• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ତାଲିବାନ ନାଁରେ ଏଣ୍ଟ୍ରି କରିଥିଲା ଟିମ୍‌ ।

  • ଆୟୋଜକ ଦେଖାଇଲେ ବାହାରର ରାସ୍ତା ।

ରାଜସ୍ଥାନ: ଭାରତ ସବୁବେଳେ ତାଲିବାନର ଆଚରଣ ଓ ବ୍ୟବହାରକୁ ବିରୋଧ କରିଆସିଛି । ତାଲିବାନର ଆତଙ୍କୀ କାର୍ଯ୍ୟକଳାପକୁ ଭାରତ ସବୁବେଳେ ନିନ୍ଦା କରୁଛି । ହେଲେ ଭାରତରେ ହିଁ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ତାଲିବାନ ସମର୍ଥନରେ ନିଜର ବୟାନ ଦେଉଛନ୍ତି । କିଛି ମୁସଲମାନ ନେତା ତାଲିବାନ କାର୍ଯ୍ୟକଳାପକୁ ସଠିକ୍‌ ବୋଲି ଦର୍ଶାଇବାକୁ ମଧ୍ୟ ପଛାଉ ନାହାନ୍ତି । ରାଜସ୍ଥାନର ଜୈସଲମେରରୁ ମଧ୍ୟ ଏଭଳି ଏକ ଘଟଣା ଏବେ ସାମ୍ମାକୁ ଆସିଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଜସ୍ଥାନ ଜୈସଲମେରରେ ଚାଲିଥିବା ଏକ କ୍ରିକେଟ୍ ଟୁର୍ନାମେଣ୍ଟରେ ସାମିଲ ହେବା ପାଇଁ ଗୋଟିଏ କ୍ରିକେଟ୍ ଟିମ୍‌ ଆସିଥିଲା । ଆଉ ସେହି ଟିମ୍‌ର ନାଁ ଥିଲା ତାଲିବାନ । ଯେତେବେଳେ ଲୋକମାନେ ଏହି ଟିମ୍‌ର ନାଁ ତାଲିବାନ ବୋଲି ଜାଣିଲେ, ସେତେବେଳେ ସେମାନେ ଟିମ୍‌କୁ ଟୁର୍ନାମେଣ୍ଟରୁ ବିଦା କରିବା ପାଇଁ ଦାବି କଲେ ।

ସୂଚନାନୁଯାୟୀ, ଜୈସଲମେରର ଜୈସୁରାନା ଗାଁରେ ଆଲ୍ଲାଉଦ୍ଦିନ ଖାନଙ୍କ ସ୍ମୃତିରେ ଆଗଷ୍ଟ ୨୨ ତାରିଖରୁ ଏକ କ୍ରିକେଟ୍ ଟୁର୍ନାମେଣ୍ଟର ଆୟୋଜନ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଟିମ୍‌ ଖେଳୁଛନ୍ତି । କିନ୍ତୁ ଯେତେବେଳେ ଗୋଟିଏ ଟିମ୍‌ର ନାଁ ତାଲିବାନ ବୋଲି ଆୟୋଜକ ଜାଣିବାକୁ ପାଇଲେ, ସେତେବଳେ ସେହି ଟିମ୍‌କୁ ଟୁର୍ଣ୍ଣାମେଣ୍ଟରୁ ବାହାର କରିଦେଲେ ।

ଅନ୍‌ଲାଇନ୍‌ରେ ହୋଇଥିଲା ଟିମ୍‌ ଏଣ୍ଟ୍ରି

କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆୟୋଜକ କମିଟି ସୂଚନା ଦେଇଛି ଯେ, ଖେଳୁଥିବା ସମସ୍ତ ଟିମ୍‌ ଅନ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ଏଣ୍ଟ୍ରି କରିଛନ୍ତି । ପ୍ରଥମେ ଆମେ ଜାଣିନଥିଲୁ କି ତାଲିବାନ୍ ନାଁରେ ବି ଏକ ଟିମ୍ ଅଛି । କିନ୍ତୁ ଯେତେବେଳେ ଏହା ଜାଣିବାକୁ ପାଇଲୁ, ସେତେବେଳେ ଟିମ୍‌କୁ ଟୁର୍ଣ୍ଣାମେଣ୍ଟରୁ ବାହାର କରିଦିଆଗଲା । କମିଟି ପକ୍ଷରୁ କୁହାଯାଇଛି ଯେ, ଏଠାରେ କଟ୍ଟରପନ୍ଥୀ ଚିନ୍ତାଧାରା ରଖୁଥିବା ଲୋକଙ୍କ ପାଇଁ କୌଣସି ସ୍ଥାନ ନାହିଁ ।

ଅନ୍ୟପଟେ ଭାରତ ଓ ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଜୈସଲମେର ରହିଥିବାରୁ ଏହା ଏକ ସମ୍ବେଦନଶୀଳ ଜିଲ୍ଲା ଭାବେ ବିବେଚନା କରାଯାଏ । ଏଠାରେ ସବୁବେଳେ ଆତଙ୍କବାଦୀଙ୍କ ଭୟ ଲାଗି ରହିଥାଏ । ତେଣୁ ପୁରା ଅଞ୍ଚଳକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥାଏ । ଟୁର୍ଣ୍ଣାମେଣ୍ଟ ଖେଳାଯାଉଥିବା ଗାଁରେ ଅଧିକ ସଂଖ୍ୟାରେ ଲଘୁ ସଂମ୍ପ୍ରଦାୟର ଲୋକ ବାସ କରନ୍ତି ।