ଆପଣ ଟେଲିଗ୍ରାମ ବ୍ୟବହାର କରୁଛନ୍ତି କି? ଯଦି ଆପଣଙ୍କ ଉତ୍ତର ହଁ ହୋଇଥାଏ, ତେବେ ହୋଇ ଯାଆନ୍ତୁ ସାବଧାନ। କାରଣ ଆପଣଙ୍କ ଉପରେ ନଜର ରଖିଛନ୍ତି ହ୍ୟାକର। କୌଣସି ସମୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରି ପାରନ୍ତି। ଏମିତି ଚର୍ଚ୍ଚା ଏବେ ଜୋର ଧରିଛି।
ହୁ ହୁ ହୋଇ ବଢି ଚାଲିଛି ରୋଷେଇ ଗ୍ୟାସ ସିଲିଣ୍ଡର ଦର। ବର୍ତ୍ତମାନ ସମୟରେ ଗୋଟିଏ ସିଲିଣ୍ଡରକୁ ମାସେ ଚଳାଇବା ବହୁତ କଷ୍ଟକର ହୋଇ ପଡୁଛି। ଧନୀଠୁ ଗରୀବ ସମସ୍ତେ ଚାହାନ୍ତି ଗୋଟିଏ ସିଲିଣ୍ଡର କେମିତି ମାସେରୁ ଅଧିକ ଦିନ ଯାଉ ବୋଲି
ପଶ୍ଚିମବଙ୍ଗ ଭବାନୀପୁର ଆସନରୁ ବିପୁଳ ଭୋଟ୍ରେ ଜିତିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପିର ପ୍ରିୟଙ୍କା ତିବ୍ରେୱାଲଙ୍କୁ ୫୮ ହଜାରରୁ ଅଧିକ ଭୋଟରେ ହରାଇ ମମତା ଜିତିଛନ୍ତି। ଆଜି ଭୋଟ ଗଣତି ଆରମ୍ଭରୁ ହିଁ ଆଗୁଆ ଥିଲେ ମମତା ବାନାର୍ଜୀ ।
ମୁମ୍ବାଇରେ ହାଇ ପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଘଟଣାରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ଙ୍କୁ ଜେରା କରାଯାଉଛି। ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ଫୋନ୍ରେ ସେ କାହା କାହା ସହ କ’ଣ ସବୁ ଚାଟ୍ କରିଥିଲେ ସେନେଇ ଯାଞ୍ଚ କରାଯାଉଛି।
ନମାମି ଗଙ୍ଗେ ୨.୦ ଆରମ୍ଭ କରିବେ ମୋଦି ସରକାର । ଗଙ୍ଗା ଏବଂ ଏହାର ସହାୟକ ନଦୀଗୁଡ଼ିକର ସ୍ୱଚ୍ଛତା ଏବଂ ଶୁଦ୍ଧତା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର “ନମାମି ଗଙ୍ଗେ ୨.୦” ଯୋଜନା ଆରମ୍ଭ କରିବେ । ସୂତ୍ର ଅନୁସାରେ ରାଷ୍ଟ୍ରିୟ ସ୍ୱଚ୍ଛ ଗଙ୍ଗା ମିଶନ୍ ଅଧୀନରେ ଥିବା ନମାମି ଗଙ୍ଗେ ୨.୦' ଯୋଜନାକୁ ଅନ୍ତିମ ରୂପ ଦିଆଯାଉଛି ।
ପୁଣି ବଢ଼ିଲା ତେଲ ଦର । ସଙ୍କଟ ସମୟରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର । ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ସ୍ତରରେ ରହିଛି । ଅକ୍ଟୋବରରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରତିଦିନ ବୃଦ୍ଧି ପାଉଛି ।
ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଏହି ରେଭ୍ ପାର୍ଟି ବେଳେ ଉପସ୍ଥିତ ଥିଲେ। ଆର୍ଯ୍ୟନଙ୍କୁ ଏହି ପାର୍ଟିକୁ ଗେଷ୍ଟ ଭାବେ ଆମନ୍ତ୍ରଣ କରାଯାଇଥିଲା ବୋଲି ସୂଚନା ମିଳିଛି।
ଇଷ୍ଟର୍ଣ୍ଣ ଏୟାର କମାଣ୍ଡ୍ ର ଏୟାର୍ ଅଫିସର୍ କମାଣ୍ଡିଂ ଇନ୍ ଚିଫ୍ ପଦରେ ନିଯୁକ୍ତ ହୋଇଛନ୍ତି ଏୟାର୍ ମାର୍ଶଲ ଦିଲୀପ କୁମ…
ଫୋକସ୍ରେ ଭବାନୀପୁର । ପଶ୍ଚିମବଙ୍ଗର ହାଇପ୍ରୋଫାଇଲ୍ ଭବାନୀପୁର ବିଧାନସଭା ଆସନ ନେଇ ଭୋଟ୍ ଗଣନା ଚାଲିଛି । ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରେ ଲିଡ୍ରେ ଅଛନ୍ତି । ଆଜି ଭୋଟ ଗଣତି ଆରମ୍ଭରୁ ହିଁ ଆଗୁଆ ଅଛନ୍ତି ମମତା ବାନାର୍ଜୀ ।
ମୁମ୍ବାଇରେ ଏକ ହାଇ ପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟି ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ରେଡ୍ କରିଛି। ଗତକାଲି ରାତିରେ ମୁମ୍ବାଇରେ ମଝି ସମୁଦ୍ରରେ ଥିବା ଏକ କ୍ରୁଜ୍ରେ ରେଭ୍ ପାର୍ଟି ଚାଲିଥିବା ଖବର ପାଇ ଏନ୍ସିବି ଅଚାନକ୍ ଚଢ଼ଉ କରିଥିଲା। ଏହି ସମୟରେ କ୍ରୁଜ୍ ଜାହାଜରୁ ବହୁ ପରିମାଣର ବ୍ୟାନ୍ ହୋଇଥିବା ଗଞ୍ଜେଇ, କୋକେନ୍, ଏମ୍ଡି ଇତ୍ୟାଦି ଜବତ ହୋଇଛି।
ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାର ପର୍ଦ୍ଦାଫାଶ ହେବ କି ? କାହିଁକି ଓ କିପରି ଜୀବନ ହରାଇଲେ ମହନ୍ତ ? କିଏ ଉସକାଇଥିଲା ନା ସେ ବିଷାଦଗ୍ରସ୍ତ ଥାଇ ଏପରି ନିଷ୍ପତ୍ତି ନେଇଛନ୍ତି ? ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ କଡ଼ିକୁ କଡ଼ି ଯୋଡ଼ି ଛାନଭିନ୍ କରୁଛି ସିବିଆଇ ।
ସୁଧୁରୁନି ପଡ଼ୋଶୀ ଦେଶ, ପୁଣି ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ବ୍ୟସ୍ତ । କେତେବେଳେ ଅନୁପ୍ରବେଶ ଉଦ୍ୟମ ତ କେତେବେଳେ ଅସ୍ତ୍ରବିରତି ଉଲ୍ଲଂଘନ ଆଉ ପୁଣି କେତେବେଳେ ବେଆଇନ୍ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ । ସୀମା ନିକଟସ୍ଥ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ସର୍ବଦା ଚେଷ୍ଟା କରୁଛି ପାକିସ୍ତାନ ।
ଦେଶରେ ବିଜୁଳି ସଙ୍କଟ ସମ୍ଭାବନା । ଘୋର ବିଜୁଳି ସଙ୍କଟ ଦେଇ ଗତି କରୁଥିବା ଚୀନ ପରି ଭାରତର ମଧ୍ୟ ସ୍ଥିତି ହୋଇପାରେ । ଅନେକ ଶିଳ୍ପ ଗୁଡିକର ବିଦ୍ୟୁତ୍ କାଟ୍ କରାଯାଉଛି । ଏହାର ପ୍ରଭାବ ଶିଳ୍ପ ଗୁଡିକର ଅର୍ଥ ବ୍ୟବସ୍ଥା ଉପରେ ପଡ଼ିପାରେ ବୋଲି କୁହାଯାଉଛି । କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ଏଜେନ୍ସି ଦ୍ୱାରା ଦିଆଯାଇଥିବା କୋଇଲା ତଥ୍ୟର ମୂଲ୍ୟାଙ୍କନ କରି ବିଶେଷଜ୍ଞମାନେ ଏପରି ଚେତାବନୀ ଦେଇଛନ୍ତି
ଭବାନୀପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନାମ ବିଜେପି ଯୁବ ଚେହେରା ପ୍ରିୟଙ୍କାଙ୍କ ମଧ୍ୟରେ ଲଢେଇ ଚାଲିଛି। ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ବିଜେପି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ବିପକ୍ଷରେ ହାରିବା ପରେ ଭବାନୀପୁରରୁ ପୁଣି ନିର୍ବାଚନ ଲଢ଼ିଛନ୍ତି ମମତା। ତେଣୁ ଏହି ନିର୍ବାଚନ ପଶ୍ଚିମବଙ୍ଗ ରାଜନୀତିରେ ବେଶ ଗୁରୁତ୍ୱବହନ କରୁଛି।
ମୁମ୍ବାଇରେ ହାଇ ପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟି ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ରେଡ୍ କରିଛି। ଘଟଣାରେ ଏନ୍ସିବି ୧୦ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଜଣେ ବଲିଉଡ୍ ସୁପରଷ୍ଟାରଙ୍କ ପୁଅ ରହିଛି।
ଡ୍ରାଗନ୍ ବଦମାସି କଲେ ମିଳିବ ବଜ୍ର ପ୍ରହାର। ଲଦାଖରେ ଭାରତୀୟ ସେନାକୁ ମିଳିଲା ବଜ୍ରର ବଳ। ପ୍ରଥମ ଥର ପାଇଁ ସେଠାରେ ମୁତୟନ ହେଲା K-9 ବଜ୍ର ରେଜିମେଣ୍ଟ୍ । ଏହି ବିଶାଳ ଯୁଦ୍ଧାସ୍ତ୍ରଗୁଡ଼ିକ ହେଉଛି K9 ବଜ୍ର ସେଲ୍ଫ ପ୍ରୋପେଲ୍ଡ୍ ହାଓ୍ୱିଟର
ଦେଶରେ ଦିଆଗଲା ୯୦ କୋଟିରୁ ଅଧିକ ଡୋଜ୍ କରୋନା ଟିକା। ଦେଶରେ କୋଭିଡ୍ ଟିକାକରଣ ଅଭିଯାନ ୯୦ କୋଟି ଡୋଜ୍ ଟପିଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଅନୁସନ୍ଧାନ ସ୍ଲୋଗାନ୍ ଦେଇଥିଲେ ଏବଂ କରୋନା ଭ୍ୟାକ୍ସିନ ସେହି ଅନୁସନ୍ଧାନର ଫଳ ବୋଲି ସେ ଲେଖିଛନ୍ତି ।
କୁହାଯାଏ ବିଦ୍ୟା ଦଦାତି ବିନୟମ୍, ବିନୟ ଦଦାତି ପାତ୍ରତମ। ସିଭିଲ ସର୍ଭିସ ପରୀକ୍ଷା (ୟୁପିଏସ୍ସି ପରୀକ୍ଷା ଫଳାଫଳ) ରେ ୫୨ତମ ସ୍ଥାମ ପାଇଥିବା ଆଶିଷ କୁମାର ମିଶ୍ର ଏହାକୁ ବାସ୍ତବତାରେ ଦର୍ଶାଇଛନ୍ତି। ସାଧାରଣତଃ ଶିଷ୍ୟମାନେ ସେମାନଙ୍କର ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରନ୍ତି। କିନ୍ତୁ ଯେତେବେଳେ ବିହାରର ପୁର୍ନିଆ ଜିଲ୍ଲାର ବାସିନ୍ଦା ଆଶିଷ ତାଙ୍କ ସ୍କୁଲ୍ର ଆୟାଙ୍କ ପାଦ ଛୁଇଁଲେ ଏବଂ ତାଙ୍କୁ ପ୍ରଣାମ କଲେ, ସେତେବେଳେ ତାଙ୍କ ଆଖିରୁ ଲୁହ ଝରିଗଲା।
କୃଷକଙ୍କୁ ମନାଇବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଉଦ୍ୟମ ଜାରି ରହିଛି। ଆନ୍ଦୋଳନ କରିଥିବା କୃଷକଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ପାଇଁ ବଡ ନିଷ୍ପତି ନେଇଛନ୍ତି ସରକାର। କୃଷି ବିଲ ପ୍ରତ୍ୟାହାର ଦାବିରେ ରେଲୱେ ଟ୍ରାକ୍ ଉପରେ ଧାରଣା ଦେଇଥିବା ଚାଷୀଙ୍କ ବିରୁଦ୍ଧରେ ମାମଲା ହୋଇଥିଲା
ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ମିଳିଛି। ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ହେଲେ ନିଯୁକ୍ତ। ପ୍ରଥମ ଓଡ଼ିଆ ଭାବେ ଏହି ଦାୟିତ୍ୱ ପାଇଲେ ଏୟାର ମାର୍ଶାଲ ଦିଲୀପ। ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ ଏୟାର ମାର୍ଶାଲ ଦିଲୀପ। ଫାଇଟର ଜେଟ୍ ମିରେଜ୍ ପାଇଲଟ୍ ଭାବେ ଦିଲୀପଙ୍କ ଦକ୍ଷତା ମଧ୍ୟ ରହିଛି
ପୁଣି ବଢିଲା ସୁନା ଦର। ୧୦ ଗ୍ରାମ୍ ପ୍ରତି ପ୍ରାୟ ୫୦୦ ଟଙ୍କା ବଢିଛି ସୁନା ଦର। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ମୂଲ୍ୟ ୧ ଅକ୍ଟୋବର ୨୦୨୧ ଶୁକ୍ରବାର ଦିନ ୦.୦୫ ପ୍ରତିଶତ ହ୍ରାସ ରେକର୍ଡ କରିଛି
ସକାଳୁ ଉଠିବା ମାତ୍ରେ ଆମେ ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତି। କେମିତି ଓ କଣ ଖାଇବା? ସେନେଇ ଅନେକ ସମୟରେ ଆଲୋଚନା ହୋଇଥାଏ। ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଖାଦ୍ୟକୁ ବେଶ୍ ଗୁରୁତ୍ୱ ଦିଅନ୍ତି। ଆଉ ଯେଉଁମାନେ ଖାଦ୍ୟ ପ୍ରିୟ ସେମାନଙ୍କ ପାଇଁ ଏହା ବଡ଼ ଖବର। କାରଣ ଖାଇବା ପ୍ରତିଯୋଗିତା ଜିତିଲେ ଆପଣଙ୍କୁ ବି ମିଳିବ ୨୦ ହଜାର ଟଙ୍କାର ପୁରସ୍କାର
ଏୟାର ଇଣ୍ଡିଆକୁ ଟାଟା ନେଇ ନା ନାହିଁ। ଏହାକୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚା ଚାଲିଛି। କିନ୍ତୁ ଏନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ। ସେ କହିଛନ୍ତି ଯେ ସରକାର ଏପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଉପରେ କୌଣସି ନିଷ୍ପତ୍ତି ନେଇନାହାଁନ୍ତି। ଏଥି ସହିତ, ଏହାର ବିଡର ବିଜେତା ନିର୍ବାଚନ ଏକ ସ୍ଥିର ପ୍ରକ୍ରିୟା ମାଧ୍ୟମରେ କରାଯିବ ।
ନରମିଲେ ସିଦ୍ଧୁ। କହିଲେ, ଦଳରେ କୌଣସି ପଦରେ ରୁହେ କି ନରୁହେ କିନ୍ତୁ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ରହିବି। ଦଳର ଆଦର୍ଶରେ କାମ କରିବି। କେବଳ ଏତିକି ନୁହେଁ ପଞ୍ଜାବର କେମିତି ଉନ୍ନତି ହେବ କଂଗ୍ରେସକୁ ନେଇ ସ୍ୱପ୍ନ ଦେଖୁଥିବା ପଞ୍ଜାବୀଙ୍କ ଆଶା କେମିତି ପୂରଣ ହେବ ସେନଇ କାମ କରିବି ବୋଲି ସିଦ୍ଧୁ ଟ୍ୱିଟ କରି କହିଛନ୍ତି।
କୃଷି ଆଈନକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖି ମୋଦି କହିଛନ୍ତି ଆମେ କୃଷି ଏବଂ କୃଷକ ପାଇଁ ଅନେକ ଯୋଜନା କରୁଛୁ। ଯାହାଦ୍ୱାରା ସେମାନେ ଲାଭ ପାଇପାରିବେ