• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବରେଓ୍ୱାଲଙ୍କ ଠାରୁ ଆଗରେ ମମତା

  • ପ୍ରଥମ ରାଉଣ୍ଡରୁ ଲିଡରେ ଟିଏମସି ସୁପ୍ରିମୋ

କୋଲକାତା : ଫୋକସ୍‌ରେ ଭବାନୀପୁର । ପଶ୍ଚିମବଙ୍ଗର ହାଇପ୍ରୋଫାଇଲ୍ ଭବାନୀପୁର ବିଧାନସଭା ଆସନ ନେଇ ଭୋଟ୍ ଗଣନା ଚାଲିଛି । ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରେ ଲିଡ୍‌ରେ ଅଛନ୍ତି । ଆଜି ଭୋଟ ଗଣତି ଆରମ୍ଭରୁ ହିଁ ଆଗୁଆ ଅଛନ୍ତି ମମତା ବାନାର୍ଜୀ । ମମତା ୯ ହଜାର ୯୭୪ ଖଣ୍ଡ ଭୋଟରେ ଏବେ ସୁଦ୍ଧା ଆଗୁଆ ଅଛନ୍ତି । ମମତାଙ୍କ ବିରୋଧରେ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପିର ପ୍ରିୟଙ୍କା ତିବରେଓ୍ୱାଲ ୩ ହଜାର ୮୨୮ ଖଣ୍ଡ ଭୋଟ୍ ପାଇ ପଛରେ ଅଛନ୍ତି । ମମତା ୬୯.୮୩ ପ୍ରତିଶତ ଭୋଟ୍ ପାଇଥିବାବେଳେ ପ୍ରିୟଙ୍କା ମାତ୍ର ୨୬.୮ ପ୍ରତିଶତ ଭୋଟ୍ ପାଇଛନ୍ତି ।

ସେପଟେ ସକାଳ ୭ରୁ ପ୍ରଥମେ ପୋଷ୍ଟାଲ ବାଲାଟ ଓ ପରେ ଇଭିଏମ୍ ଭୋଟ୍ ଗଣତି ଚାଲିଛି । ମୋଟ୍ ୨୧ ରାଉଣ୍ଡ ଭୋଟ୍ ଗଣତି ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପୋଷ୍ଟାଲ ବାଲଟରେ ମମତା ଆଗୁଆ ଥିବା ଜଣାପଡ଼ିଛି । ମମତାଙ୍କ ବିରୋଧରେ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପିର ପ୍ରିୟଙ୍କା ତିବରେଓ୍ୱାଲ ପଛରେ ଅଛନ୍ତି ।

ସେହିପରି ଜାଙ୍ଗିପୁର ଓ ଶମଶେରଗଞ୍ଜ ଆସନରେ ମଧ୍ୟ ତୃଣମୂଳ କଂଗ୍ରେସ ଆଗଆ ରହିଛି । ତେବେ ଆଜିର ଫଳାଫଳ ମୁଖ୍ୟମନ୍ତ୍ରୀ ମମତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ଉପନିର୍ବାଚନରେ ବିଜୟୀ ହେଲେ ମମତା ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ । ସେପଟେ ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି କାଉଣ୍ଟିଂ ସେଣ୍ଟର ପାଖରେ ୧୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି । ଏହାସହ ଗଣତି କେନ୍ଦ୍ରର ୨ଶହ ମିଟର ମଧ୍ୟରେ ୧୪୪ ଧାରା ଲଗାଯାଇଛି ।

ଗତ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ି ପୂର୍ବତନ ସହଯୋଗୀ ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିଲେ । ଏହାପରେ ତାଙ୍କର ପାରମ୍ପରିକ ଆସନ ଭବାନୀପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିବା ସୁବ୍ରତ ବକ୍ସି ବିଧାୟକ ପଦରୁ ଇସ୍ତଫା ଦେବା ପରେ ଉପନିର୍ବାଚନ ପାଇଁ ରାସ୍ତା ଫିଟିଥିଲା ।