ଭୁବନେଶ୍ୱର: ସପ୍ତାହେରୁ ଅଧିକ ସମୟ ଧରି ଶିମିଳିପାଳରେ ଜଳୁଥିବା ନିଆଁକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ପ୍ରଥମେ ମୟୂରଭଞ୍ଜ ରାଜପରିବାର ଓ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏନେଇ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ତୁରନ୍ତ ଧ୍ୟାନ ଦେବାକୁ ଅନୁରୋଧ କରିବା ପରେ ଆଜି ହଠାତ୍ ଚେଇଁ ଉଠିଛନ୍ତି ରାଜ୍ୟ ସରକାର। ଜଙ୍ଗଲରେ ନିଆଁ ଲିଭା କାମ ଜୋରଦାର କରାଯାଇଥିବା ବେଳେ ହଜାରରେ ଅଧିକ ଲୋକଙ୍କୁ ଏଥିରେ ନିୟୋଜିତ କରାଯାଇଛି। ରାଜ୍ୟ ଜଙ୍ଗଲ ମନ୍ତ୍ରୀ ପିସିସିଏଫ୍ଙ୍କଠୁ […]
କୋଲକାତା: ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଦୁର୍ବଳ ହେଉଛି ମମତାଙ୍କ ଦଳ। ଦଳର ଗୋଟିଏ ପରେ ଗୋଟିଏ ନେତା ଟିଏମ୍ସି ଛାଡ଼ି ବିଜେପିରେ ଯୋଗ ଦେଉଛନ୍ତି। ଆଜି ପୁଣି ୪ ଟିଏମ୍ସି ନେତା ବିଜେପିରେ ସାମିଲ ହୋଇଛନ୍ତି। ବିଧାନନଗର ମେୟର ଇନ୍ କାଉନ୍ସିଲ୍ ଦେବାଶିଷ ଜାନାଙ୍କ ସହିତ ଆନସୋଲ୍ର ତିନ କାଉନସିଲର ଆଜି ରାଜଧାନୀ କୋଲକାତାରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଗତ ମଙ୍ଗଳବାର ଟିଏମ୍ସିର ଦୁଇଥର ବିଧାୟକ ହୋଇସାରିଥିବା ଟାଣୁଆ ନେତା […]
ବେଙ୍ଗାଲୁରୁ: ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କର୍ଣ୍ଣାଟକା ଜଳ ସମ୍ପଦ ମନ୍ତ୍ରୀ ରମେଶ ଜାରକିହୋଲି। ଏନେଇ ଆଜି ସେ ତାଙ୍କ ଇସ୍ତଫା ପତ୍ର କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏକ କାନାଡ଼ା ନ୍ୟୁଜ୍ ଚ୍ୟାନେଲ୍ରେ ଜାରକୋହଲିଙ୍କର ଏକ ସିଡି କ୍ୟାସେଟ୍ ପ୍ଲେ କରାଯାଇଥିଲା। ଯେଉଁଥିରେ ଜାରକୋହଲି ଜଣେ ମହିଳାଙ୍କ ସହିତ ବୁଝାମଣା କରୁଥିବାର ଦେଖାଯାଉଛି। ତେବେ ଏହି ଭିଡିଓ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିବା ସହିତ […]
ଲସ୍ ଏଞ୍ଜେଲସ୍; ପ୍ରସିଦ୍ଧ ଗଲ୍ଫ ଖେଳାଳି ଟାଇଗର ଉଡ୍ସଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ମଙ୍ଗଳବାର ସକାଳେ ଲସ୍ ଏଞ୍ଜେଲସରେ ନିୟନ୍ତ୍ରଣ ହରାଇ ତାଙ୍କ କାର ରାସ୍ତା କଡ଼କୁ ଖସିପଡ଼ିଥିଲା। କାର୍ଟି ତଳକୁ ଖସିବା ପରେ ଦୁଇ ଚାରିଥର ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ଓ ପାରାମେଡିକାଲ ଷ୍ଟାଫ ଟାଇଗର ଉଡ୍ସଙ୍କୁ ତାଙ୍କ ଏସୟୁଭି କାରରୁ ଉଦ୍ଧାର କରି ମେଡିକାଲକୁ ନେଇଛନ୍ତି। ଏହି ଦୁର୍ଘଟଣାରେ ଅନ୍ୟ […]
ନୂଆଦିଲ୍ଲୀ: ପରିବେଷବିତ ଦିଶା ରବିଙ୍କୁ ମିଳିଲା ବେଲ୍। କୃଷକ ଆନ୍ଦୋଳନ ସମ୍ପର୍କିତ ଟୁଲ୍କିଟ ଘଟଣାରେ ଗିରଫ ହୋଇଥିବା ଦିଶାଙ୍କୁ ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟ ବେଲ୍ ଦେଇଛନ୍ତି। ଟୁଲ୍କିଟ ଘଟଣାରେ ଦିଶାଙ୍କୁ ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ଗିରଫ କରିଥିଲା ପୋଲିସ୍। ଏକ ଲକ୍ଷ୍ୟ ଟଙ୍କା ବେଲ୍ ବଣ୍ଡ ଓ ଦୁଇଟି ସିକ୍ୟୁରିଟି ସହିତ ଅତିରିକ୍ତ ସେସନ ବିଚାରପତି ଧର୍ମେନ୍ଦ୍ର ରାଣା ଦିଶାଙ୍କ ବେଲ୍ ଅର୍ଡର୍କୁ ପାସ୍ କରିଛନ୍ତି। ଏନେଇ ବିଚାରପତି କହିଛନ୍ତି “ତଦନ୍ତରେ ଦୁର୍ବଳତା ଦେଖି […]
ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖ ଦିଲ୍ଲୀ ଲାଲ୍ କିଲାରେ କୃଷକ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍। ଗିରଫ ଅଭିଯୁକ୍ତ ଜଣକ ଲାଲ୍ କିଲା ଖଣ୍ଡା ବୁଲାଉଥିବା ମନିନ୍ଦର ସିଂହ(ଛଦ୍ମନାମ) ପଛରେ ଖଣ୍ଡା ଧରି ଛିଡ଼ା ହୋଇଥିବା ଦେଖାଯାଇଥିଲା। ମନିନ୍ଦର ସିଂହ(ଛଦ୍ମନାମ)ଙ୍କୁ ଗିରଫ କରିବାରେ ସପ୍ତାହ ପରେ ଆଜି ଜସପ୍ରୀତକୁ(ଛଦ୍ମନାମ)କୁ ଗିରଫ କରିଛି ପୋଲିସ୍। ମନିନ୍ଦର ସିଂହଙ୍କୁ ଗିରଫ କରିବା ପରେ ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବାରୁ […]
ମୁଜାଫରନଗର: ବିଜେପି କର୍ମୀ ଓ କୃଷକଙ୍କ ମଧ୍ୟରେ ମାର୍ପିଟ ହୋଇ ଏକାଧିକ ଲୋକ ଆହତ ହୋଇଛନ୍ତି। ସୋମବାର ଉତ୍ତରପ୍ରଦେଶ ମୁଜାଫରନଗର ଜିଲ୍ଲାରେ ଏପରି ଘଟଣା ସାମ୍ନାକୁ ଆସିଛି। ମିଳିଥିବା ରିପୋର୍ଟ ଅନୁସାରେ, ଉଭୟପକ୍ଷରୁ ନାରାବାଜୀ ହୋଇଛି ମାର୍ପିଟ ହୋଇଥିଲା। ଏନେଇ ରାଷ୍ଟ୍ରୀୟ ଲୋକ ଦଳ(RDL) ନେତା ଜୟନ୍ତ ଚୌଧୁରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି “ ବିଜେପି କର୍ମୀ ଓ କୃଷକଙ୍କ ମଧ୍ୟରେ ସାରୋମ ଗାଁରେ ଏକ ବିବାଦ ଉପୁଜିବାରୁ […]
ମୁମ୍ବାଇ: ମୁମ୍ବାଇର ଏକ ହୋଟେଲ୍ରୁ ଉଦ୍ଧାର ହେଲା ସାଂସଦଙ୍କ ମୃତଦେହ। ଦାଦ୍ରା ନଗର ହାବେଳିରୁ ୭ଥର ସାଂସଦ ହୋଇଥିବା ମୋହନ ଡେଲ୍କରଙ୍କର ମୃତଦେହ ମୁମ୍ବାଇର ମରିନ ଡ୍ରାଇଭ୍ରେ ଥିବା ଏକ ହୋଟେଲ୍ରୁ ଉଦ୍ଧାର କରାଯାଇଛି। ମୋହନ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ୍ ସନ୍ଦେହ କରୁଛି। ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ପୋଲିସ ତାଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ମୋହନଙ୍କର ମୃତଦେହ ମିଳିଥିବା ଖବର […]
ମମ୍ବାଇ: ତୈଳ ଦର ବୃଦ୍ଧି ଉପରେ ବଲିଉଡ୍ ଷ୍ଟାର୍ ଅକ୍ଷୟ କୁମାର ଓ ଅମିତାଭ ବଚ୍ଚନଙ୍କ ନିରବତାକୁ ନେଇ ଆଜି ପୁଣିଥରେ ବର୍ଷିଛନ୍ତି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ। ଅକ୍ଷୟ ଓ ଅମିତାଭ ପ୍ରକୃତ ହିରୋ ନୁହଁନ୍ତି ବୋଲି କହି ଦୁଇ ସୁପର ଷ୍ଟାର୍ଙ୍କୁ ସମାଲୋଚନା କରିଛନ୍ତି ପାଟୋଲେ। ଏଥିସହିତ ଏହି ଦୁଇ କଳାକାରଙ୍କର ଫିଲ୍ଲ ଯେଉଁଠି ରିଲିଜ୍ ହେବ ସେଠାର କଂଗ୍ରେସ କଳା ପାତାକା ଦେଖିବ ବୋଲି ପାଟୋଲେ ଚେତାବନୀ ଦେଇଛନ୍ତି। ସେ ଆହୁରି […]
ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶ ଉନ୍ନାଓର ଦୁଇ ଝିଅଙ୍କର ମୃତ୍ୟୁ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏଇ ସପ୍ତାହରେ ଦୁଇ ଝିଅ ଆଶ୍ଚର୍ଯ୍ୟଜନକ ଭାବେ ମୃତ୍ୟୁ ଅବସ୍ଥାରେ ଖେତରେ ପଡ଼ିଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକେ। ସେହିପରି ଅନ୍ୟ ଜଣେ ଝିଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରକାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ କାନପୁର ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିଛି। ଏହି ଜଘନ୍ୟ ହତ୍ୟାକାଣ୍ଡରେ ଗୁରୁବାର ୪ ଜଣଙ୍କୁ ଅଟକ ରଖାଯାଇଥିଲା। ସେଥିମଧ୍ୟରୁ ଆଜି ଦୁଇ ଜଣଙ୍କୁ […]
କୋଲାକାତା: ନିଜ କାର୍ରେ ଡ୍ରଗ୍ସ ଆଣୁଥିବା ଅଭିଯୋରେ କୋଲକାତାର ବିଜେପି ଯୁବ ନେତ୍ରୀଙ୍କୁ ଗିରଫ କଲା ପୋଲିସ୍। ଗିରଫ ନେତ୍ରୀଙ୍କ ନାଁ ପାମେଲା ଗୋସ୍ୱାମୀ। ଶୁକ୍ରବାର ସେ ନିଜ କାର୍ରେ କୋକେନ୍ ନେଇଯାଉଥିବା ବେଳେ ତାଙ୍କୁ ଗିରଫ କରିଛି କୋଲକାତା ପୋଲିସ୍। ଏଥିସହିତ ପାମେଲାଙ୍କ ବନ୍ଧୁ ପ୍ରବୀର କୁମାର ଦେଙ୍କୁ ମଧ୍ୟ କୋଲାତାର ନ୍ୟୁ ଅଲିପୁର ଏରିଆ ଏନ୍ଆର୍ ଏଭିନ୍ୟୁରୁ ଗିରଫ କରାଯାଇଛି। ପାମେଲା କାର୍ରେ ଯାଉଥିବା ବେଳେ ତାଙ୍କର ସାଙ୍ଗରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଥିଲେ। […]
କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ହୋଇଥିବା ମାନହାନୀ ମକଦ୍ଦମାକୁ ନେଇ ଶାହଙ୍କୁ ନୋଟିସ୍ କଲେ କୋର୍ଟ। ବିଧାୟକ ଓ ସାଂସଦଙ୍କ ମାମଲା ସମ୍ପର୍କିତ ଶୁଣାଣି କରୁଥିବା ଏକ ସ୍ୱତନ୍ତ୍ର କୋର୍ଟ ଶାହାଙ୍କୁ ନୋଟିସ୍ ଜାରି କରିଛନ୍ତି। ଟିଏମ୍ସି ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବେନାର୍ଜୀ ଶାହଙ୍କ ବିରୋଧରେ ଏହି ମାନହାନୀ ମକଦ୍ଦମା କରିଛନ୍ତି। ଫଳରେ କୋର୍ଟ ଶାହଙ୍କୁ ନୋଟିସ୍ କରି ବ୍ୟକ୍ତିଗତ ଭାବେ କିମ୍ବା ନିଜ ଓକିଲଙ୍କ ଜରିଆରେ ଫେବ୍ରୁଆରୀ […]
ନୂଆଦିଲ୍ଲୀ: ଆମେରିକାର ପ୍ରତିଷ୍ଠିତ ଟାଇମ ମାଗାଜିନ୍ର ୧୦୦ ଉଦୀୟମାନ ରାଜନେତାଙ୍କ ତାଲିକା ପ୍ରକାଶ କରିଛି ଯେଉଁମାନେ ଭବିଷ୍ୟତରେ ରାଜନୀତିକୁ ପ୍ରଭାବିତ କରିପାରିବେ। ଏହି ତାଲିକାରେ ୫ ଭାରତୀୟ ଯୁବ ନେତାଙ୍କ ନାଁ ସାମିଲ ରହିଛି। ବୁଧବାର ମାଗିଜିନ୍ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି। ମାଗାଜିନ୍ର ଶ୍ରେଷ୍ଠ ୧୦୦ ଇମର୍ଜିଂ ନେତା ତାଲିକାରେ ଭୀମ ଆର୍ମି ମୁଖ୍ୟ ଭାରତର, ଟପ୍ ଆଇନଜୀବୀ ବିଜୟା ଗାଡ୍ଡେ, ବ୍ରିଟେନର ଅର୍ଥମନ୍ତ୍ରୀ ରିଷି ସୁନକଙ୍କ ସହ ୫ ଭାରତୀୟ ବଂଶୋଦ୍ଭବ ରହିଛନ୍ତି। […]
ମୁମ୍ବାଇ: ଦେଶରେ ବଢ଼ୁଥିବା ତୈଳ ଦରକୁ ନେଇ ଚାରିଆଡ଼େ ହଙ୍ଗାମା ହେଉଥିବା ବେଳେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଶାସକ ବିଜେପି ଉପରେ ଶାଣିତ ଆକ୍ରମଣ କରୁଛନ୍ତି। ଏପରି ସ୍ଥଳେ ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଶିବସେନା ନେତ୍ରୀ ଉର୍ମିଲା ମାତୋଣ୍ଡକର ମଧ୍ୟ ବିଜେପିକୁ କଟାକ୍ଷ କରିଛନ୍ତି। ଦେଶର କେତେକ ରାଜ୍ୟରେ ପେଟ୍ରୋଲ ଦର ଶହେ ଛୁଇଁବାକୁ ନେଇ ମୋଦି ସରକାରଙ୍କୁ ବ୍ୟାଙ୍ଗ କରିଛନ୍ତି ଉର୍ମିଲା। ତୈଳ ଦର ବୃଦ୍ଧି ଘଟଣାରେ ଉର୍ମିଲା କେନ୍ଦ୍ର ସରକାରଙ୍କୁ ବ୍ୟଙ୍ଗ କରିବା ପାଇଁ […]
ମୁମ୍ବାଇ: ଦିନେ ଯେଉଁ ବଲିଉଡ୍ ଷ୍ଟାର୍ମାନେ ଦେଶର ବଢ଼ୁଥିବା ତୈଳଦର ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଥିଲେ ଆଜି ସେମାନେ ନିରବ ରହିଛନ୍ତି। ପୂର୍ବଠାରୁ ଆଜି ତୈଳଦର ବହୁତ ଅଧିକ ବଢ଼ିଯାଇଥିଲେ ବି ଏହି ଷ୍ଟାର୍ମାନେ କିନ୍ତୁ ନୀରବ ଦ୍ରଷ୍ଟା ସାଜିଛନ୍ତି ବୋଲି ମହାରାଷ୍ଟ୍ର କଂଗ୍ରେସ ଅଭିଯୋଗ କରିଛି। ଏନେଇ କଡ଼ା ପଦକ୍ଷେପ ନେଇଛି କଂଗ୍ରେସ। ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କ ଭଳି ଷ୍ଟାର୍ମାରନଙ୍କର ଫିଲ୍ମ ଶୁଟିଂ କରାଇ ନଦେବାକୁ ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର କଂଗ୍ରେସ […]
ନୂଆଦିଲ୍ଲୀ: SARS-CoV-2 ବ୍ରାଜିଲରେ ଚିହ୍ନଟ ଏହି ନୂଆ ଷ୍ଟ୍ରେନର କରୋନା ଭୂତାଣୁକୁ ନେଇ ବିଶ୍ୱବ୍ୟାପୀ ଉଦ୍ବେଗ ପ୍ରକାଶ ପାଇଛି। କାରଣ ମୂଳ ଭୂତାଣୁରେ ୧୨ ପ୍ରକାର ପରିବର୍ତ୍ତନ ଘଟି ସୃଷ୍ଟି ହୋଇଛି ଏହି ନୂଆ ଷ୍ଟ୍ରେନ୍। ବ୍ରିଟେନ୍ ଓ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ନୂଆ ଭୂତାଣୁ ପ୍ରାୟତଃ ଏକ ପ୍ରକାରର ହୋଇଥିବା ବେଳେ ବ୍ରାଜିଲ ଭୂତାଣୁ ଏମାନଙ୍କଠାରୁ କେଇଗୁଣା ଅଧିକ ମାରାତ୍ମକ ବୋଲି ସୂଚନା ମିଳିଛି। କାରଣ ବ୍ରାଜିଲ୍ ଭୁତାଣୁ ଖୁବ୍ ଶୀଘ୍ର ସଂକ୍ରମିତ ହେଉଛି। ଏବଂ […]
ମୁମ୍ବାଇ: ଅହମଦାବାଦର ଦେବଶ୍ରୀ ତ୍ରିବେଦୀ ନାମକ ଜଣେ ମହିଳା ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତିଙ୍କ ପାଖକୁ ପଠାଇଛନ୍ତି ୧୫୦ଟି କଣ୍ଡୋମ। ତାଙ୍କ ଅଫିସ୍ ଠିକଣାକୁ ମଧ୍ୟ କଣ୍ଡୋମ ପଠାଇଥିବା ଦେବଶ୍ରୀ ସୂଚନା ଦେଇଛନ୍ତି। ବିଚାରପତିଙ୍କ ରାୟକୁ ଭୁଲ୍ ଦର୍ଶାଇ ବିକ୍ଷୋଭ ପ୍ରଦର୍ଶନ କରି ସେ ଏପରି କରିଥିବା କହିଛନ୍ତି। ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଜଷ୍ଟିସ୍ ପୁଷ୍ପା ଭି, ଗନେଦିୱାଲ୍ ନିକଟରେ ପୋକ୍ସୋ ଆକ୍ଟରେ ଆସୁଥିବା ଏକ ମାମଲାରେ ବିଚାର କରୁଥିବା ବେଳେ ଏକ ବିବାଦୀୟ ରାୟ […]