ଆଫଗାନିସ୍ତାନରେ ସ୍ଥିତି ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି । ସେଠାରେ ତାଲିବାନ କବ୍ଜା କରିବା ପରଠାରୁ ଭାରତ ନିଜ ନାଗରିକମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରଖିଛି । ଯଥା ସମ୍ଭବ ଲୋକଙ୍କୁ ସେଠାରୁ ଉଦ୍ଧାର କରାଯାଉଛି ।
ରାଜଧାନୀ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ସରକାର ସେପ୍ଟେମ୍ବର ୧ ରୁ ୯ମରୁ ଦ୍ୱାଦଶ ଏବଂ ୮ ତାରିଖରୁ ୬ଷ୍ଠରୁ ୮ମ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି। ଗଠିତ ବିଶେଷଜ୍ଞ କମିଟିର ମତାମତକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ରାଜଧାନୀରେ ଧୀରେ ଧୀରେ ସ୍କୁଲଗୁଡ଼ିକ ଖୋଲାଯିବା ଉଚିତ ବୋଲି ବିଶେଷଜ୍ଞ କମିଟି ପରାମର୍ଶ ଦେଇଛନ୍ତି।
ପୁଣି ପୋଲିସ ବାବୁଙ୍କ ଦାଦାଗିରିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ନିଜ ପଦବୀର ଦୁରୁପଯୋଗ କରି ଜଣେ ପରିବା ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଏପରି ଭାବରେ ମାଡ଼ ମାରିଛନ୍ତି ଯାହାକୁ ନେଇ କେବଳ ବିହାର ପାଟନା ନୁହେଁ ବରଂ ପୂରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଘଟଣାରେ କୌଣସି ବଡ଼ କାରଣ ନଥିବା ପରେ ବି ପରିବା ବିକାଳିଙ୍କୁ ମନଇଚ୍ଛା
ରାଜସ୍ଥାନର ଶେଖୱାଟୀ ଅଞ୍ଚଳସ୍ଥିତ ଚୁରୁରେ ଲୋକମାନେ ବିଷାକ୍ତ ସାପ ସହିତ ଖେଳିବାକୁ ଭଲ ପାଆନ୍ତି । ଏହା ସେଠାକାର ଲୋକଙ୍କର ଏକ ପ୍ରକାର ସୌକ । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ଶତ ପ୍ରତିଶତ ସତ ।
ଦୀର୍ଘଦିନ ହେବ କଂଗ୍ରେସରେ କନ୍ଦଳ ଲାଗିରହିଛି। ଦଳର ନେତାମାନେ ଖୋଲାଖୋଲି ଗଣମାଧ୍ୟମ ସାମ୍ନାରେ ଅନ୍ୟ ନେତାଙ୍କ ବିରୋଧରେ ମନ୍ତବ୍ୟ ଦେଉଛନ୍ତି। ଯାହାକୁ ନେଇ ଚିନ୍ତାରେ ଏବେ ହାଇକମାଣ୍ଡ ଅଛନ୍ତି।
ପ୍ରବଳ ବର୍ଷାରେ ବେହାଲ ହେଲାଣି ଡ଼େରାଡୁନ୍। ଯେଉଁ ଆଡ଼େ ଦେଖିବେ ଖାଲି ପାଣି ହିଁ ପାଣି । ପ୍ରବଳ ବର୍ଷା ପାଇଁ ବନ୍ୟାସ୍ଥିତି ଉପୁଜିଲାଣି। ସ୍ଥିତି ଏମିତି ହେଲାଣି ଯେ, ଅନେକ ତଳିଆ ଅଂଚଳରେ ବନ୍ୟାସ୍ଥିତି ଉପୁଜିଲାଣି। ଯାହାକୁ ନେଇ ଚିନ୍ତାରେ ତଳିଆ ଅଂଚଳବାସୀ। ୪୮ ଘଂଟା ଧରି ଲଗାଣ ବର୍ଷା ହେବାରୁ ଡେରାଡୁନ୍-ହୃଷିକେଶ୍ ରାସ୍ତାରେ ଏକ ବ୍ରିଜ୍ ଭାଙ୍ଗିଯାଇଛି
ଦେଶରେ ପୁଣି ବଢିବାରେ ଲାଗିଛି କରୋନା। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୪୪,୬୫୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାସହ ଗତ ୨୪ ଘଂଟାରେ ୪୯୬ ଜଣଙ୍କ ଆକ୍ରାନ୍ତଙ୍କ ପ୍ରାଣ ନେଇଛି ମହାମାରୀ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୨୬,୦୩,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪,୩୬,୮୬୧ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା
ରାଜ୍ୟର ବର୍ଦ୍ଧିତ ଲୋକ ସଂଖ୍ୟା ତଥା ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଯୁକ୍ତି ଦିଆଯିବ ଅଧିକ ୬୦ ହଜାର ପୋଲିସ
ଆସାମର ଦିମା ହାସାଓ ଜିଲ୍ଲାର ଉମରଙ୍ଗସୋ ଲଙ୍କା ରାସ୍ତାରେ ସାତୋଟି ଟ୍ରକକୁ ଜାଳି ଦେଇଥିଲେ ଉଗ୍ରବାଦୀ । ଏହି ଘଟଣାରେ ୫ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ସନ୍ଦିଗ୍ଧ ଉଗ୍ରବାଦୀମାନେ ଟ୍ରକ ଜାଳିବା ପୂର୍ବରୁ ଅନେକ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ।
ଶ୍ରମିକଙ୍କ ମସିହା ତଥା ଲୋକପ୍ରିୟ ଅଭିନେତା ସୋନୁ ସୁଦ ଆଜି ରାଜଧାନୀ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବଂ ଅଭିନେତା ସୋନୁ ସୁଦ୍ ଶୁକ୍ରବାର ଦିନ ୧୦ଟାରେ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ନେତୃତ୍ୱ ବଦଳାଇବା ପାଇଁ ଗୋଷ୍ଠୀ ବିବାଦ ଚରମରେ । ଛତିଶଗଡରେ ଅଢ଼େଇ ଅଢ଼େଇ ବର୍ଷର ମୁଖ୍ୟମନ୍ତ୍ରୀ ପଦ ବିବାଦ ପୁଣି ସାମ୍ନାକୁ ଆସିଛି । ଭୂପେଶ ବଘେଲ, ଦଳର ୨୦ରୁ ଅଧିକ ବିଧାୟକଙ୍କୁ ଧରି ଦିଲ୍ଲୀରେ ଡେରା ପକାଇଛନ୍ତି । ଦଳର ୨ ବରିଷ୍ଠ ନେତାଙ୍କ ମଧ୍ୟରେ ବିବାଦ ବଢ଼ୁଥିବାରୁ ଏହାର ସମାଧାନ ପାଇଁ ରାହୁଲ ଗାନ୍ଧି ନିକଟରେ ଏକ ବୈଠକ କରିଥିଲେ, ହେଲେ ସେଥିରେ କୌଣସି ସମାଧାନର ବାଟ ବାହାରି ପାରିଲା ନାହିଁ ।
ଶୁଆମାନଙ୍କୁ ସମସ୍ତେ ପିଞ୍ଜରା ଭିତରେ ରଖନ୍ତି। ତାଙ୍କୁ ଖାଇବାକୁ ଦିଅନ୍ତି। ହେଲେ କାଳେ ଉଡ଼ିଯିବେ ସେଥିପାଇଁ ମୁକ୍ତ କରନ୍ତି ନାହିଁ। ପକ୍ଷୀଟିଏକୁ ନିଜ ଘରେ ପାଳନ୍ତି ସିନା, ହେଲେ ସ୍ୱାଧୀନତା ଦିଅନ୍ତି ନାହିଁ। ନିଜ ଅଧିନରେ ରଖନ୍ତି। ଏଥିପାଇଁ ପକ୍ଷୀମାନେ ଭୀତତ୍ରସ୍ତ ହୋଇ ମନ ଦୁଃଖରେ ରୁହନ୍ତି। ପିଞ୍ଜରା ଭିତରେ ଛଟପଟ ହୁଅନ୍ତି।
କରୋନା ମୁକାବିଲା ନେଇ କେରଳ ସରକାରଙ୍କୁ ଟାର୍ଗେଟ୍ କଲେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର । ଦେଶର କରୋନା ହଟସ୍ପଟ ପାଲଟିଥିବା କେରଳରେ ସରକାରଙ୍କର କୋଭିଡ ମାନେଜମେଣ୍ଟକୁ ସମାଲୋଚନା କରି ଯୁବ କଂଗ୍ରେସର ପ୍ରତିବାଦ ।
ଆଫଗାନିସ୍ତାରେ ସ୍ଥିତି ଭୟଙ୍କର । ଚାରିଆଡ଼େ ହାହାକାର ପରିସ୍ଥିତି । ଖାଇବାକୁ ଖାଦ୍ୟ ନାହିଁ କି ଶୋଷ ମେଣ୍ଟାଇବାକୁ ପାଣି ନାହିଁ । ଭାତ ପ୍ଲେଟ୍ ୭ ହଜାର ଟଙ୍କା ହୋଇଥିବା ବେଳେ ପାଣି ଲିଟର ୩ ହଜାର ଟଙ୍କା ।
କେବଳ ଏତିକି ନୁହେଁ ବରଂ ଅନ୍ୟ ଏକ ସ୍କୁଲରେ ବି ୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହା ଫଳରେ ବିଏମସିର ଚିନ୍ତା ବଢିଛି। କରୋନା ସଂକ୍ରମଣ ଘଟଣା ଜଣାପଡ଼ିବା ପରେ ଏବେ ୯୫ ଜଣଙ୍କ କରୋନା ଟେଷ୍ଟ୍ କରାଯାଇଛି। ଆଉ ଯେଉଁମାନଙ୍କ ମଧ୍ୟରୁ ୨୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଘଟଣା ଜଣାପଡ଼ିବା ପରେ ସ୍କୁଲକୁ ସିଲ୍ କରିଛି ବିଏମ୍ସି।
ଲୋକଙ୍କୁ ଟିକା ଦେବା ପାଇଁ ଜୀବନକୁ ବାଜି ଲଗେଇଲେ ସ୍ୱାସ୍ଥ୍ୟକର୍ମୀ। ନଦୀ ଭିତରେ ପଶି ଗାଁ ଗଲେ ଓ ଲୋକଙ୍କୁ ଟିକା ଦେଲେ।
ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୪୬,୧୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଂଟାରେ ୬୦୭ ଜଣଙ୍କ ଯାଇଛି ଜୀବନ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୨୫,୫୮,୫୩୦ ଏତିକି ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪,୩୬,୩୬୫ରେ ପହଞ୍ଚିଛି
କାବୁଲ୍ରେ ତାଲିବାନୀ ସଫେଦ୍ ଝଣ୍ଡା ଉଡ଼ିବା ପରେ, ଉତ୍ସାହିତ ବିଭିନ୍ନ ଆତଙ୍କୀ ସଂଗଠନ । ସତେ ଯେମିତି ସେମାନଙ୍କୁ ମିଳିଯାଇଛି ନୂଆ ଭୂସ୍ୱର୍ଗ । ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ତାଲିବାନ୍ର ବିଜୟ ଉତ୍ସବ ପାଳିଛି ଭାରତ ବିରୋଧୀ ଆତଙ୍କୀ ଗତିବିଧିରେ ଲିପ୍ତ ଜୈସ୍-ଇ-ମହମ୍ମଦ ଓ ଲସ୍କର୍-ଏ-ତୋଇବା ।
ବୁଧବାର ରାଜସ୍ଥାନର ବାଡ଼ମେର ଜିଲ୍ଲାର ଭୁଟାରିଆ ଗାଁ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ବାୟୁସେନାର ଏକ ମିଗ୍ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ବିହାରର ପାଟନାବାସୀଙ୍କ ପାଇଁ ଖୁସି ଖବର । ପରିବା କିଣିବା ପାଇଁ ଆଉ ବଜାର କିମ୍ବା ମଣ୍ଡିକୁ ଯିବାକୁ ପଡିବ ନାହିଁ । ଘରେ ବସି ରାଜଧାନୀବାସୀ ପାଇପାରିବେ ତାଜା ଓ ସତେଜ ପନିପରିବା । ମାତ୍ର କିଛି ଘଣ୍ଟାରେ ସିଧାସଳଖ କ୍ଷେତରୁ ଘରେ ଆସି ପହଞ୍ଚିବ ପରିବା । ଯାହାର ଦର ମଧ୍ୟ ବଜାର ମୂଲ୍ୟ ଠାରୁ କମ୍ ରହିବ । ଏନେଇ ଏକ ଯୋଜନାକୁ ଉନ୍ମୋଚନ କରାଯାଇଛି ।
ଭାରତ ସବୁବେଳେ ତାଲିବାନର ଆଚରଣ ଓ ବ୍ୟବହାରକୁ ବିରୋଧ କରିଆସିଛି । ତାଲିବାନର ଆତଙ୍କୀ କାର୍ଯ୍ୟକଳାପକୁ ଭାରତ ସବୁବେଳେ ନିନ୍ଦା କରୁଛି । ହେଲେ ଭାରତରେ ହିଁ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ତାଲିବାନ ସମର୍ଥନରେ ନିଜର ବୟାନ ଦେଉଛନ୍ତି ।
ଜାମିନ ପାଇବା ପରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ କହିବା କଥା ସେ ଯାହା କହିଛନ୍ତି, ସେଥିରେ ସେ ଅଟଳ। ସେ କହିଛନ୍ତି ଯେ- “ମୁଁ ଏମିତି କ’ଣ କହିଲି ଯେ ଯାହା ଦ୍ୱାରା ସେହି ଲୋକମାନେ ରାଗିଗଲେ? ମୁଁ କହିଲି ଯେ ଯିଏ ନିଜ ଦେଶ ପାଇଁ ଗର୍ବ କରେ ନାହିଁ, ଯିଏ ନିଜର ଜାତୀୟ ପର୍ବକୁ ମନେ ରଖେ ନାହିଁ, ମୋର ଏହି କଥାଗୁଡ଼ିକ ରେକର୍ଡ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ କ’ଣ କହିଥିଲେ? ଯିଏ ମାତୋଶ୍ରୀଙ୍କ ବିରୁଦ୍ଧରେ କହିବ, ତା’ର ମୁହଁ ଭାଙ୍ଗିଦିଆଯିବ। ଏହା ଅପରାଧ ନୁହେଁ କି?”
ଆଫଗାନିସ୍ତାନ ସ୍ଥିତିକୁ ନେଇ CDS ବିପିନ ରାୱତଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ । ସେ କହିଛନ୍ତି, ‘ଆଫଗାନ୍ରେ ଯାହା ଘଟିବ ବୋଲି ଭାବିଥିଲୁ ତାହା ଘଟିଲା ବୋଲି କହିଛନ୍ତି CDS ବିପିନ୍ ରାୱତ ।
ଦୁନିଆରେ ଏମିତି ଅନେକ ଘଟଣା ଘଟେ ଯାହା ଅଜବ ଲାଗେ। ଏହାକୁ ନେଇ ଦେଶ-ବିଦେଶରେ ଅନେକ ଚର୍ଚ୍ଚା ମଧ୍ୟ ହୁଏ। ବେଳେ ବେଳେ ଏପରି ଘଟଣା ଶୁଣି ବିଶ୍ୱାସ ମଧ୍ୟ କରିହୁଏନି। ଏହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଭାରତରେ ଏମିତି ଏକ ଜାଗା ଅଛି ଯେଉଁଠାରେ ଅଧିକାଂଶ ପିଲା ଯାଆଁଳା ହୋଇ ଜନ୍ମ ନିଅନ୍ତି। ଏହା କେରଳର ମାଲାପୁରାମ ଜିଲ୍ଲାର କୋଡିନ୍ହି ଗ୍ରାମରେ ଅବସ୍ଥିତ। ଗାଁର ଏହି ଖବର ଦୀର୍ଘ ଦିନ ହେବ ଦେଶ ତଥା ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି।
ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକାଇବା ପରେ ସିଆଇଏସ୍ଏଫ୍ ASI ସୋମନାଥ ମହାନ୍ତିଙ୍କୁ ହଇରାଣ କରାଯାଇଥିବା ଖବରକୁ ଖଣ୍ଡନ କରିଛି ସିଆଇଏସ୍ଏଫ୍। ବରଂ ସୋମନାଥଙ୍କ କର୍ତ୍ତବ୍ୟପରାୟଣତା ପାଇଁ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି। ସେ ଫୋର୍ସରେ ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ଟ୍ୱିଟ୍ କରି ସୂଚନା ଦେଇଛି CISF। ୫ ହଜାର ଟଙ୍କା ଓ CISF ଡିଜିଙ୍କ ଦ୍ୱାରା ତାଙ୍କୁ ମାନପତ୍ର ବି ପ୍ରଦାନ କରାଯାଇଛି