁଧବାର ଶପଥ ଗ୍ରହଣ କରିବା ପୂର୍ବରୁ ବୋମାଇ କିଛି ନେତାଙ୍କ ସହ ବାଲାବ୍ରୁଇ ଗେଷ୍ଟ ହାଉସ୍ ନିକଟ ଅଞ୍ଜନେୟ ମନ୍ଦିର ଯାଇ ଇଶ୍ୱରଙ୍କ ଆଶୀର୍ବାଦ ନେଇଥିଲେ । ଏହା ବ୍ୟତୀତ ରାଜ ଭବନରେ ଶପଥ ନେବାକୁ ମଞ୍ଚକୁ ଯିବାପୂର୍ବରୁ ସଦ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିବା ୟେଦୁରପ୍ପାଙ୍କ ଆଶୀର୍ବାଦ ନେଇଥିଲେ ବାସବରାଜ । ବିଏସ୍‌ ୟେଦୁରପ୍ପାଙ୍କ ଇସ୍ତଫା ପରେ ନୂଆ ନେତା ଚୟନ ପାଇଁ ଗତକାଲି ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିଲା ବିଜେପି ବିଧାୟକ ଦଳର ବୈଠକ । ବୈଠକରେ ସର୍ବସମ୍ମତି କ୍ରମେ ବିଧାୟକ ଦଳ ନେତା ଭାବେ ବାସବରାଜ ର୍ନିବାଚିତ ହୋଇଥିଲେ । ଏବଂ ତାଙ୍କ ନାମରେ ମୋହର ମାରିଥିଲେ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବାସବରାଜଙ୍କ ଜନ୍ମ ୧୯୬୦ ଜାନୁଆରି ୨୮ ତାରିଖରେ । କର୍ଣ୍ଣାକଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଆର୍ ବୋମାଇଙ୍କ ପୁଅ ହେଲେ ବାସବରାଜ ବୋମାଇ । ବାସବରାଜ ୟେଦ୍ୟୁରପ୍ପାଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଏ । କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଜନତା ଦଳ ସହିତ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଏହା ପରେ ୨୦୦୮ରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ବାସଭାରାଜ ବୋମାଇ କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଅଟନ୍ତି ।

ସେପଟେ ରାଜ୍ୟରେ ତିନି ଜଣଙ୍କୁ ଡେପୁଟି ସିଏମ୍ କରାଯାଇପାରେ। ବିଜେପି ସୂତ୍ର ଅନୁସାରେ ଆର ଅଶୋକ, ଗୋବିନ୍ଦ କରଜୋଲ ଏବଂ ବି ଶ୍ରୀରାମଲୁଙ୍କୁ ଡେପୁଟି ସିଏମ୍ ପଦ ଦେବାର ଅନେକ ସମ୍ଭାବନା ରହିଛି । ଆର ଅଶୋକ ୟେଦୁରପ୍ପା ସରକାରରେ ରାଜସ୍ୱ ମନ୍ତ୍ରୀ ଥିଲେ। ଏଥିସହିତ ଗୋବିନ୍ଦ କରଜୋଲ ଡେପୁଟି ସିଏମ ପଦବୀରେ ରହିଥିବା ବଳେ ଶ୍ରୀରାମୁଲୁ କର୍ଣ୍ଣାଟକ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରୀ ଥିଲେ ।