Advertisment

ସଲମାନଙ୍କୁ ଅଟକାଇଥିବା CISF ଏଏସ୍‌ଆଇଙ୍କୁ ହଇରାଣ କରିଥିବା ଖବର ଗୁଜବ

ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକାଇବା ପରେ ସିଆଇଏସ୍ଏଫ୍ ASI ସୋମନାଥ ମହାନ୍ତିଙ୍କୁ ହଇରାଣ କରାଯାଇଥିବା ଖବରକୁ ଖଣ୍ଡନ କରିଛି ସିଆଇଏସ୍ଏଫ୍। ବରଂ ସୋମନାଥଙ୍କ କର୍ତ୍ତବ୍ୟପରାୟଣତା ପାଇଁ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି। ସେ ଫୋର୍ସରେ ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ଟ୍ୱିଟ୍ କରି ସୂଚନା ଦେଇଛି CISF। ୫ ହଜାର ଟଙ୍କା ଓ CISF ଡିଜିଙ୍କ ଦ୍ୱାରା ତାଙ୍କୁ ମାନପତ୍ର ବି ପ୍ରଦାନ କରାଯାଇଛି

author-image
Sarbeswar
ଅଦ୍ୟତନ ହୋଇଛି
cisf

cisf

ମୁମ୍ବାଇ: ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକାଇବା ପରେ ସିଆଇଏସ୍ଏଫ୍ ASI ସୋମନାଥ ମହାନ୍ତିଙ୍କୁ ହଇରାଣ କରାଯାଇଥିବା ଖବରକୁ ଖଣ୍ଡନ କରିଛି ସିଆଇଏସ୍ଏଫ୍। ବରଂ ସୋମନାଥଙ୍କ କର୍ତ୍ତବ୍ୟପରାୟଣତା ପାଇଁ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି। ସେ ଫୋର୍ସରେ ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ଟ୍ୱିଟ୍ କରି ସୂଚନା ଦେଇଛି CISF। ୫ ହଜାର ଟଙ୍କା ଓ CISF ଡିଜିଙ୍କ ଦ୍ୱାରା ତାଙ୍କୁ ମାନପତ୍ର ବି ପ୍ରଦାନ କରାଯାଇଛି ।

Advertisment

ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ, ସଲମାନଙ୍କୁ ଅଟକାଇବା ପରେ ସେ ଅଡୁଆରେ ପଡ଼ିଥିଲେ । ଏମିତିକି ସେ ପ୍ରଟୋକଲ ଭାଙ୍ଗିଥିବା କୁହାଯାଇଥିଲା। ଏହି ଖବର ଠିକ ନୁହେଁ ବୋଲି ଏବେ ସ୍ପଷ୍ଟ କରିଛି ସିଆଇଏସ୍ଏପ୍। ଗତ ୨୦ ତାରିଖରେ ମୁମ୍ବାଇ ବିମାନବନ୍ଦରରେ ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ସିକ୍ୟୁରିଟି ଚେକ୍ ପାଇଁ ଅଟକାଇ ଚର୍ଚ୍ଚାକୁ ଆସିଥିଲେ ସୋମନାଥ ମହାନ୍ତି ।

Advertisment
Salman Khan India Mumbai
Advertisment
Advertisment