କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ତେବେ ଏହାରି ମଧ୍ୟରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ଦେଶରେ ବର୍ତ୍ତମାନ ୩,୧୬,୫୫,୮୨୪ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪,୨୪,୩୫୧ରେ ପହଞ୍ଚିଲାଣି। ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ବି ଦେଶରେ ୪,୧୦,୯୫୨ ଆକ୍ଟିଭ୍ କେସ ରହିଛି। ଆଉ ଏହାରି ମଧ୍ୟରେ ୪୭,୦୨,୯୮,୫୯୬ଜଣ କରୋନା ଟିକା ନେଇଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେଇଛି।
ଭାଇରାଲ ହେଉଥିବା ଅଡ଼ିଓରେ ସ୍ପଷ୍ଟ ଭାବରେ ଶୁଣାଯାଉଛି କି, ଡ଼ିସିପି ଜଣକ ରେଷ୍ଟୁରାଂଟ୍ରୁ ଖାଇବା ଅର୍ଡ଼ର କରିବା ପାଇଁ କହୁଛନ୍ତି। କେବଳ ଏତିକି ନୁହେଁ ବରଂ ବିରିୟାନୀରେ ଦେଶୀ ଘିଅର ଛୁଙ୍କ ଦେବା ପାଇଁ କହୁଥିବାର ସ୍ପଷ୍ଟ ଶୁଣାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ରେଷ୍ଟୁରାଂଟ୍ରୁ ଏହି ଖାଇବା ଅର୍ଡ଼ର କରିବା ପାଇଁ ପୋଲିସ ବାବୁ ଜଣକ କହୁଛନ୍ତି, ତାହା ତାଙ୍କ ଥାନା ପରିସର ମଧ୍ୟରେ ଆସୁଛି। ଏହି ଘଟଣା ଜଣାପଡ଼ିବା ପରେ ପୋଲିସ କେମିତି ନିଜର ପାୱାର ବ୍ୟବହାର କରୁଛି ତାହା ସାମ୍ନାକୁ ଆସିଛି।
କୋର୍ଟ କହିଛନ୍ତି ଯେ, ଅଦାଲତକୁ ଏମିତି କୌଣସି ପ୍ରମାଣ ମିଳିନାହିଁ ଯେଉଁଥିରେ ମାମଲା ଦାୟର କରିଥିବା ବ୍ୟକ୍ତିଙ୍କ ଉପରେ ଯୌନ ଉତ୍ପୀଡ଼ିନ ହୋଇଛି। କେବଳ ଏତିକି ନୁହେଁ ବରଂ ବିଚାରପତି ସ୍ପଷ୍ଟ କରିଥିଲେ,କୋର୍ଟକୁ ଏମିତି କୌଣସି ପ୍ରମାଣ ମିଳୁନାହିଁ ଯେଉଁଥିରେ କି ଅପରାଧୀ ଜଣକ ଲଗାତର ଭାବରେ ନାବାଳିକାଙ୍କ ପିଛା କରିଥିଲେ ବୋଲି ଓ ଏକ ଶୂନଶାନ୍ ସ୍ଥାନକୁ ନେଇଥିବାର ମଧ୍ୟ କୌଣସି ପ୍ରମାଣ ନାହିଁ
ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ଏବେ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର(LPG Gas Cylinder Price)ର ଦାମ୍ ବୃଦ୍ଧି ପାଇଛି। ଅଏଲ୍ ମାର୍କେଟିଂ କମ୍ପାନୀ ଗୁଡ଼ିକ କମର୍ସିଆଲ୍ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ଦାମ୍ ବୃଦ୍ଧି କରିଛନ୍ତି।
କାରଣ ପୂର୍ବରୁ ତାଲିବାନୀ ଉପରେ ଏମିତି ଆକ୍ରମଣ ପୂର୍ବରୁ କେବେ ହୋଇନଥିଲା। ଆକ୍ରମଣର ମାତ୍ର ଏତେ ପ୍ରଚଣ୍ଡ ଥିଲା କି, ଆତଙ୍କୀଙ୍କ କେତେକ ଗାଡ଼ି ବିସ୍ଫୋରଣରେ ଉଡ଼ିଯାଇ କିଛି ଦୂରରେ ଛିଟିକି ହୋଇ ପଡ଼ିଥିଲା। କେବଳ ଏତିକି ନୁହେଁ ବରଂ ଆଫ୍ଗାନିସ୍ତାନ ସେନା ଆତଙ୍କୀଙ୍କ ୧୩ ଟି ଆଇଇଡ଼ିକୁ ମଧ୍ୟ ନିଷ୍କ୍ରୟ କରିବାରେ ସଫଳ ହୋଇଛନ୍ତି। ଗତକାଲି ମଧ୍ୟ କନ୍ଧାରରେ ତାଲିବାନୀ ଆତଙ୍କୀଙ୍କର ବଙ୍କର୍ ଗୁଡ଼ିକୁ ବିସ୍ଫୋରଣ କରି ନଷ୍ଟ କରିଦେଇଥିଲେ। ଏହାଦ୍ୱାରା ୧୦ ରୁ ଅଧିକ ଆତଙ୍କୀ ପ୍ରାଣ ମଧ୍ୟ ହରାଇଥିଲେ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁମାନେ ଏପରି କାମରେ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କ ଉପରେ ପ୍ରଶାସନ ତୀକ୍ଷ୍ମ ନଜର ରଖିଛି। ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଡ଼ିଜିଟାଲ ଜ୍ଞାନକୌଶଳ ବଳରେ ଏହି ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ। ଏହାସହ ସେମାନଙ୍କର ପୋଲିସ ରେକର୍ଡର ଯାଂଚ ମଧ୍ୟ ହେବ। ଠିକ୍ ସେହିପରି କେନ୍ଦ୍ର-ଶାସିତ ଅଂଚଳରେ ପ୍ରଚଳିତ ଥିବା ଆଇନର ମଧ୍ୟ ସଂଶୋଧନ କରାଯାଇଛି।
ଜାମ୍ମୁ ଓ କାଶ୍ମୀରର ୧୫ଟି ସ୍ଥାନରେ National Investigative Agency (NIA) ଚଢ଼ଉ କରିଛି। ଆତଙ୍କବାଦୀ ଲିଙ୍କ୍ ନେଇ ଏନ୍ଆଇଏ ପକ୍ଷରୁ ଶନିବାର ଏହି ରେଡ୍ କରାଯାଇଥିଲା।
ରୋମାଞ୍ଚକର, ମନ ମୁଗ୍ଧକର ଦେଖିବାକୁ ଯେମିତି ମନଲୋଭା ସେମିତି କୌତୁକିଆ । ଜଙ୍ଗଲ ରାସ୍ତାରେ ଖୁସିରେ ଡିଆଁ ମାରୁଛନ୍ତି କୌତୁକିଆ କୃଷ୍ଣସାର ମୃଗ । ପଲ ପଲ ହୋଇ ଧାଉଁଛନ୍ତି ଚାରଣ ଭୂଇଁରେ । ଗୁଜରାଟ ଭାବନଗରସ୍ଥିତ ବ୍ଲାକବକ୍ ନ୍ୟାସନାଲ ପାର୍କର ଗୋଟିଏ ଦୁଇଟି ନୁହଁନ୍ତି ପ୍ରାୟ ୭ ଶହରୁ ୮ ଶହ କୃଷ୍ଣସାର ମୃଗ ଏକାଠି ବୁଲୁଛନ୍ତି
ଆସନ୍ତାକାଲି ଅଗଷ୍ଟ ୧, ୨୦୨୧ରେ ଦେଶର ବିଭିନ୍ନ ସଂଗଠନ ଦ୍ୱାରା “ମୁସଲିମ ମହିଳା ଅଧିକାର ଦିବସ” ପାଳନ କରାଯିବ। ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧ରେ ନୂଆଦିଲ୍ଲୀରେ “ମୁସଲିମ ମହିଳା ଅଧିକାର ଦିବସ” ରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖାର୍ ଅବ୍ବାସ ନକଭି ଓ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଉପସ୍ଥିତ ରହିବେ।
ଦେଶରେ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ପରେ ଲୋକଙ୍କ ମଧ୍ୟରେ ତୃତୀୟ ଲହରର ଭୟ ସୃଷ୍ଟି ହୋଇଛି। ଏହା ସହିତ, ବିଶ୍ୱରେ ମାମଲା ବୃଦ୍ଧି ପାଇବା ପରେ ବୈଜ୍ଞାନିକମାନେ ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ଦେଶରେ ପରବର୍ତ୍ତୀ କରୋନା ଲହରର ପୂର୍ବାନୁମାନ କରିଛନ୍ତି। ଏହା ସହିତ କେନ୍ଦ୍ର ସରକାର ମଧ୍ୟ ଆସନ୍ତା ତିନି ମାସ ମଧ୍ୟରେ ଲୋକଙ୍କୁ ସତର୍କତା ଏବଂ ସାବଧାନତା ଅବଲମ୍ବନ କରିବାକୁ କହିଛନ୍ତି।
ବରିଷ୍ଠ ବିଜେପି ନେତା ତଥା ଲୋକସଭା ସାଂସଦ ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଏହି ଖବର ସେ ସୋସିଆଲ୍ ମିଡିଆରେ ଜଣେଇଛନ୍ତି। ରାଜନୀତି ଛାଡ଼ିବା ସହ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି। ବାବୁଲ ପଶ୍ଚିମବଙ୍ଗରୁ ନିର୍ବାଚିତ ହୋଇ ଲୋକସଭାକୁ ଯିବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସୁଯୋଗ ପାଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ପ୍ରୋବେସନରଙ୍କ ସହ ଆଲୋଚନା କରିଛନ୍ତି ।
ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଉଦ୍ଧାର କାର୍ଯ୍ୟ ପାଇଁ ଟିମ୍ ପ୍ରସ୍ତୁତ ରହିଛି ।
ଚୋରର ଅଭ୍ୟାସ ଚୋରି କରିବା। ସେ ଯେଉଁଠିକୁ ବି ଯାଉ, ସ୍ଥିତି ଯାହା ବି ହେଉ ଚୋର କୌଶଳ କ୍ରମେ ଚୋରି କରି ନେଇଥାଏ । ହେଲେ ଆଜି ଜଣେ ଅଜବ ଚୋରର ଗଜବ କାହାଣୀ ବିଷୟରେ କହିବୁ।
ପୁଲୱାମା ଜିଲ୍ଲାର ନାଗବେରାନ-ତାରସର ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେଦୁଇ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । କାଶ୍ମୀର ଜୋନ୍ ପୋଲିସ ସୂଚନା ଅନୁସାରେ ବର୍ତ୍ତମାନ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି
ଏଲୋପାଥିକୁ ନେଇ ଅଶୋଭନୀୟ ଟିପ୍ପଣୀ ପାଇଁ ଦିଲ୍ଲୀ ହାଇକୋର୍ଟ ଆଜି ଯୋଗ ଗୁରୁ ବାବା ରାମଦେବଙ୍କୁ ନୋଟିସ୍ ଜାରି କରିଛନ୍ତି । ବାବା ରାମଦେବ ଏଲୋପାଥି ଓ ଡାକ୍ତରମାନଙ୍କ ସମ୍ବନ୍ଧରେ ଭୁଲ୍ ତଥ୍ୟର ପ୍ରସାର କରାଉଥିବା ଏହି ନୋଟିସରେ କହିଛନ୍ତି ହାଇକୋର୍ଟ ।
ଭୟଙ୍କର..ବୀଭତ୍ସ...ଘଟଣା। ନା ବର୍ଣ୍ଣନା କରିହେଉଛି, ନା ସେ ଚିତ୍ରକୁ ସ୍ପଷ୍ଟ ଦେଖିହେଉଛି। ମଣିଷଙ୍କ ଶବ ପଡ଼ିଛି ଜାକୁ ଜୁକି ହୋଇ। ଆଉ ତାହାରି ଭିତରେ ସାଇଣ୍ଟିଫିକ୍ ଟିମକୁ ଧରି ଚାଲିଛି ଆନ୍ଧ୍ର ପୋଲିସର ତନାଘନା । କାରଣ ଛଅ ଛଅ ଜଣ ଖଟିଖିଆ ମଣିଷଙ୍କ ଶୋଚନୀୟ ଭାବେ ଗୁଣ୍ଟୁର ଜିଲ୍ଲା ରେପାଲ ସ୍ଥିତ ଲଙ୍କେଭାନିଡିବାରେ ମୃତ୍ୟୁ ହୋଇଛି। ଯାହାଙ୍କ ଘର ସୁଦୂର ରାୟଗଡ଼ା ଜିଲ୍ଲା ଗୁଣୁପୁର ଏବଂ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ
ପେଗାସସ୍ ସ୍କାଣ୍ଡାଲର ଶୁଣାଣି କରିବେ ସୁପ୍ରିମକୋର୍ଟ । ଆସନ୍ତା ସପ୍ତାହରେ ଏହି ଶୁଣାଣି ହୋଇପାରେ ବୋଲି କହିଛନ୍ତି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା ।
ଲାହୌଲ ଓ ସ୍ପିତି ଜିଲ୍ଲାର ଉଦୟପୁର ସବଡ଼ିଭିଜନରେ ଭୂସ୍ଖଳନ ଯୋଗୁଁ ଅତିକମରେ ୧୭୫ ପର୍ଯ୍ୟଟକ ଫସି ରହିଥିବା ଜଣାପଡିଛି। ସେମାନଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ନିୟୋଜିତ କରାଯାଇଛି। ହେଲେ ଖରାପ ପାଗ ଯୋଗୁଁ ହେଲିକର ଉଡାଣ ଭରି ପାରୁ ନଥିବା ସୂଚନା ମିଳିଛି।
ହଜିଗଲା ପୋଷା କୁକୁର । ଅନେକ ଖୋଜାଖୋଜି ହେଲା, ମିଳିଲାନି। ଏପରିକି ସବୁ ପୋଲିସ ଅଫିସର ଜୀ-ଜାନ ଲାଗାଇ ଦେଲେ। ମଣିଷକୁ ଅପହରଣ କରି ଅଭିଯୁକ୍ତ ବୁଲୁଛି। ଅଥଚ ନିଖୋଜ କୁକୁର ଧରିବା ପାଇଁ ଏତେ ତତ୍ପରତା ? କ’ଣ ପାଇଁ ?
କୋଭିଡ୍-୧୯ ମହାମାରୀ ସଂକ୍ରମଣର ଦ୍ୱତୀୟ ଲହର ପ୍ରତି ଧ୍ୟାନ ଦେଇ ଏବର୍ଷ ‘ସିବିଏସ୍ଇ’ ୧୦ମ ଓ ୧୨ଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିଲା। ବୋର୍ଡଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାୟନ ପଦ୍ଧତି ଯୋଗେ ଏଥର ଛାତ୍ରଛାତ୍ରୀମାନଙ୍କର ଫଳାଫଳ ସ୍ଥିର କରାଯାଇଛି। ପିଲାଙ୍କ ରେଜଲ୍ଟ ପାଇଁ ଆଭ୍ୟନ୍ତରୀଣ ମୂଲ୍ୟାୟନ ପ୍ରକ୍ରିୟା ଓ ପୂର୍ବବର୍ଷର ଫଳକୁ ମଧ୍ୟ ହିସାବ କରାଯାଇଛି।
ସେପଟେ ଜେହେରୁଲ ଇସଲାମ୍ ନାମକ ଜଣେ ପୋଲିସ କର୍ମୀ ୧୩ଟି ଗୁଳି ଖାଇବା ପରେ ମଧ୍ୟ ଏବେ ବି ଜୀବିତ ଅଛନ୍ତି। ଗୁଳି ବାଜିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଆଉ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଜେହେରୁଲ୍। ତେବେ ଡାକ୍ତର କହିଛନ୍ତି ଯେ, ବର୍ତ୍ତମାନ ସମୟରେ ବି ତାଙ୍କ ଦେହରେ ଗୁଳି ରହିଛି। ଆଉ ଖୁବଶୀଘ୍ର ଅପରେସନ୍ ହୋଇ ଗୁଳି ବାହାର କରାଯିବ। ଆଉ ଆସାମ ପୋଲିସରେ କାର୍ଯ୍ୟରତ ଥିବା ଏହି ଦୁଇ ଯୱାନଙ୍କୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। କାରଣ ଜଣେ ଦେଶ ପାଇଁ ସହୀଦ୍ ହୋଇଯାଇଥିବା ବେଳେ ଆଉ ଜଣେ ୧୩ ଗୁଳି ଖାଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।
ଦୁଇ ଦିନ ଧରି ହରିୟାଣାର ଯମୁନାନଗରର ହତିନକୁଣ୍ଡ ବ୍ୟାରେଜରୁ ଜଳ ନିଷ୍କାସନ ହେଉଛି। ତେଣୁ ଦିଲ୍ଲୀ ଆଡକୁ ଲକ୍ଷ ଲକ୍ଷ କ୍ୟୁସେକ୍ ପାଣି ମାଡ଼ି ଆସୁଛି। ଶୁକ୍ରବାର ସକାଳେ, ଦିଲ୍ଲୀର ଯମୁନାର ଜଳସ୍ତର ୨୦୫.୧୭ ମିଟରରେ ପହଞ୍ଚିଛି। ଯାହାକି ବିପଦ ସଙ୍କେତ ପାର୍ କରିଥିବା ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସେପଟେ, ଥମିବାରେ ନା ନେଉ ନାହିଁ ରାଜସ୍ଥାନ ରାଜନୀତି। ଗେହେଲଟ୍ ନିଜର ଦବଦବା ଜାହିର କରିବା ପାଇଁ ପ୍ରଚେଷ୍ଟା ଜୋରଦାର କରିଛନ୍ତି। ଏମିତି ବିଧାୟକ ଦଳ ବୈଠକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହେଲଟ୍।
ପୁଣି ଜଣେ ବିଚାରପତିଙ୍କୁ ହତ୍ୟା ଉଦ୍ୟମ। ଫତେହପୁର ଜିଲ୍ଲା ଦୌରା ଜଜ୍ ଗୁରୁବାର ଏକ ବଡ ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।