Advertisment

ତୈଳ ଚାବୁକ୍ : ପ୍ରତିଦିନ ବଢ଼ୁଛି ଇନ୍ଧନ ମୂଲ୍ୟ, ଜାଣନ୍ତୁ ଆଜି କେତେ ?

ପୁଣି ବଢ଼ିଲା ତେଲ ଦର । ସଙ୍କଟ ସମୟରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର । ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ସ୍ତରରେ ରହିଛି । ଅକ୍ଟୋବରରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରତିଦିନ ବୃଦ୍ଧି ପାଉଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
petrol price

petrol price

ନୂଆଦିଲ୍ଲୀ : ପୁଣି ବଢ଼ିଲା ତେଲ ଦର । ସଙ୍କଟ ସମୟରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର । ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ଅକ୍ଟୋବରରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରତିଦିନ ବୃଦ୍ଧି ପାଉଛି । ଭାରତୀୟ ତୈଳ କମ୍ପାନୀଗୁଡ଼ିକ ଆଜି (ରବିବାର) ଅର୍ଥାତ୍ ଅକ୍ଟୋବର ୦୩ ରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨୫ ପଇସା ଏବଂ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି କରିଛନ୍ତି । କ୍ରମାଗତ ଚତୁର୍ଥ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ସହିତ ଦେଶରେ ଇନ୍ଧନ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି ।

Advertisment

ପେଟ୍ରୋଲିୟମ ମାର୍କେଟିଂ କମ୍ପାନୀଗୁଡିକର ସଦ୍ୟତନ ତଥ୍ୟ ଅନୁସାରେ ଆଜି ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨୫ ପଇସା ବୃଦ୍ଧି କରାଯାଇଛି । କେବଳ ଏତିକି ନୁହେଁ ଡିଜେଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଛି । ଆଇଓସିଏଲ୍ ଅନୁସାରେ ମୁମ୍ବାଇରେ ବର୍ତ୍ତମାନ ସବୁଠାରୁ ଅଧିକ ରହିଛି ପେଟ୍ରୋଲ ଏବଂ ଡିଜେଲ ଦର ।

Advertisment

ପ୍ରମୁଖ ସହରରେ ଆଜି ପେଟ୍ରୋଲ ଦର

ସହର ନାମ      ପେଟ୍ରୋଲ         ଡିଜେଲ

ଦିଲ୍ଲୀ              ୧୦୨.୩୯       ୯୦.୭୭

ମୁମ୍ବାଇ            ୧୦୮.୪୩        ୯୮.୪୮

କୋଲକାତା       ୧୦୩.୦୭        ୯୩.୮୭

ଚେନ୍ନାଇ           ୧୦୦.୦୧        ୯୫.୩୧

ଭୋପାଳ          ୧୧୦.୮୮        ୯୯.୭୩

ବେଙ୍ଗାଲୁରୁ        ୧୦୫.୯୫         ୯୬.୩୪

ପାଟନା           ୧୦୫.୨୪           ୯୭.୧୦

ଚଣ୍ଡିଗଡ଼           ୯୮.୫୬            ୯୦.୫୦

ରାଞ୍ଚି               ୯୭.୧୪            ୯୫.୮୩

ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ହେତୁ ଦେଶରେ ତେଳ ଦର ହୁହୁ ହୋଇ ବୃଦ୍ଧି ପାଉଛି । ଗତ କିଛି ଦିନ ମଧ୍ୟରେ ଭାରତ ଆମଦାନୀ କରୁଥିବା ଅଶୋଧିତ ତେଲର ହାରାହାରି ମୂଲ୍ୟ ବ୍ୟାରେଲ ପିଛା ୭୮ ଡଲାରରେ ପହଞ୍ଚି ଯାଇଛି । ଦେଶର ଅନେକ ପ୍ରମୁଖ ସହରରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି । ସୂଚନାଯୋଗ୍ୟ ରାଜ୍ୟ ତଥା ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଟିକସ ଏବଂ ପରିବହନ ମୂଲ୍ୟ ହେତୁ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ପାର୍ଥକ୍ୟ ହୋଇଥାଏ ।

Hike In Petrol Price.
Advertisment
Advertisment